ଗାଇସିଲେଟ ବ୍ଲକ ଗନିଆଁପାଲି ଠାରେ ନୃସିଂହ ଚତୁର୍ଦ୍ଦଶୀ ଓ ବୁଦ୍ଧ ଜୟନ୍ତୀ ମହୋତ୍ସବ ପାଳିତ।
ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗନିଆଁପାଲି ଠାରେ ତିନିଦିନ ଧରି ନୃସିଂହ ଚତୁର୍ଦ୍ଦଶୀ ଓ ବୁଦ୍ଧ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଛି। ଏହି ଅବସରରେ
ସ୍ଥାନୀୟ ନୃସିଂହ ମନ୍ଦିର ଠାରେ ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ତିନିଦିନ ଧରି ଅନୁଷ୍ଠିତ ହୋଇଥିବା ଅବସରରେ ନୃସିଂହ ମହାପ୍ରଭୁଙ୍କ ପୂଜାକାର୍ଯ୍ୟରେ ଗାଁର ଗୌନ୍ତିଆ ପ୍ରବୀର
ପ୍ରଧାନ ଓ ତାଙ୍କ ସ୍ତ୍ରୀ ସିନ୍ଧୁଲତା ପ୍ରଧାନ କର୍ତ୍ତାଦାୟିତ୍ବ ତୁଲାଇଥିଲେ ଓ ପୂଜକ ରୂପରେ ହାରାଧନ ଷଡ଼ଙ୍ଗୀ ଓ ସହପୂଜକ ତନ୍ମୟ କୁମାର ମିଶ୍ରଙ୍କ ତତ୍ତ୍ବାବଧାନରେ ପୂଜାକାର୍ଯ୍ୟ ସଂପାଦନ ହୋଇଥିଲା। ତିଥିରେ ସ୍ଥାନୀୟ ଚତୁର୍ଥ ଶତାବ୍ଦୀର ମୁଚଳିନ୍ଦ ବୁଦ୍ଧ ବିହାର ଠାରେ ପରମକାରୁଣିକ ଭଗବାନ ତଥାଗତ ବୁଦ୍ଧଙ୍କ ଯଥାରୀତି ଧୂପ, ଦୀପ,ନୈବେଦ୍ୟ ସହ ପୂଜକ ଗେଥଳ ବରିହାଙ୍କ ଦାୟିତ୍ବରେ ତଥାଗତ ବୁଦ୍ଧଙ୍କ ପୂଜାକାର୍ଯ୍ୟ ସୁଚାରୁରୂପେ ପାଳନ ହୋଇଥିଲା ।
ଅପରାହ୍ନରେ ବୁଦ୍ଧଙ୍କୁ କ୍ଷୀରି ଭୋଗ ଅର୍ପଣ କରିବାପରେ, ଆବାଳବୃଦ୍ଧ ବନିତାଙ୍କୁ କ୍ଷୀରି ପ୍ରସାଦ ବଣ୍ଟନ କରାଯାଇଥିଲା । ସନ୍ଧ୍ୟାରେ ୨୫୯୦ତମ ବୁଦ୍ଧ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଜୟନ୍ତୀ ମହୋତ୍ସବର
ସଭାରେ ମୁଖ୍ୟ ଅତିଥି ଭାବେ ଗାଇସିଲେଟ ବି.ଡି.ଓ. ବରେଣ୍ୟ ମନୋଜ କୁମାର ଦେବତା,ମୁଖ୍ୟ ବକ୍ତାରୂପେ ଗାଇସିଲେଟ ପଞ୍ଚାୟତ
ସମିତି ମହାବିଦ୍ୟାଳୟର ଅଧ୍ୟାପକ ଡ. ଜୟକେତନ ତ୍ରିପାଠୀ,
ସମ୍ମାନିତ ଅତିଥ୍ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ପୁଷ୍ପାଞ୍ଜଳୀ ବେହେରା ,ସମାଜସେବୀ ଦେବେନ୍ ଯୋଶୀ ପ୍ରମୁଖ ଯୋଗଦାନ କରିଥିଲେ । ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ ସଭାରେ ଅଧ୍ୟକ୍ଷତା କରିଥିବା ବେଳେ କୃଷ୍ଣଚନ୍ଦ୍ର ଭୋଇ ଅତିଥ୍ ପରିଚୟ ଅମୁଲ୍ୟ
ଭୋଇ ବାର୍ଷିକ ବିବରଣୀ ପଠନ, କାହ୍ନୁଚରଣ ନାଗ ଧନ୍ୟବାଦ ଅର୍ପଣ କରିଥିଲେ । ସଭାପତି ଶ୍ରୀ ପ୍ରଣୟ କୁମାର ସାହୁ ତାଙ୍କ ବକ୍ତବ୍ୟରେ ଗାଇସିଲେଟ ବ୍ଲକର ସମସ୍ତ ଉଣେଇଶଟି(୧୯)
ଗ୍ରା:ପରେ ତଥା ବ୍ଲକ ପରିସରରେ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ବର୍ତ୍ତମାନ ସମାଜରେ ବୁଦ୍ଧଙ୍କ ଦ୍ବାରା ପ୍ରଦର୍ଶିତ ମାର୍ଗ ଓ ନୀତିଗୁଡିକର ଉପାଦେୟତା
ସମ୍ପର୍କରେ ଅତିଥ୍ ବୃନ୍ଦ ଆଲୋକପାତ କରିଥିଲେ ।ଏହି ନୃସିଂହ ଚତୁର୍ଦ୍ଦଶୀ ଓ ବୁଦ୍ଧ ପୂର୍ଣ୍ଣିମା ମହୋତ୍ସବ ପାଳନ ଅବସରରେ ତିନିଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ନୃସିଂହ ପୁରାଣ
ପଠନ ଓ ରାମଲୀଳା ନାଟକ ଅନୁଷ୍ଠିତ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରୀଯୁକୁ କୃଷ୍ଣଚନ୍ଦ୍ର ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ସମସ୍ତ ଗନିଆଁପାଲି ଗ୍ରାମବାସୀ ସକ୍ରୀୟ
ସହଯୋଗ କରିଥିଲେ । ଏହି ଉତ୍ସବକୁ ସହାୟତା ଯୋଗାଇ ସରକାରୀ ସ୍ତରରେ କରିଯିବାକୁ ଅଞ୍ଚଳବାସୀ ଦୀର୍ଘବରକ୍ଷରୁ ଦାବି କରି
ଗନିଆଁପାଲି ନୁହେଁ ସମଗ୍ର ଓଡ଼ିଶା ତଥା ଭାରତର ବର୍ଷରେ ବିରଳ ଐତିହାସିକ କୀର୍ତ୍ତି
ଅଟେ । ଶେଷରେ, ଗ୍ରାମବାସୀ ସରକାରଙ୍କୁ ଏଥିପ୍ରତି ଶୀଘ୍ର ଧ୍ୟାନ ଦେବାକୁ ପୁଣିଥରେ
ଅନୁରୋଧ କରିଥିଲେ।