Posts

Showing posts from January, 2024

ଗାଇସିଲେଟ ସ୍କୁଲ ପଡିଆ ଠାରେ ସାଧାରଣତନ୍ତ୍ର ଦିବସ ପାଳିତ ହେଇଯାଇଛି,ଯୋଗଦେଲେ ବିଡ଼ିଓ, ଆଇଆଇସି ଓ ତହସିଲଦାର

Image
ଶୁକ୍ରବାର ଦିନ ସକାଳ ୮ଟା ୩୦ମିନିଟ ରେ ଗାଇସିଲେଟ ହାଇସ୍କୁଲ ପଡିଆ ଠାରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ଯାଇଛି। ଗାଇସିଲେଟ ୟୁଥ୍ କ୍ଳବ୍ ସଭାପତି ରଞ୍ଜନ ପଣ୍ଡାଙ୍କ ତତ୍ୱାଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଚ୍ଛି। ଏଥିରେ ଗାଇସିଲେଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ ସାହୁ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ମାଝୀ, ଗାଇସିଲେଟ ଆଇଆଇସି ପ୍ରଶାନ୍ତ ସାମଲ, ଗାଇସିଲେଟ ତହସିଲଦାର ଟିଟସମହାନନ୍ଦିଆ, ଗାଇସିଲେଟ ଜୋନ ଦୁଇ ଜିଲ୍ଲା ପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ, ସ୍ଥାନୀୟ ସରପଞ୍ଚ ଶରତ କାଲୋ, ୟୁଥ୍ କ୍ଳବ୍ ସଭାପତି ରଞ୍ଜନ ପଣ୍ଡା, ବ୍ଲକ ପକ୍ଷରୁ ଜି ପି ଓ ପାଣ୍ଡବ ନନ୍ଦ, ବି ଏସ ଏସ ଓ ଶିବାନୀ ଭୋଇ ପ୍ରମୁଖ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ ା

ଅଦିନିଆ ବର୍ଷାରେ ଭିଜିଲା ହଜାର ହଜାର ପ୍ୟାକେଟ ଧାନ, ମଣ୍ଡି କାର୍ଯ୍ୟାଳୟକୁ ତାଲା ପକାଇଲେ ଉତ୍ୟକ୍ତ ଚାଷୀ

Image
ଅଦିନିଆ ବର୍ଷାରେ ଭିଜିଲା ହଜାର ହଜାର ପ୍ୟାକେଟ ଧାନ, ମଣ୍ଡି କାର୍ଯ୍ୟାଳୟକୁ ତାଲା ପକାଇଲେ ଉତ୍ୟକ୍ତ ଚାଷୀ ବୋଝ ଉପରେ ନଳିତା ବିଡା । ପ୍ରତ୍ୟେକ ସମୟରେ ଚାଷୀ ଦୁର୍ବିପାକ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଛି। ଧାନ ଅମଳ ସମୟରେ ଅଦିନିଆ ବର୍ଷାର ପ୍ରକୋପରେ ଆସିଥିଲା ଅନେକ ଚାଷୀଙ୍କ ଧାନ ବର୍ତ୍ତମାନ ପୁଣି ଚାଷୀଙ୍କୁ ଚିନ୍ତାରେ ପକାଇଲା ଅଦିନିଆ ବର୍ଷା । ଧାନ ମଣ୍ଡିରେ ପଡ଼ିରହିଛି ହଜାର ହଜାର ପ୍ୟାକେଟ ଧାନ ଆଉ ଅବ୍ୟବସ୍ଥା ଭିତରେ ଭିଜିଗଲା ମଣ୍ଡିରେ ପଡ଼ି ରହିଥିବା ଧାନ । ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଗାଇସିଲେଟ ବ୍ଲକ ଡାଙ୍ଗବାହାଲ ଠାରେ ପଡିରହିଛି ହଜାର ହଜାର ପ୍ୟାକେଟ ଧାନ। ଗତ ବିଳମ୍ବିତ ରାତିରୁ ଅଦିନିଆ ବର୍ଷା ଜୋର୍ ଧରିବା ପରେ ଦିନ ତମାମ୍ ବର୍ଷା ଜାରୀ ରହିଛି ଯାହା ଫଳରେ ହଜାର ହଜାର ବସ୍ତା ଧାନ ପାଣିରେ ଭିଜି ଯାଇଛି । ଧାନ ନ ଉଠିବା କାରଣକୁ ନେଇ ଆଜି ଉତ୍ୟକ୍ତ ହୋଇ ଚାଷୀ ମଣ୍ଡି କାର୍ଯ୍ୟାଳୟକୁ ତାଲା ପକାଇଛନ୍ତି। ପାଣି ଯୁଡୁବୁଡୁରେ ଧାନ ପଡ଼ିରହିଛି । ଧାନ ଆର ଏମ ସି ଓ ମିଲର୍ ଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଧାନ ଉଠି ପାରି ନାହିଁ ଯାହା ଫଳରେ ଆଜି ଅଦିନିଆ ବର୍ଷାରେ ଭିଜି ଯାଇଛି ଧାନ ସ୍ଥାନୀୟ ଚା ଧାନ ମଣ୍ଡିରେ ନା ଆସୁଛନ୍ତି କତୃପକ୍ଷ ନା ଆସୁଛି ପ୍ରଶାସନ ଚାଷୀର ଧାନ ମଣ୍ଡିରେ ପଡି ବର୍ଷାରେ ଭିଜି ଯୁଡ଼ୁବୁଡୁ ଅଭିଯୋଗ ହୋଇଛି । ରାଜ୍ୟ ସରକାର ମଧ୍ୟ ଚାଷୀଙ୍କୁ ଅଣଦେଖା ...

