ଭଟଲିରେ ଜନ ସମୁଦ୍ର, ଏଥର ଡବଲ ଶଙ୍ଖ
ଭଟଲିରେ ଜନ ସମୁଦ୍ର, ଏଥର ଡବଲ ଶଙ୍ଖ
ବଢୁଛି ବିଜେଡିର ଲୋକ ପ୍ରୀୟତା ପ୍ରଥମେ ବିଧାୟକ ଏବେ ଲୋକସଭା ପ୍ରାର୍ଥୀନୀ ଏଥର ହେବ ଡବଲ ଶଙ୍ଖ ବରଗଡ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀ ଆମ୍ବାଭୋନା ଡୁଙ୍ଗୁରି ଠାରେ କର୍ମୀ ସମବେଶ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି କର୍ମୀ ସମ୍ମୀଳନୀରେ ଅଞ୍ଚଳର ହଜାର ହଜାର ମହିଳା ଓ ପୁରୁଷଙ୍କ ଜନ ସମୁଦ୍ର ଦେଖିବାକୁ ମିଳିଛି । ପ୍ରଥମେ ବାଇକ ରାଲି କରି ପରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ବରଗଡ ସାଂସଦ ପ୍ରାର୍ଥୀନୀ ପରିଣିତା ମିଶ୍ର, ଭଟଲି ବିଧାୟକ ପ୍ରାର୍ଥୀ ସୁଶାନ୍ତ ସିଂ, ବିଜେଡ଼ି ଯୁବ ନେତା ସୁଶାନ୍ତ ମିଶ୍ର ଓ ଅଞ୍ଚଳର ହଜାର ହଜାର ଜନସାଧାରଣ ଓ ବିଜେଡି କର୍ମୀ ଉପସ୍ଥିତ ଥିଲେ ।