Posts

ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଗୃହ ଉଦଘାଟନ

Image
ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଗୃହ  ଉଦଘାଟନ । ବରଗଡ ଜିଲ୍ଲା ବିଜେପୁର ସହର ସ୍ଥିତ ପ୍ରକୃତି ବିହାର ଅଞ୍ଚଳରେ ନୂତନ ନିର୍ମିତ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟାଳୟ ବିଜେପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀମାନ ସନତ କୁମାର ଗଡତୀୟାଙ୍କ କରକମଳରେ ଉଦଘାଟିତ ହୋଇଯାଇଛି। ଏହି ଶୁଭ ଅବସରରେ ସ୍ଥାନୀୟ ବିଡ଼ିଓ ସରୋଜ ବିଶ୍ୱାଳ, ଥାନା ଅଧିକାରୀ ସୁଶାନ୍ତମଣି ମହାନ୍ତି,ଏସାଇ ଜଗା ବରିହା ପ୍ରମୁଖ ଉପସ୍ଥିତ ଥିଲେ।ରାଜ୍ୟ ସରକାରଙ୍କ ଟଙ୍କା ଅନୁଦାନରେ ନିର୍ମିତ ଏହି କାର୍ଯ୍ୟାଳୟ ଗୃହ ଉଦଘାଟନ ଅବସରରେ ସମ୍ମାନନୀତ ଅତିଥି ଭାବେ ବରଗଡ ଜିଲ୍ଲା ପ୍ରୋଜେକ୍ଟ ଡାଇରେକ୍ଟର ଲଲାଟ କୁମାର ଲୁହା,ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜ୍ଞ ବିଭୁଦତ୍ତ ସାହୁ, ଅଧ୍ୟକ୍ଷା ଶ୍ରୀମତୀ ସୀତା ବାରିକ, ସୁଶ୍ରୀ ପ୍ରିୟଙ୍କା ବେହେରା ପୈାର ଯନ୍ତ୍ରୀ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜେପୁର,ଅଜୟ କୁମାର ପାତ୍ର ସହକାରୀ ଯନ୍ତ୍ରୀ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜେପୁର ଯୋଗଦାନ କରିଥିଲେ। ଏପରିପ୍ରେକ୍ଷୀରେ ଉପାଧ୍ୟକ୍ଷ ଉମାକାନ୍ତ ବେସନ,ପରିମଳ ବିଭାଗୀୟ ଅଧିକାରୀ ଅର୍ଜୁନ ସିଂ,ଡାଟା ଏଣ୍ଟ୍ରି ଅପରେଟର ଦିବ୍ୟ କିଶୋର ପୁରୋହିତ, ରଞ୍ଜନ ସାହୁ, ଜମାଦାର ଦିନବନ୍ଧୁ ପଣ୍ଡା,ସିଓ ଛନ୍ଦାମିତ୍ରା ମିଶ୍ର, ଲିଙ୍ଗରାଜ ମେହେର,ସାନିଟ୍ରାଇଜର ସୁପଭାଇଜର ତୁଷାର କାନ୍ତ ମେହେର,ମୋତିଲାଲ ଖମାରୀ,ଟୁ...

