କାର ଦୁର୍ଘଟଣାରେ ଆହତ ଗାଡ଼ି ଚାଳକ ସ୍ବାସ୍ଥ୍ୟାବସ୍ଥା ବୁଝିଲେ ଆଇଆଇସି ପ୍ରଶାନ୍ତ ସାମଲ

କାର ଦୁର୍ଘଟଣାରେ ଆହତ ଗାଡ଼ି ଚାଳକ ସ୍ବାସ୍ଥ୍ୟାବସ୍ଥା ବୁଝିଲେ ଆଇଆଇସି ପ୍ରଶାନ୍ତ ସାମଲ

ବୁଧବାର ସକାଳ ୧୦ଟା ସମୟ ପାଖାପାଖିରେ ବୁରୋମୁଣ୍ଡା କ୍ରସର୍ ନିକଟରେ ଷ୍ଟେରିଙ୍ଗ ଫେଲ ଯୋଗୁଁ କାର ଟି ଗଛରେ ଧକ୍କା ହୋଇଥିଲା ଯାହା ଫଳରେ ଗାଡ଼ି ଚାଳକ ସାଉଥଖଣ୍ଡି ଗ୍ରାମର କିର୍ତ୍ତି ପଣ୍ଡା ଆହତ ହୋଇଥିଲେ ଘଟଣା ଖବର ପାଇବା ମାତ୍ରେ ତୁରନ୍ତ ଘଟଣା ସ୍ଥଳେ ପହଞ୍ଚି ଗାଡ଼ି ଚାଳକକୁ ଉଦ୍ଧାର କରି ମେଡିକାଲକୁ ପଠାଇ ଥିଲେ ଓ ପରେ ଅପରାହ୍ନ ତିନିଟା ସମୟରେ ମେଡ଼ିକାଲକୁ ଯାଇ ଥାନାଧିକାରୀ ପ୍ରଶାନ୍ତ ସାମଲ ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ । ବର୍ତ୍ତମାନ ଗାଇସିଲେଟ ଥାନା ଅଧିକାରୀ ପ୍ରଶାନ୍ତ ସାମଲଙ୍କ ବିଭିନ୍ନ କାର୍ଯ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି କେତେବେଳେ ସାଇକେଲ ରେ ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝୁଛନ୍ତି ତ କେତେବେଳେ ଲୋକଙ୍କୁ ସାହାର୍ଯ୍ୟ କରିବା ପାଇଁ ଆଗକୁ ଆସୁଛନ୍ତି ।

Popular posts from this blog

ଛିନ୍ଦ୍ରାପାଲି ଠାରେ ଏମ ସି ଏଲ କମ୍ପାନୀର ମନମାନି ମାଟି ପରୀକ୍ଷଣ ଉପରେ ଦାବୀ ଜଣାଇଲେ ଗ୍ରାମବାସୀ ।

ପାର୍ବତୀ ଗିରି ଅନାଥା ବୃଦ୍ଧାଶ୍ରମରେ ଝିଅର ଜନ୍ମଦିନ ପାଳନ କଲେ ଶିକ୍ଷକ ଦମ୍ପତ୍ତି ।

ଗାଇସିଲେଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଆମ ଓଡିଶା ଓ ସମ୍ବାଦ ପକ୍ଷରୁ ରଜ୍ୟ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