Posts

Showing posts from May, 2024

ଭଟଲି ନିର୍ବାଚନ ମଣ୍ଡଳୀରେ ବିଜେଡିର ଶକ୍ତି ପ୍ରଦର୍ଶନ

Image
ଭଟଲି ନିର୍ବାଚନ ମଣ୍ଡଳୀରେ ବିଜେଡିର ଶକ୍ତି ପ୍ରଦର୍ଶନ ସାଂସଦ ପ୍ରାର୍ଥୀନୀ ପରିଣିତା ମିଶ୍ରଙ୍କୁ ମିଳୁଛି ବିପୁଳ ସମର୍ଥନ । ନିର୍ବାଚନ ଯେତିକି ପାଖେଇ ଆସୁଛି ଲୋକ ସମର୍ଥନ ମଧ୍ଯ ଦୃତ ଗତିରେ ବଢ଼ି ଚାଲିଛି । ବରଗଡ଼ ଜିଲ୍ଲାରେ ବିପୁଳ ସମର୍ଥନ ଦେଖିବାକୁ ମିଳିଛି । ଏନେଇ ଭଟଲି ଠାରେ ହଜାର ହଜାର ସମର୍ଥକଙ୍କ ସହ ଶକ୍ତି ପ୍ରଦର୍ଶନ କରିଛନ୍ତି ବିଜେଡି ସାଂସଦ ପ୍ରାର୍ଥୀନୀ ପରିଣିତା ମିଶ୍ର । ଦଶ ମାଇଲ ଛକରୁ ସୋହେଲା ପର୍ଯ୍ୟନ୍ତ ପ୍ରାୟ ୫୦୦୦ରୁ ଅଧିକ ବାଇକ ରାଲି ହୋଇଛି । ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ ସିଂ ଓ ସାଂସଦ ପ୍ରାର୍ଥୀନୀ ପରିଣିତା ମିଶ୍ରଙ୍କ ପାଇଁ ପ୍ରଚାର କରିଛନ୍ତି ।

ଭଟଲିରେ ଜନ ସମୁଦ୍ର, ଏଥର ଡବଲ ଶଙ୍ଖ

ଭଟଲିରେ ଜନ ସମୁଦ୍ର, ଏଥର ଡବଲ ଶଙ୍ଖ ବଢୁଛି ବିଜେଡିର ଲୋକ ପ୍ରୀୟତା ପ୍ରଥମେ ବିଧାୟକ ଏବେ ଲୋକସଭା ପ୍ରାର୍ଥୀନୀ ଏଥର ହେବ ଡବଲ ଶଙ୍ଖ ବରଗଡ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀ ଆମ୍ବାଭୋନା ଡୁଙ୍ଗୁରି ଠାରେ କର୍ମୀ ସମବେଶ ଅନୁଷ୍ଠିତ ହୋଇଯାଇଛି  । ଆଜିର ଏହି କର୍ମୀ ସମ୍ମୀଳନୀରେ ଅଞ୍ଚଳର ହଜାର ହଜାର ମହିଳା ଓ ପୁରୁଷଙ୍କ ଜନ ସମୁଦ୍ର ଦେଖିବାକୁ ମିଳିଛି । ପ୍ରଥମେ ବାଇକ ରାଲି କରି ପରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ବରଗଡ ସାଂସଦ ପ୍ରାର୍ଥୀନୀ ପରିଣିତା ମିଶ୍ର, ଭଟଲି ବିଧାୟକ ପ୍ରାର୍ଥୀ ସୁଶାନ୍ତ ସିଂ, ବିଜେଡ଼ି ଯୁବ ନେତା ସୁଶାନ୍ତ ମିଶ୍ର ଓ ଅଞ୍ଚଳର ହଜାର ହଜାର ଜନସାଧାରଣ ଓ ବିଜେଡି କର୍ମୀ ଉପସ୍ଥିତ ଥିଲେ ।