ବିଜେପୁରରେ ନୂଆ ବିଜେଡ଼ି ବିଧାୟକ ପ୍ରାର୍ଥୀ ଚେହେରା ଖୋଜୁଛି ଜନତା
ସାଧାରଣ ନିର୍ବାଚନ ପାଖେଇ ପାଖେଇ ଆସୁଥିବା ବେଳେ ବିଧାୟକ ପ୍ରାର୍ଥୀକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଧ ସୃଷ୍ଟି ହେଲାଣି । ବହୁ ଚର୍ଚ୍ଚିତ ବିଜେପୁର ନିର୍ବାଚନ ମଣ୍ଡଳୀ ର ଜନ ସାଧାରଣ ଏବେ ଖୋଜୁଛନ୍ତି ନୂଆ ଚେହେରା । ଖାସ କରି ବିଜେଡ଼ି ଦଳକୁ ନେଇ ଏହି ନିର୍ବାଚନରେ ନୂଆ ଚେହେରା ପାଇଁ ଜନତା ଅଣ୍ଟା ଭିଦିଛି । ସେହିଭଳି ଏହି ଚର୍ଚ୍ଚା ଭିତରେ ଅଞ୍ଚଳର ଜଣାଶୁଣା ସମାଜସେବୀ ରଞ୍ଜନପଣ୍ଡା କୁ ଲୋକେ ଅତି ନିକଟତର ଭାବେ ଜାଣିଥିବା ବେଳେ ତାଙ୍କୁ ନେଇ ଚର୍ଚ୍ଚା ହେଉଛି । ଦଳ ଟିକେଟ ଦେଲେ ଦଳକୁ ଜିତିବା ପାଇଁ ସହଜ ହେବ ବୋଲି ଜନସାଧାରଣ ରେ ଚର୍ଚ୍ଚା ଜୋର ଧରିଛି । ସେଭଳି ପୂର୍ବରୁ ଅନେକ ଗଣମାଧ୍ୟମରେ ରଞ୍ଜନ ପଣ୍ଡାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଲୋକଙ୍କ ମନରେ ମଧ୍ଯ ଆଶାର ଆଲୋକ ଜାଗ୍ରତ ହୋଇଛି ।