Posts

Showing posts from October, 2024

ତୈଳ ବୈଶ୍ୟ ସାହୂ ସମାଜ ପକ୍ଷରୁ ନୂଆଁଖାଇ ଭେଟ ଘାଟ ଅନୁଷ୍ଠିତ ଯୋଗଦେଲେ ତିନି ନେତା ।

Image
ତୈଳ ବୈଶ୍ୟ ସାହୂ ସମାଜ ପକ୍ଷରୁ ନୂଆଁଖାଇ ଭେଟ ଘାଟ ଅନୁଷ୍ଠିତ ଯୋଗଦେଲେ ତିନି ନେତା । ବରଗଡ଼ ଜିଲ୍ଲା ଗାଇସିଲେଟ କଲଙ୍ଗାପାଲି ସାହୂ ସମାଜ କଲ୍ୟାଣ ମଣ୍ଡପ ଠାରେ  ତୈଳ ବୈଶ୍ୟ ସାହୂ ସମାଜ ପକ୍ଷରୁ ନୂଆଁଖାଇ ଭେଟ ଘାଟ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ସ୍ଥାନୀୟ ବିଧାୟକ ସନତ କୁମାର ଗଡତିଆ ଯୋଗଦେଇ  ପ୍ରଥମେ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ ଆରମ୍ଭ କରିବା ପରେ  ସମସ୍ତଙ୍କୁ ସମ୍ବୋଧନ କରି ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକହିତ ଯୋଜନା ଉପରେ ଲୋକଙ୍କୁ ବୁଝାଇଥିଲେ । ବର୍ତ୍ତମାନ ରାଜ୍ୟ ସରକାର ଙ୍କ ଧାନ କିଣା ବିକା ନୂଆ ନିୟମ, ସ୍ବାସ୍ଥ୍ୟ କାର୍ଡ , ଶୁଭଦ୍ରା ଯୋଜନା ବିଷୟରେ ବୁଝାଇଥିଲେ ଓ ଅଞ୍ଚଳ ର  ଉନ୍ନତି କରଣକୁ ନେଇ ତିନି ନେତା ଅଭିଭାଷଣ ରଖିଥିଲେ । ଏହା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା ।

ସୋହେଲା ଦୁର୍ଗା ପୂଜା ରେ ରଶିଟଣା ରେ ତଳପଦର ଦଳ ଚମ୍ପିୟାନ

Image
ସୋହେଲା ଦୁର୍ଗା ପୂଜା ରେ ରଶିଟଣା ରେ ତଳପଦର ଦଳ ଚମ୍ପିୟାନ ।   ବିଜେପୁର :ସୁଶାନ୍ତ ସାହୁ (ସାଶକ ପ୍ରଶାସକ )ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ଗ୍ରାମରେ ଆଜି ଜନସାଧାରଣ ବିଜୟ ଉତ୍ସବ ପାଳନ କରୁଛନ୍ତି l କାରଣ ପ୍ରତି ବର୍ଷାପରି ଦୁର୍ଗାପୂଜା ସୋହେଲା ଠାରେ ଅନୁଷ୍ଠିତ ହୋଉଥିବା ରଶିଟଣା ପ୍ରତିଯୋଗିତାରେ ଛଅ ଟି ଦଳ କୁ ପରାଜିତ କରି ଆଜି ଚମ୍ପିୟାନ ହୋଇଛନ୍ତି l ସମସ୍ତ ଖେଳାଳି ଫିରେବା ପରେ ତାଙ୍କୁ ପୁଷ୍ପ ମାଲ୍ୟାଅର୍ପଣ କରି ସମର୍ଦ୍ଧନା ଜ୍ଞାପନ କରିଛନ୍ତି ତାଳପଦର ଗ୍ରାମବାସି l ପୂର୍ବତନ ମନ୍ତ୍ରୀ ପ୍ରକାଶ ଦେବତା, ପୂର୍ବତନ ବିଧାୟକ ମହମ୍ବଦ ରଫିକ ସମସ୍ତ ଖେଳାଳି ଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଆଗାମୀ ଦିନରେ ଖେଳକୁ ବଜାୟୀ ରଖିବାକୁ କହିଥିଲେ l ଉକ୍ତ ଖେଳ କୁ ଆଗାମୀ ଦିନରେ କିପରି ଜ଼ିଲ୍ଲାସ୍ତରୀୟ ତଥା ରାଜ୍ୟସ୍ତରୀୟ କରାଯାଇ ପାରିବ ବୋଲି ଖେଳାଳି ମାନେ ଅତିଥି ମାନଙ୍କ ଆଗରେ ନିବେଦନ କରିଥିଲେ l ଖେଳକୁ ଅଶ୍ବିନୀ ପାତ୍ର ଏବଂ ତାଙ୍କ ସହଯୋଗୀ ପରିଚାଳନା କରିଥିଲେ l ସୋହେଲା ତଥା ଆଖାପାଖ ଅଂଚଳରେ ପାଞ୍ଚହଜାର ରୁ ଉର୍ଦ୍ଧ ଜନତା ରାଶିଟଣା ଖେଳକୁ ଉପଭୋଗ କରିବା ସହ ଖେଳକୁ ଉତ୍ସାହିତ କରିଥିଲେ l