କୃଷି ଯନ୍ତ୍ରପାତି ଏବେ ହାତ ପାହାନ୍ତା ରେ ।

Image
କୃଷି ଯନ୍ତ୍ରପାତି ଏବେ ହାତ ପାହାନ୍ତା ରେ  ।  ଗାଇସିଲେଟ ୦୨/୨୬ ବରଗଡ ଜିଲ୍ଲା ହେଉଛି ଓଡ଼ିଶାର ଭାତ ହାଣ୍ଡି । ଏଠି ଚାଷ କରି ଭରଣ ପୋଷଣ କରନ୍ତି ଲୋକେ ହେଲେ ଆଜିକାର ସମୟରେ ଅତ୍ୟାଧୁନିକ ଯନ୍ତ୍ର ପାତି ଚାଷ କାର୍ଯ୍ୟ ପାଇଁ ବ୍ୟବହୃତ ହେଉଛି ହେଲେ ସେ ସବୁ ସହରାଞ୍ଚଳ ମାନଙ୍କରେ । ଗାଁ ମାନଙ୍କରେ ଏବେ ବି ଲୋକେ ହଲ କିମ୍ବା ଭଡ଼ାରେ ଟ୍ରାକ୍ଟର ଲଗାଇ ଚାଷ କରୁଛନ୍ତି । ଟ୍ରାକ୍ଟର ଭଳି ମେସିନ କୁ ସମସ୍ତେ ବ୍ୟବହାର କହିପାରୁନାହାନ୍ତି କାରଣ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ପଡିଥାଏ ଯାହାକି ଗୋଟିଏ କ୍ଷୁଦ୍ର ଚାଷୀ ଠୁ ମଧ୍ୟମ ଧରଣର ଚାଷୀ କିଣି ପାରିବ ନାହିଁ । ଏବେ କିନ୍ତୁ କମ୍ ମୂଲ୍ୟ ତଥା ସରକାର ସବସିଟି ମାଧ୍ୟମ ରେ ଚାଷୀଙ୍କ ପାଇଁ ଛୋଟ ଛୋଟ ଚାଷ କାର୍ଯ୍ୟରେ ବ୍ୟବହୃତ ମେସିନ ଗୁଡ଼ିକ ବିଭିନ୍ନ ଦୋକାନୀ ଙ୍କ ମାଧ୍ୟମ ରେ ଚାଷୀଙ୍କ ପାଖକୁ ପହଞ୍ଚୁଛି । ଠିକ୍ ସେହି ଭଳି ବରଗଡ ଜିଲ୍ଲା ଗାଇସିଲେଟ ଅଞ୍ଚଳ ରେ ଏସବୁ ପ୍ରକାର ସୁବିଧା ରୁ ବଞ୍ଚିତ ଥିଲେ ଚାଷୀ । ଯଦି ଏହି ସୁବିଧା ପାଇବା ପାଇଁ ହେଲେ ୩୦ରୁ ୪୦ କିଲୋମିଟର ସହରାଞ୍ଚଳ କୁ ଯିବାକୁ ପଡୁଥିଲା । ଏବେ ଗାଇସିଲେଟ ସହିଦ ଛକ ଠାରେ ମା ଏଗ୍ରୋ ସେଲ ସର୍ଭିସ୍ କୃଷୀ ଯନ୍ତ୍ରପାତି ଦୋକାନ ର ଶୁଭାରମ୍ଭ ହୋଇ ଯାଇଛି ଯାହାକୁ ନେଇ ଅଞ୍ଚଳ ର ଚାଷୀ ମାନେ ଖୁବ ଖୁସି ପ୍ରକଟ କରିଛନ୍ତି । ଏହି ଅବସରରେ ଜାମୁଟପାଲି ପଞ୍ଚାୟତ ସମିତି ସଭ୍ୟ ତଥା ସମାଜସେବୀ ସରୋଜ ଶ୍...

