Posts

Showing posts from May, 2023

ବ୍ଲକ ସ୍ତରୀୟ ସରପଞ୍ଚ ସଂଘ ର ବୈଠକ

Image
  ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଗୁଦେରପାଲି ଗ୍ରାମପଞ୍ଚାୟତ ପରିସରରେ ସଭାନେତ୍ରୀ ଅର୍ପିତା ପଣ୍ଡା ଙ୍କ ସଭାପତିତ୍ବ ରେ ଗାଇସିଲେଟ ବ୍ଲକ୍ ସରପଞ୍ଚ ସଂଘ ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ପ୍ରଥମେ ବ୍ଲକ୍ ରେ କାର୍ଯ୍ୟରତ ଥିବା ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ମନରେଗା ) ଶ୍ରୀମତୀ ଅନୁପମା ସାହୁ ଙ୍କୁ ଅନ୍ୟତ୍ର ବଦଳି ହୋଇଥିବାରୁ ତାଙ୍କୁ ବିଦାୟକାଳୀନ ସମର୍ଦ୍ଧନା ଦିଆଯାଇଥିଲା । ସମସ୍ତ ସରପଞ୍ଚ ମାନେ ଦୀର୍ଘ ଗୋଟିଏ ବର୍ଷ ହେବ ଶ୍ରୀମତୀ ସାହୁଙ୍କ ସହିତ କାମ କରିଥିବାରୁ ତାଙ୍କ ବଦଳି ପାଇଁ ଦୁଃଖ ପ୍ରକାଶ କରିଥିବା ସହ ଭବିଷ୍ୟତ ପାଇଁ ତାଙ୍କର ମଙ୍ଗଳ କାମନା କରିଥିଲେ । ପରେ ପ୍ରାଥମିକ ସ୍କୁଲ ଗୁଡ଼ାକ ଅତି ଦୟନୀୟ ପରିସ୍ଥିତି ହୋଇ ପଡ଼ିଥିବାରୁ ମରାମତି ଏବଂ ନୂତନ ଶ୍ରେଣୀ କୋଠରୀ କିପରି ହୋଇ ପାରିବ,ପୁରୁଣା ପୋଖରୀ ଗୁଡ଼ାକୁ କିଭଳି ପୁନରୁଦ୍ଧାର କରାଯିବ,ଗ୍ରୀଷ୍ମ ପ୍ରବାହ ବଢୁଥିବାରୁ ପାନୀୟଜଳ ପାଇଁ ନୂତନ ନଳକୂପ ଖନନ କରାଯାଇ ପାରିବ, ବାର୍ଦ୍ଧକ୍ୟ,ବିକଳାଙ୍ଗ,ବିଧବା ଭତ୍ତା ରୁ ବଞ୍ଚିତ ଥିବା ଲୋକଙ୍କୁ କେମିତି ସାମିଲ କରାଯିବ । ଏକାଉଣ୍ଟ୍ ରେ ଭତ୍ତା ଟଙ୍କା ପଡୁ ଥିବାରୁ ନାହିଁ ନ ଥିବା ସମସ୍ୟା ଭୋଗୁଥିବା ହିତାଧିକାରୀ କେମିତି ଠିକ୍ ଭାବରେ ଟଙ୍କା ପାଇ ପାରିବେ, ଗାଇସିଲେଟ ବ୍ଲକ ରେ ୧୯ ଟି ଗ୍ରାମପଞ୍ଚାୟତ ରେ ମାତ୍ର ୪ ଜଣ କନିଷ୍ଠ ଯନ୍ତ୍ରୀ ଏବଂ ୯ ଜଣ ...

ଗାଇସିଲେଟ ବ୍ଲକ ଗନିଆଁପାଲି ଠାରେ ନୃସିଂହ ଚତୁର୍ଦ୍ଦଶୀ ଓ ବୁଦ୍ଧ ଜୟନ୍ତୀ ମହୋତ୍ସବ ପାଳିତ।

Image
ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗନିଆଁପାଲି ଠାରେ ତିନିଦିନ ଧରି ନୃସିଂହ ଚତୁର୍ଦ୍ଦଶୀ ଓ ବୁଦ୍ଧ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଛି। ଏହି ଅବସରରେ ସ୍ଥାନୀୟ ନୃସିଂହ ମନ୍ଦିର ଠାରେ ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ତିନିଦିନ ଧରି ଅନୁଷ୍ଠିତ ହୋଇଥିବା ଅବସରରେ ନୃସିଂହ ମହାପ୍ରଭୁଙ୍କ ପୂଜାକାର୍ଯ୍ୟରେ ଗାଁର ଗୌନ୍ତିଆ ପ୍ରବୀର ପ୍ରଧାନ ଓ ତାଙ୍କ ସ୍ତ୍ରୀ ସିନ୍ଧୁଲତା ପ୍ରଧାନ କର୍ତ୍ତାଦାୟିତ୍ବ ତୁଲାଇଥିଲେ ଓ ପୂଜକ ରୂପରେ ହାରାଧନ ଷଡ଼ଙ୍ଗୀ ଓ ସହପୂଜକ ତନ୍ମୟ କୁମାର ମିଶ୍ରଙ୍କ ତତ୍ତ୍ବାବଧାନରେ ପୂଜାକାର୍ଯ୍ୟ ସଂପାଦନ ହୋଇଥିଲା।  ତିଥିରେ ସ୍ଥାନୀୟ ଚତୁର୍ଥ ଶତାବ୍ଦୀର ମୁଚଳିନ୍ଦ ବୁଦ୍ଧ ବିହାର ଠାରେ ପରମକାରୁଣିକ ଭଗବାନ ତଥାଗତ ବୁଦ୍ଧଙ୍କ ଯଥାରୀତି ଧୂପ, ଦୀପ,ନୈବେଦ୍ୟ ସହ ପୂଜକ ଗେଥଳ ବରିହାଙ୍କ ଦାୟିତ୍ବରେ ତଥାଗତ ବୁଦ୍ଧଙ୍କ ପୂଜାକାର୍ଯ୍ୟ ସୁଚାରୁରୂପେ ପାଳନ ହୋଇଥିଲା ।  ଅପରାହ୍ନରେ ବୁଦ୍ଧଙ୍କୁ କ୍ଷୀରି ଭୋଗ ଅର୍ପଣ କରିବାପରେ, ଆବାଳବୃଦ୍ଧ ବନିତାଙ୍କୁ କ୍ଷୀରି ପ୍ରସାଦ ବଣ୍ଟନ କରାଯାଇଥିଲା । ସନ୍ଧ୍ୟାରେ ୨୫୯୦ତମ ବୁଦ୍ଧ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଜୟନ୍ତୀ ମହୋତ୍ସବର ସଭାରେ ମୁଖ୍ୟ ଅତିଥି ଭାବେ ଗାଇସିଲେଟ ବି.ଡି.ଓ. ବରେଣ୍ୟ ମନୋଜ କୁମାର ଦେବତା,ମୁଖ୍ୟ ବକ୍ତାରୂପେ ଗାଇସିଲେଟ ପଞ୍ଚାୟତ ସମିତି ମହାବିଦ୍ୟାଳୟର ଅଧ୍ୟାପକ ଡ. ଜୟକେତନ ତ୍ରିପାଠୀ, ସମ୍ମାନିତ ଅତିଥ୍  ସ୍...