Posts

Showing posts from March, 2024

ବିଜେପୁରରେ ନୂଆ ବିଜେଡ଼ି ବିଧାୟକ ପ୍ରାର୍ଥୀ ଚେହେରା ଖୋଜୁଛି ଜନତା

Image
ବିଜେପୁରରେ ନୂଆ ବିଜେଡ଼ି ବିଧାୟକ ପ୍ରାର୍ଥୀ ଚେହେରା ଖୋଜୁଛି ଜନତା ସାଧାରଣ ନିର୍ବାଚନ ପାଖେଇ ପାଖେଇ ଆସୁଥିବା ବେଳେ ବିଧାୟକ ପ୍ରାର୍ଥୀକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଧ ସୃଷ୍ଟି ହେଲାଣି । ବହୁ ଚର୍ଚ୍ଚିତ ବିଜେପୁର ନିର୍ବାଚନ ମଣ୍ଡଳୀ ର ଜନ ସାଧାରଣ ଏବେ ଖୋଜୁଛନ୍ତି ନୂଆ ଚେହେରା । ଖାସ କରି ବିଜେଡ଼ି ଦଳକୁ ନେଇ ଏହି ନିର୍ବାଚନରେ ନୂଆ ଚେହେରା ପାଇଁ ଜନତା ଅଣ୍ଟା ଭିଦିଛି । ସେହିଭଳି ଏହି ଚର୍ଚ୍ଚା ଭିତରେ ଅଞ୍ଚଳର ଜଣାଶୁଣା ସମାଜସେବୀ ରଞ୍ଜନପଣ୍ଡା କୁ ଲୋକେ ଅତି ନିକଟତର ଭାବେ ଜାଣିଥିବା ବେଳେ ତାଙ୍କୁ ନେଇ ଚର୍ଚ୍ଚା ହେଉଛି । ଦଳ ଟିକେଟ ଦେଲେ ଦଳକୁ ଜିତିବା ପାଇଁ ସହଜ ହେବ ବୋଲି ଜନସାଧାରଣ ରେ ଚର୍ଚ୍ଚା ଜୋର ଧରିଛି । ସେଭଳି ପୂର୍ବରୁ ଅନେକ ଗଣମାଧ୍ୟମରେ ରଞ୍ଜନ ପଣ୍ଡାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଲୋକଙ୍କ ମନରେ ମଧ୍ଯ ଆଶାର ଆଲୋକ ଜାଗ୍ରତ ହୋଇଛି ।

ହନୁମାନ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ପାଇଁ ପ୍ରସ୍ତୁତି

Image
ହନୁମାନ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ପାଇଁ ପ୍ରସ୍ତୁତି ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକ ଅନ୍ତର୍ଗତ ଜଗଲପାଟ ଠାରେ ଆସନ୍ତା ୨୫/୦୪/୨୦୨୪ ରୁ ୨୯/୦୪/୨୦୨୪ ପର୍ଯ୍ୟନ୍ତ ହନୁମାନ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତେବେ ଉକ୍ତ କାର୍ଯ୍ୟକ୍ରମରେ ରାବଣ ଦରବାର ମଧ୍ୟ ଅନୁଷ୍ଠିତ ହେବା ନେଇ ସୂଚନା ଦେଲେ ଗ୍ରାମବାସୀ ଓ ରାବଣ ଭୂମିକାରେ ନଜର କୁ ଆସିବେ ଶ୍ରୀ ନବିନ ଶାଣ୍ଢ ।