ପାର୍ବତୀ ଗିରି ଅନାଥା ବୃଦ୍ଧାଶ୍ରମରେ ଝିଅର ଜନ୍ମଦିନ ପାଳନ କଲେ ଶିକ୍ଷକ ଦମ୍ପତ୍ତି ।

Image
ପାର୍ବତୀ ଗିରି ଅନାଥା ବୃଦ୍ଧାଶ୍ରମରେ ଝିଅର ଜନ୍ମଦିନ ପାଳନ କଲେ ଶିକ୍ଷକ ଦମ୍ପତ୍ତି ।ବିଜେପୁର-ବିଜେପୁର ବ୍ଲକ ଅନ୍ତର୍ଗତ ସମଲେଇପଦର ପାର୍ବତୀ ଗିରି ଅନାଥା ବୃଦ୍ଧାଶ୍ରାମରେ ରାଜବୋରାସମ୍ବର ବ୍ଲକ ଅନ୍ତର୍ଗତ ବରିହାପାଲି ଗ୍ରାମର ଶିକ୍ଷକ ଦମ୍ପତି ଶ୍ରୀଯୁକ୍ତ ବିଜୟ କୁମାର ସାହୁ ଓ ତାଙ୍କର ଧର୍ମପତ୍ନୀ ଶିକ୍ଷୟିତ୍ରୀ ସରସ୍ବତୀ ଭୋଇ ବିଦେଶୀ ସଂସ୍କୃତିକୁ ଗ୍ରହଣ ନ କରି ଭାରତୀୟ ସଂସ୍କୃତିକୁ ସମ୍ମାନ ଦେଇ ଶାନ୍ତ ସ୍ନିଗ୍ଧ ବାତାବରଣରେ ଝିଅ ଅଦ୍ଵିକା ସାହୁ ଅନ୍ତେବାସୀ ମାନଙ୍କ ସହିତ  ଜନ୍ମଦିବସ ପାଳନ କରିଥିଲେ । ଏହି ଅବସରରେ ସେ ଅନ୍ତେବାସୀ ମାନଙ୍କ ପାଇଁ ଅପରାହ୍ନ ଜଳପାନର ବ୍ୟବସ୍ଥା କରିବା ସହିତ ତାଙ୍କର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯେପରିକି ସାବୁନ, ସର୍ଫ, ତେଲ, କଲଗେଟ ଓ ବିସ୍କୁଟ ଦେଇଥିଲେ । ପରିଶେଷରେ ଆଶ୍ରମର ମୁଖ୍ୟ କାର୍ଯ୍ୟକର୍ତା ଶ୍ରୀଯୁକ୍ତ ଜଳନ୍ଧର ପଟେଲ ଅଦ୍ଵିକା ର ଉତ୍ତୋରୋତ୍ତର ଉନ୍ନତି ପାଇଁ ମହାପ୍ରଭୁ ଙ୍କ ପାଖରେ ପ୍ରାର୍ଥନା କରିଥିଲେ । ପରିଶେଷରେ ଶିକ୍ଷକ ଦମ୍ପତ୍ତି ଶ୍ରୀଯୁକ୍ତ ପଟେଲ ମହୋଦୟ ଙ୍କ ନିସ୍ଵାର୍ଥପର ସେବା ସମାଜ ପାଇଁ ଉଦାହରଣର ଉତ୍ସ ବୋଲି ମତବ୍ୟକ୍ତ କରିଥିଲେ ।

ଏ ବି ସି ଡି ଟ୍ରଷ୍ଟର ପଞ୍ଚମ ଶାଖା ବରପାଲିର ଲଟାକେରା ଗାଁ ରେ ଖୋଲା ଗଲା

Image
ଏ ବି ସି ଡି ଟ୍ରଷ୍ଟର ପଞ୍ଚମ ଶାଖା ବରପାଲିର ଲଟାକେରା ଗାଁ ରେ ଖୋଲା ଗଲା ଆଜି ଏ ବି ସି ଡି ଚାରିଟେବଳ ଟ୍ରଷ୍ଟ  ନିଶୁକ୍ଳ ଶିକ୍ଷା କେନ୍ଦ୍ର ଶାଖା - 05 ବରଗଡ ଜ଼ିଲ୍ଲା ବରପାଲି ବ୍ଲକ ରେ ଶୁଭଆରମ୍ଭ ହେଇଯାଇଛି ଏଥିରେ ମୁଖ୍ୟ ଅଥିତି ରୂପେ ପ୍ରଧାନପାଳି ସରପଞ୍ଚ ଶ୍ରୀ ପ୍ରେମରାଜ ତାଣ୍ଡି ଓ ଗାଁର ୱାର୍ଡ ମେମ୍ବର ବୀରେନ୍ଦ୍ର ଦୀପ ଓ ଗାଁ ର ଆସା ଦିଦି ଶ୍ରୀମତୀ ଯୋମୁନା ଗରଡିଆ ଯୋଗ ଦେଇଥିଲେ ଏଥିରେ ଟ୍ରଷ୍ଟର ସଭାପତି ରାଜେନ୍ଦ୍ର ଶତନାମୀ ଅଥିତି ସ୍ୱାଗତ ଭାଷଣ ଦେଇଥିବା ବେଳେ ଟ୍ରଷ୍ଟର ଆବାହକ ବିଶ୍ୱଜିତ ମହାନ୍ତି ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଉପରେ ଆଲୋକପାତ କରିଥିରେ ଏଥିରେ ଉପସ୍ଥିତ ଥିଲେ ଟ୍ରଷ୍ଟ ସଦଶ୍ୟ  ମାସୁଦ ଆଲାମ, ସୋମ ପ୍ରକାଶ ବେହେରା,ସୁନୀଲ ସାଗର, ମୁକେଶ ମେହେର, ଅଜୟ କୁମାର ସାହୁ, ପ୍ରକ୍ଷୀତ ମେହେର, ଓ ବରପାଲି ଟ୍ରଷ୍ଟର ଶିକ୍ଷକ ବିଶ୍ୱନାଥ ନାଗ ଓ ଗାଁ ବିଶିଷ୍ଟ ସମାଜ ସେବୀ ମହେନ୍ଦ୍ର ମହାନନ୍ଦ ଉପସ୍ଥିତ ଥିରେ ଥିରେ ସର୍ବ ମୋଟ 36 ଛାତ୍ର ଛାତ୍ରୀ ମାନେ ଶିକ୍ଷା ଗ୍ରହଣ କରୁଛନ୍ତି ଏହି ଅବସରରେ ପାଠ୍ୟ ଓ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି l

