ଗାଇସିଲେଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଆମ ଓଡିଶା ଓ ସମ୍ବାଦ ପକ୍ଷରୁ ରଜ୍ୟ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ
ଗାଇସିଲେଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଆମ ଓଡିଶା ଓ ସମ୍ବାଦ ପକ୍ଷରୁ ରଜ୍ୟ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ । ବରଗଡ଼ ଜିଲ୍ଲା ଗାଇସିଲେଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଆମ ଓଡିଶା ଓ ସମ୍ବାଦ ପକ୍ଷରୁ ରଜ୍ୟ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା ରବିବାର ସକାଳ ୧୦ ରୁ ଆରମ୍ଭ ହୋଇ ଅପରାହ୍ନ ୩:୩୦ ରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ, ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ହସ୍ତାକ୍ଷର ଓ ନବମ, ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା ରହିଥିଲା । ଏହି ଅବସରରେ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ଥିଲେ । ତାଙ୍କ ମଧ୍ୟରୁ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଙ୍କ ଦ୍ୱାରା । ମୁଖ୍ୟ ଅତିଥି ଭାବେ ଗାଇସିଲେଟ ବିଡ଼ିଓ ଲକ୍ଷ୍ମଣ ମାଝୀ , ସମ୍ମାନିତ ଅତିଥି ଭାବେ ସରୋଜ ଶ୍ରୀ ଭୁଷଣ ସାହୁ ଓ ରଞ୍ଜନ ପଣ୍ଡା ଯୋଗଦେଇଥିବା ବେଳେ ସମସ୍ତ ଓ ଏ ଭି ଷ୍ଟାଫ ଯୋଗଦେଇଥିଲେ । ଏହା ସହ ଧନ୍ୟବାଦ୍, ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ସଞ୍ଜୀବ ପୁରୋହିତ । ଏହି କାର୍ଯ୍ୟକ୍ରମ ରେ ଚିତ୍ରାଙ୍କନ ରେ ପୂର୍ବି ଭୋଇ, ସରସ୍ଵତୀ ଶିଶୁ ମନ୍ଦିର ପ୍ରଥମ ପୁରସ୍କାର ଗ୍ରହଣ କରିଥିଲେ ।ଭାନୁପ୍ରୀୟା ସାହୁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗାଇସିଲlଟ, ଦ୍ଵିତୀୟ ପୁରସ୍କାର ପାଇଥିଲେ ।
ରlଜେଶ୍ୱରୀ ସାହୁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗାଇସିଲlଟ, ତୃତୀୟ ପୁରସ୍କାର ଗ୍ରହଣ କରିଥିଲେ । ହସ୍ତାକ୍ଷର ରେ ତନ୍ମୟୀ ପ୍ରଧାନ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗାଇସିଲlଟ ପାଇଥିଲେ ।
ତପିସା ମଲ୍ଲିକ ଓଡିଶା ଆଦର୍ଶ ବିଦ୍ୟାଳୟ ଗାଇସିଲlଟ ,
ପ୍ରୀୟlନ୍ସି ବିଶ୍ଵାଳ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗାଇସିଲlଟ