ଛିନ୍ଦ୍ରାପାଲି ଠାରେ ଏମ ସି ଏଲ କମ୍ପାନୀର ମନମାନି ମାଟି ପରୀକ୍ଷଣ ଉପରେ ଦାବୀ ଜଣାଇଲେ ଗ୍ରାମବାସୀ ।
ଛିନ୍ଦ୍ରାପାଲି ଠାରେ ଏମ ସି ଏଲ କମ୍ପାନୀର ମନମାନି ମାଟି ପରୀକ୍ଷଣ ଉପରେ ଦାବୀ ଜଣାଇଲେ ଗ୍ରାମବାସୀ ।
ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଛିନ୍ଦ୍ରାପାଲି ଠାରେ ଏମ ସି ଏଲ କମ୍ପାନୀ ବିଭିନ୍ନ ଧାତୁ ମାଟି ତଳୁ ବାହାରୁଥିବା ବେଳେ ଜୋରଦାର ଭାବେ ପରୀକ୍ଷଣ ଚଳାଇଥିଲା । ହେଲେ ଗାଁର ଲୋକ ଗାଁ ଛାଡ଼ି ବିସ୍ଥାପିତ ହେବା ପାଇଁ ଚାହୁଁ ନାହାନ୍ତି ଯାହାକୁ ନେଇ ଗାଇସିଲେଟ ବ୍ଲକ କାର୍ଯ୍ୟାଳୟ ଠାରେ ଅଭିଯୋଗ ଶୁଣାଣି ବେଳେ ଦାବୀ ଜଣାଇ କମ୍ପାନୀ କୁ ଗାଁରେ ପରୀକ୍ଷଣ ବନ୍ଦ ସହ କୌଣସି ପ୍ରକାର ବିସ୍ଥାପିତ କରାନଯାଉ ବୋଲି ଅଭିଯୋଗ କରିଛନ୍ତି ।