ତୈଳ ବୈଶ୍ୟ ସାହୂ ସମାଜ ପକ୍ଷରୁ ନୂଆଁଖାଇ ଭେଟ ଘାଟ ଅନୁଷ୍ଠିତ ଯୋଗଦେଲେ ତିନି ନେତା ।

ତୈଳ ବୈଶ୍ୟ ସାହୂ ସମାଜ ପକ୍ଷରୁ ନୂଆଁଖାଇ ଭେଟ ଘାଟ ଅନୁଷ୍ଠିତ ଯୋଗଦେଲେ ତିନି ନେତା । ବରଗଡ଼ ଜିଲ୍ଲା ଗାଇସିଲେଟ କଲଙ୍ଗାପାଲି ସାହୂ ସମାଜ କଲ୍ୟାଣ ମଣ୍ଡପ ଠାରେ  ତୈଳ ବୈଶ୍ୟ ସାହୂ ସମାଜ ପକ୍ଷରୁ ନୂଆଁଖାଇ ଭେଟ ଘାଟ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ସ୍ଥାନୀୟ ବିଧାୟକ ସନତ କୁମାର ଗଡତିଆ ଯୋଗଦେଇ  ପ୍ରଥମେ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ ଆରମ୍ଭ କରିବା ପରେ  ସମସ୍ତଙ୍କୁ ସମ୍ବୋଧନ କରି ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକହିତ ଯୋଜନା ଉପରେ ଲୋକଙ୍କୁ ବୁଝାଇଥିଲେ । ବର୍ତ୍ତମାନ ରାଜ୍ୟ ସରକାର ଙ୍କ ଧାନ କିଣା ବିକା ନୂଆ ନିୟମ, ସ୍ବାସ୍ଥ୍ୟ କାର୍ଡ , ଶୁଭଦ୍ରା ଯୋଜନା ବିଷୟରେ ବୁଝାଇଥିଲେ ଓ ଅଞ୍ଚଳ ର  ଉନ୍ନତି କରଣକୁ ନେଇ ତିନି ନେତା ଅଭିଭାଷଣ ରଖିଥିଲେ । ଏହା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା ।

Popular posts from this blog

ଛିନ୍ଦ୍ରାପାଲି ଠାରେ ଏମ ସି ଏଲ କମ୍ପାନୀର ମନମାନି ମାଟି ପରୀକ୍ଷଣ ଉପରେ ଦାବୀ ଜଣାଇଲେ ଗ୍ରାମବାସୀ ।

ପାର୍ବତୀ ଗିରି ଅନାଥା ବୃଦ୍ଧାଶ୍ରମରେ ଝିଅର ଜନ୍ମଦିନ ପାଳନ କଲେ ଶିକ୍ଷକ ଦମ୍ପତ୍ତି ।

ଗାଇସିଲେଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଆମ ଓଡିଶା ଓ ସମ୍ବାଦ ପକ୍ଷରୁ ରଜ୍ୟ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