ଶରଧା ପାଲି ଉଚ୍ଚ ବିଦ୍ୟାଳୟ ପରିସରରେ ଶରଧା ପାଲି ନୋଡାଲ ସ୍କୁଲ୍ ର ବନ୍ଧୁ ମିଳନ ଉତ୍ସବ ପାଳନ ହୋଇଯାଇଅଛି।

Image
ଦିନ ଶରଧାପାଲି ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ମେଟ୍ରିକ୍ ବେଚ୍ ୨୦୦୦/୨୦୦୧ ଶିକ୍ଷା ବର୍ଷର ଛାତ୍ରଛାତ୍ରୀମାନଙ୍କ ଆନୁକୁଲ୍ୟରେ ଶରଧା ପାଲି ଉଚ୍ଚ ବିଦ୍ୟାଳୟ ପରିସରରେ ଶରଧା ପାଲି ନୋଡାଲ ସ୍କୁଲ୍ ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଓକିଲ ପାଣ୍ଡେଙ୍କର ସଭାପତିତ୍ବରେ ପୂଜ୍ୟପୂଜା ଓ ବନ୍ଧୁ ମିଳନ ଉତ୍ସବ ପାଳନ ହୋଇଯାଇଅଛି। ଉକ୍ତ ଉତ୍ସବରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବସନ୍ତ କୁମାର ସାହୁ ମୁଖ୍ୟ ଅତିଥି ଓ ସମସ୍ତ ପୂଜ୍ୟ ଗୁରୁଜନ ଉପସ୍ଥିତ ଥିଲେ ଉକ୍ତ ସମାରୋହକୁ ନବୀନ ସାହୁ ମଞ୍ଚ ପରିଚାଳନା କରିଥିବା ବେଲେ ସ୍ବାଗତ ଭାଷଣ ମଧୁସୂଦନ ବରିହା, ଉଦ୍ଦେଶ୍ୟ ଜ୍ଞାପନ ସଦାଶିବ ଦୀପ ଅଭ୍ୟର୍ଥନା ପ୍ରମିଳା ମାଝୀ,ଅନୀତା ଭୋଇ ସହିତ ମାନସ ରଞ୍ଜନ ପ୍ରଧାନ, ଲକ୍ଷ୍ମଣ ବାଗ,ଟିକାକାର ନାୟକ, ବିକାଶ ସାହୁ,ରଞ୍ଜନ ସାହୁ, ଉମାକାନ୍ତ ଭୋଇ, ପୁଷ୍ପାଞ୍ଜଳି ସା, ଅନିତା ଦାଶ ସହିତ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ପରିଶେଷରେ ସଂଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।