ଗାଇସିଲେଟ ତହସିଲ ରୋଡ ନିକଟରେ ଶୁଭାରମ୍ଭ ହେଲା ଓକିଲ ଆକାଶ ନନ୍ଦଙ୍କ କାର୍ଯ୍ୟାଳୟ , ଯୋଗଦେଲେ ବିଡ଼ିଓ ।
ଗାଇସିଲେଟ ତହସିଲ ରୋଡ ନିକଟରେ ଶୁଭାରମ୍ଭ ହେଲା ଓକିଲ ଆକାଶ ନନ୍ଦଙ୍କ କାର୍ଯ୍ୟାଳୟ , ଯୋଗଦେଲେ ବିଡ଼ିଓ । ବରଗଡ଼ ଜିଲ୍ଲା ଗାଇସିଲେଟ ତହସିଲ ଅଫିସ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ଅପରାହ୍ନ ୩ଟା ପାଖାପାଖି ରେ ଓକିଲ ଆକାଶ ନନ୍ଦଙ୍କ ଏକ ନୃତନ କାର୍ଯ୍ୟାଳୟର ଶୁଭାରମ୍ଭ ହୋଇଯାଇଛି । ସ୍ୱର୍ଗତ ରାଜନୀତିଜ୍ଞ ତଥା ସମାଜସେବୀ ଉତ୍ତମ ନନ୍ଦ ଙ୍କ ସୁପୁତ୍ର ପାଣ୍ଡବ ନନ୍ଧଙ୍କ ପୁତ୍ର ଆକାଶ ନନ୍ଧ କଟକ ଠାରେ ନିଜର ଓକିଲାତି ପାଠ ସାରି ଆଜି ଗାଇସିଲେଟ ତହସିଲ କାର୍ଯ୍ୟାଳୟ ନିକଟରେ ଲୋକଙ୍କ ହିତରେ ଏକ କାର୍ଯ୍ୟାଳୟ ଖୋଳିଛନ୍ତି ଯାହାକି ଲୋକଙ୍କ ବିଭିନ୍ନ ପ୍ରକାର କାର୍ଯ୍ୟରେ ଆସିବ ବୋଲି କହିଛନ୍ତି ଏହି ଅବସରରେ ଶୁଭାରମ୍ଭ ସମୟରେ ମୂଖ୍ୟ ଅତିଥି ଭାବେ ଗାଇସିଲେଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ ସାହୁ, ସମ୍ମାନିତ ଅତିଥି ଭାବେ ଗାଇସିଲେଟ ବିଡ଼ିଓ ଲକ୍ଷ୍ମଣ ମାଝୀ ଓକିଲ ମାନଙ୍କ ମଧ୍ୟରେ ପଦ୍ମପୁର ରୁ ରାଧାବଲ୍ଲଭ ପାଣିଗ୍ରାହି, ମଳୟ କୁମାର ଦାସ, ଭୋଜରାଜ ଡନସନା, ଉତ୍ତମ ନାୟକ, ମନୋଜ ପଧାନ ସମସ୍ତେ ସିଭିଲ କୋର୍ଟ ଓକିଲ ଯୋଗଦେଇଥିଲେ । ଏହା ସହ ବରିଷ୍ଠ ନାଗରିକ ଡକ୍ଟର ସୁନିଲ କୁମାର୍ ପଣ୍ଡା, ରବୀନ୍ଦ୍ର ପଣ୍ଡା, ସୁମନ୍ତ ପଣ୍ଡା , କୁମୁଦ ନାୟକ, ଗାଇସିଲେଟରୁ ଭାରତ ଦାସ, ଗୋପାଳ ଦାସ ମୋନୋଜ ଦାସ, ଚାଷୀ ନେତା କିଶୋର ଦେପ୍ତା, ପଶ୍ଚିମ ଓଡିଶା ତୈଲିକ ସାହୁ ସମାଜ ସଭାପତି ଚୈତନ୍ୟ ସାହୁ, କଠଉମାଲ ପ୍ୟକ୍ସ ସଭାପତି ଯତୀନ୍ଦ୍ର ସାହୁ, କଟାବାହାଲ ପ୍ୟାକ୍ସ୍ ସଭାପତି ହେମାନନ୍ଧ ସାହୂ , ସରୋଜ ଶ୍ରୀ ଭୁଷଣ ସାହୁ ସହ ବିଭିନ୍ନ ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ ଓ ଅନୁଷ୍ଠାନ ପ୍ରେମୀ ବହୁ ସଂଖ୍ୟାରେ ଯୋଗଦେଇ ଥିଲେ