Posts

Showing posts from December, 2022

ଗାଇସିଲେଟ ହାଇସ୍କୁଲ ପଡିଆଠାରେ ଦୁଇଦିନ ଧରି କ୍ରୀଡା ପ୍ରତିଯୋଗିତା

Image
ତା.୧୦/୧୨/୨୨ ରିଖ ଓ ତା.୧୧/୧୨/୨୨ ଶନିବାର ଓ ରବିବାର ଦୁଇଦିନ ଧରି ଗାଇସିଲେଟସ୍ଥିତ ହାଇସ୍କୁଲ ପଡ଼ିଆରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଦ୍ବାଦଶତମ ବାର୍ଷିକ କ୍ରୀଡ଼ା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମର ଉଦଘାଟନ ବରଗଡ଼ ଜିଲ୍ଲା ସହ ପ୍ରମୁଖ ମନୋଜ କୁମାର ପଣ୍ଡାଙ୍କ ଦ୍ଵାରା କରାଯାଇଥିଲା। ସେହିପରି ସମାରୋପ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗାଇସିଲେଟ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଶରତ କାଲୋ ଏବଂ ସମ୍ମାନିତ ଅତିଥି ଭାବେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର,ଶରଧାପାଲିର ଫାର୍ମାସିଷ୍ଟ ଶ୍ରୀଯୁକ୍ତ ଫକୀରମୋହନ ନାୟକ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ବାରିକ ଅତିଥି ପରିଚୟ ଏବଂ ସ୍ବାଗତ ଭାଷଣ ଦେଇଥିବା ବେଳେ ବେଦବ୍ୟାସ ପ୍ରଧାନ ଗୁରୁଜୀ ବୃତ୍ତ କଥନ କରିଥିଲେ। ଉକ୍ତ କ୍ରୀଡ଼ା ସମାରୋହରେ ସର୍ବମୋଟ ୪୩୫ ଜଣ ଶିଶୁ ଭାଇ ଭଉଣୀ ଅଂଶଗ୍ରହଣ କରିଥିଲେ। ଶିଶୁ ଭାଇ ଭଉଣୀମାନଙ୍କର ନିମନ୍ତେ ଉଦ୍ଧିଷ୍ଟ ବିଭିନ୍ନ କ୍ରୀଡ଼ା ସହିତ ଅଭିଭାବକ,ଅଭିଭାବିକା ଏବଂ ଗୁରୁଜୀ ଗୁରୁମା ମାନଙ୍କର ମଧ୍ୟ ଗୋଟିଏ ଲେଖାଏଁ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଯାହାକୁ ଶିଶୁ ଭାଇ ଭଉଣୀମାନେ ବହୁ ଆନନ୍ଦର ସହିତ ଉପଭୋଗ କରିଥିଲେ।  ଉଦଘାଟନ ଉତ୍ସବରେ ଘୋଷ ବାଦ୍ୟ ସହିତ ଗାଇସିଲେଟ ସ୍ଥିତ ବହଲତଲିଏନ୍ ମନ...

ଲୋକଙ୍କୁ_ହସେଇବା_ପାଇଁ_ମୁଁ_ପାଗଳ_ବୋଲି_କହିଲେ_ହାସ୍ୟ_ଲେଖକ_ଶ୍ରୀରଞ୍ଜନ_ସାଗରଶ୍ରୀ ରଞ୍ଜନ ସାଗର ଯେ ଏକାଧାର ରେ ଜଣେ ହାସ୍ୟ ଲେଖକ, କବି, ଗୀତିକାର ଏବଂ ସମାଜ ସେବି

Image
#ଲୋକଙ୍କୁ_ହସେଇବା_ପାଇଁ_ମୁଁ_ପାଗଳ_ବୋଲି_କହିଲେ_ହାସ୍ୟ_ଲେଖକ_ଶ୍ରୀରଞ୍ଜନ_ସାଗରଶ୍ରୀ ରଞ୍ଜନ ସାଗର ଯେ ଏକାଧାର ରେ ଜଣେ ହାସ୍ୟ ଲେଖକ, କବି, ଗୀତିକାର ଏବଂ ସମାଜ ସେବି l ତାଙ୍କର ଜନ୍ମ ସ୍ଥାନ ହେଉଛି ବରଗଡ ଜିଲ୍ଲା ଗୁ୍ଦେର ପାଲି ଗ୍ରାମ ରେ ପିତା ରଞ୍ଜିତ ସାଗର ଏବଂ ମାତା ସୁମିତ୍ରା ସାଗର ଙ୍କ ର ଯୋଗ୍ୟ ସନ୍ତାନ l ସେ କହିଲେ ମୁଁ ଲୋକଙ୍କୁ ହସେଇବା ପାଇଁ ପୁରା ପାଗଳ ନିଜ କଳା ନିମନ୍ତେ l ଏହାର ଜଳନ୍ତ ଉଦାହରଣ ଜାଣିଲୁ ସେ ତାଙ୍କ ବାପା ଙ୍କର ପକ୍ଷାଘାତ ରୋଗ ହେଇଥିଲା ବେଳେ ତାଙ୍କୁ ବୁର୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କଲା ସମୟରେ ମଧ୍ୟ ସେ ଲୋକଙ୍କୁ ହସେଇବା ର ନିଶା ଟା ତାଙ୍କର କହିଲେ ଅବିଶ୍ୱସନୀୟ ଉକ୍ତ ସମୟରେ ହାସ୍ୟ ଅଭିନେତା ଯୋଗେଶ ଯୋଯୋ ତାଙ୍କୁ ହାସ୍ୟ କାହାଣୀ ପଠେଇବାକୁ କଲ କରି କହିଥିଲେ ସନ୍ଧ୍ୟା ରେ ଆସନ୍ତା କାଲି ସୁଟିଙ୍ଗ କରିବାର ଅଛି କହି କି : କିନ୍ତୁ ଶ୍ରୀ ସାଗର ତାଙ୍କୁ ମନା ନ କରି ନିଜ ପିତାଙ୍କ ସ୍ୱାସ୍ଥ୍ୟ ର ଚିନ୍ତା ନ କରି ସେ ଉକ୍ତ ସ୍ଥାନ ରେ ଥାଇ ହାସ୍ୟ କାହାଣୀ ଟା ଲେଖି କି ପଠେଇ ଥିଲେ ଉକ୍ତ ହାସ୍ୟ କାହାଣୀ ର ନାମ ହେଉଛି "ଶାଳୀ ଘର ବାଲି ଅଉ ମୁଇଁ "ଯଉଁ କମେଡି ଟା ତିନି ମିଳିଅନ ପାଖା ପାଖି ଲୋକ ଦେଖିସାରିଲେଣି l ତାଙ୍କ ବାପା ଙ୍କର ଦେହ ଅସୁସ୍ଥତତା ରୁ ବେଶୀ ସେ ନିଜ ଲେଖା କଲା ପ୍ରତି ଧ୍ୟାନ ଦେଇଥିଲେ ସେ ସମୟରେ ସେହି ଏକ ଦୁଃଖପୂର୍ଣ୍ଣ ଅବସ୍ଥା ରେ l  ...