ଗାଇସିଲେଟ ହାଇସ୍କୁଲ ପଡିଆଠାରେ ଦୁଇଦିନ ଧରି କ୍ରୀଡା ପ୍ରତିଯୋଗିତା

ତା.୧୦/୧୨/୨୨ ରିଖ ଓ ତା.୧୧/୧୨/୨୨ ଶନିବାର ଓ ରବିବାର ଦୁଇଦିନ ଧରି ଗାଇସିଲେଟସ୍ଥିତ ହାଇସ୍କୁଲ ପଡ଼ିଆରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଦ୍ବାଦଶତମ ବାର୍ଷିକ କ୍ରୀଡ଼ା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମର ଉଦଘାଟନ ବରଗଡ଼ ଜିଲ୍ଲା ସହ ପ୍ରମୁଖ ମନୋଜ କୁମାର ପଣ୍ଡାଙ୍କ ଦ୍ଵାରା କରାଯାଇଥିଲା।
ସେହିପରି ସମାରୋପ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗାଇସିଲେଟ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଶରତ କାଲୋ ଏବଂ ସମ୍ମାନିତ ଅତିଥି ଭାବେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର,ଶରଧାପାଲିର ଫାର୍ମାସିଷ୍ଟ ଶ୍ରୀଯୁକ୍ତ ଫକୀରମୋହନ ନାୟକ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ବାରିକ ଅତିଥି ପରିଚୟ ଏବଂ ସ୍ବାଗତ ଭାଷଣ ଦେଇଥିବା ବେଳେ ବେଦବ୍ୟାସ ପ୍ରଧାନ ଗୁରୁଜୀ ବୃତ୍ତ କଥନ କରିଥିଲେ। ଉକ୍ତ କ୍ରୀଡ଼ା ସମାରୋହରେ ସର୍ବମୋଟ ୪୩୫ ଜଣ ଶିଶୁ ଭାଇ ଭଉଣୀ ଅଂଶଗ୍ରହଣ କରିଥିଲେ। ଶିଶୁ ଭାଇ ଭଉଣୀମାନଙ୍କର ନିମନ୍ତେ ଉଦ୍ଧିଷ୍ଟ ବିଭିନ୍ନ କ୍ରୀଡ଼ା ସହିତ ଅଭିଭାବକ,ଅଭିଭାବିକା ଏବଂ ଗୁରୁଜୀ ଗୁରୁମା ମାନଙ୍କର ମଧ୍ୟ ଗୋଟିଏ ଲେଖାଏଁ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଯାହାକୁ ଶିଶୁ ଭାଇ ଭଉଣୀମାନେ ବହୁ ଆନନ୍ଦର ସହିତ ଉପଭୋଗ କରିଥିଲେ।
 ଉଦଘାଟନ ଉତ୍ସବରେ ଘୋଷ ବାଦ୍ୟ ସହିତ ଗାଇସିଲେଟ ସ୍ଥିତ ବହଲତଲିଏନ୍ ମନ୍ଦିରରୁ ଜ୍ୟୋତି ନିଆଯାଇ ଥିବା ବେଳେ ପଞ୍ଚମ ଶ୍ରେଣୀର ଭଉଣୀମାନଙ୍କ ଦ୍ବାରା ଯୋଗଚାପ ପରିବେଷଣ କରାଯାଇଥିଲା ଏବଂ ସମାରୋପ କାର୍ଯ୍ୟକ୍ରମରେ ନବମ ଓ ଦଶମ ଶ୍ରେଣୀର ଭଉଣୀମାନଙ୍କ ଦ୍ବାରା ନୃତ୍ୟ ପରିବେଷଣ କରାଯାଇଥିଲା। ଶେଷରେ ଜ୍ୟୋତି ନିର୍ବାପନ କରାଯାଇ ବନ୍ଦେ ମାତରଂ ଗାନ କରାଯିବା ପରେ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରାଯାଇଥିଲା। ସମସ୍ତ ଗୁରୁଜୀ ଗୁରୁମା ଏବଂ ପରିଚାଳନା ସମିତିର ସଦସ୍ୟ ସଦସ୍ୟାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥି

Popular posts from this blog

ଛିନ୍ଦ୍ରାପାଲି ଠାରେ ଏମ ସି ଏଲ କମ୍ପାନୀର ମନମାନି ମାଟି ପରୀକ୍ଷଣ ଉପରେ ଦାବୀ ଜଣାଇଲେ ଗ୍ରାମବାସୀ ।

ଗାଇସିଲେଟ ତହସିଲ ରୋଡ ନିକଟରେ ଶୁଭାରମ୍ଭ ହେଲା ଓକିଲ ଆକାଶ ନନ୍ଦଙ୍କ କାର୍ଯ୍ୟାଳୟ , ଯୋଗଦେଲେ ବିଡ଼ିଓ ।

ପାର୍ବତୀ ଗିରି ଅନାଥା ବୃଦ୍ଧାଶ୍ରମରେ ଝିଅର ଜନ୍ମଦିନ ପାଳନ କଲେ ଶିକ୍ଷକ ଦମ୍ପତ୍ତି ।