ତୈଳ ବୈଶ୍ୟ ସାହୂ ସମାଜ ପକ୍ଷରୁ ନୂଆଁଖାଇ ଭେଟ ଘାଟ ଅନୁଷ୍ଠିତ ଯୋଗଦେଲେ ତିନି ନେତା ।

Image
ତୈଳ ବୈଶ୍ୟ ସାହୂ ସମାଜ ପକ୍ଷରୁ ନୂଆଁଖାଇ ଭେଟ ଘାଟ ଅନୁଷ୍ଠିତ ଯୋଗଦେଲେ ତିନି ନେତା । ବରଗଡ଼ ଜିଲ୍ଲା ଗାଇସିଲେଟ କଲଙ୍ଗାପାଲି ସାହୂ ସମାଜ କଲ୍ୟାଣ ମଣ୍ଡପ ଠାରେ  ତୈଳ ବୈଶ୍ୟ ସାହୂ ସମାଜ ପକ୍ଷରୁ ନୂଆଁଖାଇ ଭେଟ ଘାଟ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ସ୍ଥାନୀୟ ବିଧାୟକ ସନତ କୁମାର ଗଡତିଆ ଯୋଗଦେଇ  ପ୍ରଥମେ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ ଆରମ୍ଭ କରିବା ପରେ  ସମସ୍ତଙ୍କୁ ସମ୍ବୋଧନ କରି ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକହିତ ଯୋଜନା ଉପରେ ଲୋକଙ୍କୁ ବୁଝାଇଥିଲେ । ବର୍ତ୍ତମାନ ରାଜ୍ୟ ସରକାର ଙ୍କ ଧାନ କିଣା ବିକା ନୂଆ ନିୟମ, ସ୍ବାସ୍ଥ୍ୟ କାର୍ଡ , ଶୁଭଦ୍ରା ଯୋଜନା ବିଷୟରେ ବୁଝାଇଥିଲେ ଓ ଅଞ୍ଚଳ ର  ଉନ୍ନତି କରଣକୁ ନେଇ ତିନି ନେତା ଅଭିଭାଷଣ ରଖିଥିଲେ । ଏହା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା ।

