ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଗୃହ ଉଦଘାଟନ

ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଗୃହ 
ଉଦଘାଟନ । ବରଗଡ ଜିଲ୍ଲା ବିଜେପୁର ସହର ସ୍ଥିତ ପ୍ରକୃତି ବିହାର ଅଞ୍ଚଳରେ ନୂତନ ନିର୍ମିତ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟାଳୟ ବିଜେପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀମାନ ସନତ କୁମାର ଗଡତୀୟାଙ୍କ କରକମଳରେ ଉଦଘାଟିତ ହୋଇଯାଇଛି।ଏହି ଶୁଭ ଅବସରରେ ସ୍ଥାନୀୟ ବିଡ଼ିଓ ସରୋଜ ବିଶ୍ୱାଳ, ଥାନା ଅଧିକାରୀ ସୁଶାନ୍ତମଣି ମହାନ୍ତି,ଏସାଇ ଜଗା ବରିହା ପ୍ରମୁଖ ଉପସ୍ଥିତ ଥିଲେ।ରାଜ୍ୟ ସରକାରଙ୍କ ଟଙ୍କା ଅନୁଦାନରେ ନିର୍ମିତ ଏହି କାର୍ଯ୍ୟାଳୟ ଗୃହ ଉଦଘାଟନ ଅବସରରେ ସମ୍ମାନନୀତ ଅତିଥି ଭାବେ ବରଗଡ ଜିଲ୍ଲା ପ୍ରୋଜେକ୍ଟ ଡାଇରେକ୍ଟର ଲଲାଟ କୁମାର ଲୁହା,ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜ୍ଞ ବିଭୁଦତ୍ତ ସାହୁ, ଅଧ୍ୟକ୍ଷା ଶ୍ରୀମତୀ ସୀତା ବାରିକ, ସୁଶ୍ରୀ ପ୍ରିୟଙ୍କା ବେହେରା ପୈାର ଯନ୍ତ୍ରୀ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜେପୁର,ଅଜୟ କୁମାର ପାତ୍ର ସହକାରୀ ଯନ୍ତ୍ରୀ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜେପୁର ଯୋଗଦାନ କରିଥିଲେ।ଏପରିପ୍ରେକ୍ଷୀରେ ଉପାଧ୍ୟକ୍ଷ ଉମାକାନ୍ତ ବେସନ,ପରିମଳ ବିଭାଗୀୟ ଅଧିକାରୀ ଅର୍ଜୁନ ସିଂ,ଡାଟା ଏଣ୍ଟ୍ରି ଅପରେଟର ଦିବ୍ୟ କିଶୋର ପୁରୋହିତ, ରଞ୍ଜନ ସାହୁ, ଜମାଦାର ଦିନବନ୍ଧୁ ପଣ୍ଡା,ସିଓ ଛନ୍ଦାମିତ୍ରା ମିଶ୍ର, ଲିଙ୍ଗରାଜ ମେହେର,ସାନିଟ୍ରାଇଜର ସୁପଭାଇଜର ତୁଷାର କାନ୍ତ ମେହେର,ମୋତିଲାଲ ଖମାରୀ,ଟୁଲିଭ୍ ବିନୋଦ ସିଂ ପ୍ରମୁଖ ଉପସ୍ଥିତ ଥିବାବେଳେ, ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜେପୁର କାଉନସିଲର ସୁଦେବୀ ଭୋଏ, ହରିପ୍ରୀୟା ଭୋଏ,ହରି ବିଶ୍ୱାଳ, ଦିପକ ପାଣିଗ୍ରାହୀ, ପ୍ରଶାନ୍ତ ପଧାନ, ପଦ୍ମିନୀ ଲୁହା,ସମାରୀ ମେହେର,ଇଲାବତୀ ପଧାନ, ରେଣୁକା ସାହୁ,ରାଜୁ ଅଦାବର ଉପସ୍ଥିତ ଥିଲେ। ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କର୍ମଚାରୀ ବୃନ୍ଦଙ୍କ ସହଯୋଗରେ ଉଦଘାଟନୀ ଉତ୍ସବ ସୁଚାରୁରୂପେ ସମ୍ପାଦନା ହୋଇ ଯାଇଛି।

Popular posts from this blog

ଛିନ୍ଦ୍ରାପାଲି ଠାରେ ଏମ ସି ଏଲ କମ୍ପାନୀର ମନମାନି ମାଟି ପରୀକ୍ଷଣ ଉପରେ ଦାବୀ ଜଣାଇଲେ ଗ୍ରାମବାସୀ ।

ଗାଇସିଲେଟ ତହସିଲ ରୋଡ ନିକଟରେ ଶୁଭାରମ୍ଭ ହେଲା ଓକିଲ ଆକାଶ ନନ୍ଦଙ୍କ କାର୍ଯ୍ୟାଳୟ , ଯୋଗଦେଲେ ବିଡ଼ିଓ ।

ପାର୍ବତୀ ଗିରି ଅନାଥା ବୃଦ୍ଧାଶ୍ରମରେ ଝିଅର ଜନ୍ମଦିନ ପାଳନ କଲେ ଶିକ୍ଷକ ଦମ୍ପତ୍ତି ।