ବ୍ଲକ ସ୍ତରୀୟ ସରପଞ୍ଚ ସଂଘ ର ବୈଠକ

  ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଗୁଦେରପାଲି ଗ୍ରାମପଞ୍ଚାୟତ ପରିସରରେ ସଭାନେତ୍ରୀ ଅର୍ପିତା ପଣ୍ଡା ଙ୍କ ସଭାପତିତ୍ବ ରେ ଗାଇସିଲେଟ ବ୍ଲକ୍ ସରପଞ୍ଚ ସଂଘ ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ପ୍ରଥମେ ବ୍ଲକ୍ ରେ କାର୍ଯ୍ୟରତ ଥିବା ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ମନରେଗା ) ଶ୍ରୀମତୀ ଅନୁପମା ସାହୁ ଙ୍କୁ ଅନ୍ୟତ୍ର ବଦଳି ହୋଇଥିବାରୁ ତାଙ୍କୁ ବିଦାୟକାଳୀନ ସମର୍ଦ୍ଧନା ଦିଆଯାଇଥିଲା । ସମସ୍ତ ସରପଞ୍ଚ ମାନେ ଦୀର୍ଘ ଗୋଟିଏ ବର୍ଷ ହେବ ଶ୍ରୀମତୀ ସାହୁଙ୍କ ସହିତ କାମ କରିଥିବାରୁ ତାଙ୍କ ବଦଳି ପାଇଁ ଦୁଃଖ ପ୍ରକାଶ କରିଥିବା ସହ ଭବିଷ୍ୟତ ପାଇଁ ତାଙ୍କର ମଙ୍ଗଳ କାମନା କରିଥିଲେ । ପରେ ପ୍ରାଥମିକ ସ୍କୁଲ ଗୁଡ଼ାକ ଅତି ଦୟନୀୟ ପରିସ୍ଥିତି ହୋଇ ପଡ଼ିଥିବାରୁ ମରାମତି ଏବଂ ନୂତନ ଶ୍ରେଣୀ କୋଠରୀ କିପରି ହୋଇ ପାରିବ,ପୁରୁଣା ପୋଖରୀ ଗୁଡ଼ାକୁ କିଭଳି ପୁନରୁଦ୍ଧାର କରାଯିବ,ଗ୍ରୀଷ୍ମ ପ୍ରବାହ ବଢୁଥିବାରୁ ପାନୀୟଜଳ ପାଇଁ ନୂତନ ନଳକୂପ ଖନନ କରାଯାଇ ପାରିବ, ବାର୍ଦ୍ଧକ୍ୟ,ବିକଳାଙ୍ଗ,ବିଧବା ଭତ୍ତା ରୁ ବଞ୍ଚିତ ଥିବା ଲୋକଙ୍କୁ କେମିତି ସାମିଲ କରାଯିବ । ଏକାଉଣ୍ଟ୍ ରେ ଭତ୍ତା ଟଙ୍କା ପଡୁ ଥିବାରୁ ନାହିଁ ନ ଥିବା ସମସ୍ୟା ଭୋଗୁଥିବା ହିତାଧିକାରୀ କେମିତି ଠିକ୍ ଭାବରେ ଟଙ୍କା ପାଇ ପାରିବେ, ଗାଇସିଲେଟ ବ୍ଲକ ରେ ୧୯ ଟି ଗ୍ରାମପଞ୍ଚାୟତ ରେ ମାତ୍ର ୪ ଜଣ କନିଷ୍ଠ ଯନ୍ତ୍ରୀ ଏବଂ ୯ ଜଣ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଥିବା ବେଳେ ମୁଖ୍ୟ କିରାଣୀ ନ ଥିବାରୁ କୌଣସି କାର୍ଯ୍ୟ ଠିକ୍ ଭାବରେ ହେଉ ନ ଥିବା ପାଇଁ ଲୋକମାନଙ୍କ କୌଣସି ସମସ୍ୟା ର ସମାଧାନ ହେଉନାହିଁ । ତେଣୁ ଏ ସବୁ ସମସ୍ୟା ର ସମାଧାନ ପାଇଁ ଆସନ୍ତା ୮ ତାରିଖ ସୋମବାର ଦିନ ଜିଲ୍ଲାପାଳ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ଙ୍କ ସହିତ ଆଲୋଚନା କରି ସମସ୍ତ ସମସ୍ୟା ର ସମାଧାନର ବାଟ ଫିଟାଇବା ପାଇଁ ସଂଘ ନିଷ୍ପତି ନେଇଛି । ପରିଶେଷରେ ସମ୍ପାଦକ ରାମଚନ୍ଦ୍ର ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।

Popular posts from this blog

ଛିନ୍ଦ୍ରାପାଲି ଠାରେ ଏମ ସି ଏଲ କମ୍ପାନୀର ମନମାନି ମାଟି ପରୀକ୍ଷଣ ଉପରେ ଦାବୀ ଜଣାଇଲେ ଗ୍ରାମବାସୀ ।

ପାର୍ବତୀ ଗିରି ଅନାଥା ବୃଦ୍ଧାଶ୍ରମରେ ଝିଅର ଜନ୍ମଦିନ ପାଳନ କଲେ ଶିକ୍ଷକ ଦମ୍ପତ୍ତି ।

ଗାଇସିଲେଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଆମ ଓଡିଶା ଓ ସମ୍ବାଦ ପକ୍ଷରୁ ରଜ୍ୟ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