ସୋହେଲା ଦୁର୍ଗା ପୂଜା ରେ ରଶିଟଣା ରେ ତଳପଦର ଦଳ ଚମ୍ପିୟାନ

Image
ସୋହେଲା ଦୁର୍ଗା ପୂଜା ରେ ରଶିଟଣା ରେ ତଳପଦର ଦଳ ଚମ୍ପିୟାନ ।   ବିଜେପୁର :ସୁଶାନ୍ତ ସାହୁ (ସାଶକ ପ୍ରଶାସକ )ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ଗ୍ରାମରେ ଆଜି ଜନସାଧାରଣ ବିଜୟ ଉତ୍ସବ ପାଳନ କରୁଛନ୍ତି l କାରଣ ପ୍ରତି ବର୍ଷାପରି ଦୁର୍ଗାପୂଜା ସୋହେଲା ଠାରେ ଅନୁଷ୍ଠିତ ହୋଉଥିବା ରଶିଟଣା ପ୍ରତିଯୋଗିତାରେ ଛଅ ଟି ଦଳ କୁ ପରାଜିତ କରି ଆଜି ଚମ୍ପିୟାନ ହୋଇଛନ୍ତି l ସମସ୍ତ ଖେଳାଳି ଫିରେବା ପରେ ତାଙ୍କୁ ପୁଷ୍ପ ମାଲ୍ୟାଅର୍ପଣ କରି ସମର୍ଦ୍ଧନା ଜ୍ଞାପନ କରିଛନ୍ତି ତାଳପଦର ଗ୍ରାମବାସି l ପୂର୍ବତନ ମନ୍ତ୍ରୀ ପ୍ରକାଶ ଦେବତା, ପୂର୍ବତନ ବିଧାୟକ ମହମ୍ବଦ ରଫିକ ସମସ୍ତ ଖେଳାଳି ଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଆଗାମୀ ଦିନରେ ଖେଳକୁ ବଜାୟୀ ରଖିବାକୁ କହିଥିଲେ l ଉକ୍ତ ଖେଳ କୁ ଆଗାମୀ ଦିନରେ କିପରି ଜ଼ିଲ୍ଲାସ୍ତରୀୟ ତଥା ରାଜ୍ୟସ୍ତରୀୟ କରାଯାଇ ପାରିବ ବୋଲି ଖେଳାଳି ମାନେ ଅତିଥି ମାନଙ୍କ ଆଗରେ ନିବେଦନ କରିଥିଲେ l ଖେଳକୁ ଅଶ୍ବିନୀ ପାତ୍ର ଏବଂ ତାଙ୍କ ସହଯୋଗୀ ପରିଚାଳନା କରିଥିଲେ l ସୋହେଲା ତଥା ଆଖାପାଖ ଅଂଚଳରେ ପାଞ୍ଚହଜାର ରୁ ଉର୍ଦ୍ଧ ଜନତା ରାଶିଟଣା ଖେଳକୁ ଉପଭୋଗ କରିବା ସହ ଖେଳକୁ ଉତ୍ସାହିତ କରିଥିଲେ l

ଶରଧା ପାଲି ଉଚ୍ଚ ବିଦ୍ୟାଳୟ ପରିସରରେ ଶରଧା ପାଲି ନୋଡାଲ ସ୍କୁଲ୍ ର ବନ୍ଧୁ ମିଳନ ଉତ୍ସବ ପାଳନ ହୋଇଯାଇଅଛି।

Image
ଦିନ ଶରଧାପାଲି ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ମେଟ୍ରିକ୍ ବେଚ୍ ୨୦୦୦/୨୦୦୧ ଶିକ୍ଷା ବର୍ଷର ଛାତ୍ରଛାତ୍ରୀମାନଙ୍କ ଆନୁକୁଲ୍ୟରେ ଶରଧା ପାଲି ଉଚ୍ଚ ବିଦ୍ୟାଳୟ ପରିସରରେ ଶରଧା ପାଲି ନୋଡାଲ ସ୍କୁଲ୍ ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଓକିଲ ପାଣ୍ଡେଙ୍କର ସଭାପତିତ୍ବରେ ପୂଜ୍ୟପୂଜା ଓ ବନ୍ଧୁ ମିଳନ ଉତ୍ସବ ପାଳନ ହୋଇଯାଇଅଛି। ଉକ୍ତ ଉତ୍ସବରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବସନ୍ତ କୁମାର ସାହୁ ମୁଖ୍ୟ ଅତିଥି ଓ ସମସ୍ତ ପୂଜ୍ୟ ଗୁରୁଜନ ଉପସ୍ଥିତ ଥିଲେ ଉକ୍ତ ସମାରୋହକୁ ନବୀନ ସାହୁ ମଞ୍ଚ ପରିଚାଳନା କରିଥିବା ବେଲେ ସ୍ବାଗତ ଭାଷଣ ମଧୁସୂଦନ ବରିହା, ଉଦ୍ଦେଶ୍ୟ ଜ୍ଞାପନ ସଦାଶିବ ଦୀପ ଅଭ୍ୟର୍ଥନା ପ୍ରମିଳା ମାଝୀ,ଅନୀତା ଭୋଇ ସହିତ ମାନସ ରଞ୍ଜନ ପ୍ରଧାନ, ଲକ୍ଷ୍ମଣ ବାଗ,ଟିକାକାର ନାୟକ, ବିକାଶ ସାହୁ,ରଞ୍ଜନ ସାହୁ, ଉମାକାନ୍ତ ଭୋଇ, ପୁଷ୍ପାଞ୍ଜଳି ସା, ଅନିତା ଦାଶ ସହିତ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ପରିଶେଷରେ ସଂଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।