କାର ଦୁର୍ଘଟଣାରେ ଆହତ ଗାଡ଼ି ଚାଳକ ସ୍ବାସ୍ଥ୍ୟାବସ୍ଥା ବୁଝିଲେ ଆଇଆଇସି ପ୍ରଶାନ୍ତ ସାମଲ

Image
କାର ଦୁର୍ଘଟଣାରେ ଆହତ ଗାଡ଼ି ଚାଳକ ସ୍ବାସ୍ଥ୍ୟାବସ୍ଥା ବୁଝିଲେ ଆଇଆଇସି ପ୍ରଶାନ୍ତ ସାମଲ ବୁଧବାର ସକାଳ ୧୦ଟା ସମୟ ପାଖାପାଖିରେ ବୁରୋମୁଣ୍ଡା କ୍ରସର୍ ନିକଟରେ ଷ୍ଟେରିଙ୍ଗ ଫେଲ ଯୋଗୁଁ କାର ଟି ଗଛରେ ଧକ୍କା ହୋଇଥିଲା ଯାହା ଫଳରେ ଗାଡ଼ି ଚାଳକ ସାଉଥଖଣ୍ଡି ଗ୍ରାମର କିର୍ତ୍ତି ପଣ୍ଡା ଆହତ ହୋଇଥିଲେ ଘଟଣା ଖବର ପାଇବା ମାତ୍ରେ ତୁରନ୍ତ ଘଟଣା ସ୍ଥଳେ ପହଞ୍ଚି ଗାଡ଼ି ଚାଳକକୁ ଉଦ୍ଧାର କରି ମେଡିକାଲକୁ ପଠାଇ ଥିଲେ ଓ ପରେ ଅପରାହ୍ନ ତିନିଟା ସମୟରେ ମେଡ଼ିକାଲକୁ ଯାଇ ଥାନାଧିକାରୀ ପ୍ରଶାନ୍ତ ସାମଲ ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ । ବର୍ତ୍ତମାନ ଗାଇସିଲେଟ ଥାନା ଅଧିକାରୀ ପ୍ରଶାନ୍ତ ସାମଲଙ୍କ ବିଭିନ୍ନ କାର୍ଯ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି କେତେବେଳେ ସାଇକେଲ ରେ ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝୁଛନ୍ତି ତ କେତେବେଳେ ଲୋକଙ୍କୁ ସାହାର୍ଯ୍ୟ କରିବା ପାଇଁ ଆଗକୁ ଆସୁଛନ୍ତି ।