ଗାଇସିଲେଟ ବ୍ଲକ ସ୍ତରୀୟ ଜନଶୁଣାଣି ରେ ମନରେଗା କୁ ନେଇ ଜନସାଧାରଣ ଙ୍କ ଅଭିଯୋଗ

ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକରେ ବ୍ଲକ ସ୍ତରିୟ ଜନ ଶୁଣାଣି ଅନୁଷ୍ଠିତ । ସାମନା କୁ ଆସିଲା ଭୟଂକର ତଥ୍ୟ । ଭୂତ ନେଇଛି ଭତ୍ତା ଟଂକା । ଲାଇନ ଡିପାର୍ଟ ମେଣ୍ଟରେ ଦୁର୍ନିତି ମଧ୍ୟ ସାମନାକୁ ଆସିଛି ।ଗାଇସିଲାଟ ବିଡିଓ ମନୋଜ କୁମାର ଦେବତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମିକ୍ଷା ବୈଠକରେ ମୂଖ୍ଯ ଅତିଥି ଭାବରେ ବରଗଡ ପିଡି ଆଦିତ୍ୟ ଗୋୟଲ IAS ,ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ . ସାଂସଦ ପ୍ରତିନିଧି ପ୍ରବିଣ କୁମାର ପାଣିଗ୍ରାହି , ଉପାଧ୍ୟକ୍ଷ ଯଶୋବନ୍ତି ପଧାନ , ଜିଲ୍ଲାପରିସଦ ସଭ୍ୟା ଝରଣା ପାଣିଗ୍ରାହି . ଜିଲ୍ଲାପରିସଦ ସଭ୍ଯ ନିଳମଣି ବରିହା , ଜିଲ୍ଲା ସୋସିଆଳ ଅଡିଟର ଆନଂଦ ପଧାନ , ABDO ପ୍ରତାପ ସିଂ ନାୟକ ମଂଚାସିନ ଥିଲେ । ୨୦୨୧-୨୦୨୨ ଆର୍ଥିକ ବର୍ଷରେ ମୋଟରେ ୭୮୭୨ଟି ପ୍ରକଳ୍ପ ନିଆଯାଇ ୪୯୩୦ଟି ସଂପୂର୍ଣ ହୋଇଛି । ୨୩୫୨୯ ଟି ପରିବାର ପଂଜିକୃତ ହୋଇଥିବା ବେଳେ ୧୬୪୭୭ଟି ପରିବାର କାମ ମାଗିଥିଲେ ଓ କାମ ଯୋଗାଇ ଦିଆ ଯାଇଥିଲା । ୩୬୮୩ ଜଣ ୧୦୦ ଦିନ ପୁରା କରିଥିବା ବେଳେ ୬୬୬ ପରିବାର ୨୦୦ ଦିନ ଓ ୨୪ ପରିବାର ୩୦୦ଦିନ କାମ କରିଛନ୍ତି । ତେବେ ମଲା ଲୋକ ଭତ୍ତା ନେଇଥିବାର ଅଭିଯୋଗ ହୋଇଥିଲା ।ହଁ ଆଜ୍ଞା ମାସେକି ଦୁଇମାସ ନୁହେଁ - ମଲା ମଣିଷର ବର୍ଷ ବର୍ଷ ଧରି ଉଠିଛି ଟଂକା । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଏହା ଯେ ହିତାଧିକାରିର ପରିବାର ଏଥିରେ ସଂପୃକ୍ତ ନୁହଁନ୍ତି । ଘଟଣା ସଂପର୍କରେ ସେମାନେ ସଂପୁର୍ଣ ଅନଭିଜ୍ଞ । ପଂଚାୟତକୁ ଅଡିଟ ନିମନ୍ତେ ଯାଇଥିବା ଭି. ଆର.ପି ମାନେ ଅଂଗନଓ୍ବାଡି ଓ ଆଶା ପାଖରୁ ମୃତ ବ୍ୟକ୍ତିଙ୍କ ତାଳିକା ନେଇ ସରଜମିନ ତଦନ୍ତ ପରେ ସତ ସାମନାକୁ ଆସିଛି । ତେବେ ସେ ଟଂକା ହଡପକଲା କିଏ ? କାହା ପକେଟ ସେ ଟଂକାରେ ଗରମ ହେଲା ? ସେ ଭୂତ କିଏ ? ଦାୟିତ୍ବରେ ଥିବା ଅଧିକାରି କହୁଛନ୍ତି ଆଜି ଅଭିଯୋଗ ହେଲା ତଦନ୍ତ କରିବୁ । ଦେଖାଯାଉ ବ୍ଲକର ବିଭିନ୍ନ ପଂଚାୟତରେ ଥିବା ଭୂତ ସଂଖ୍ୟା କେତେ ? କଣ ନିଆଯାଉଛି ପଦକ୍ଷେପ । ଆଉମଧ୍ୟ ସାମନାକୁ ଆସିଛି ବିଭିନ୍ନ ଲାଇନ ଡିପାର୍ଟମେଣ୍ଟରେ ଦୁର୍ନିତୀର ଅଭିଯୋଗ । ବ୍ଲକର ବିଭିନ୍ନ ପଂଚାୟତରେ ଓ୍ବାଟରସେଡ ,ଜଂଗଳ ଓ ହର୍ଟିକଲଚର ତରଫରୁ କେସରେକର୍ଡ ପଂଚାୟତ ସ୍ତରିୟ ଅଡିଟ ବେଳେ ଦେଖାଯାଇନଥିବାର ସୂଚନା BSA ଉମାକାନ୍ତ ସାହୁ ପଚାରିବାରୁ କହିଥିଲେ ।ପ୍ରାପ୍ତ ସୂଚନା ଅନୁସାରେ ହର୍ଟିକଲଚର ତରଫରୁ କେତେକ ଗ୍ରାମପଂଚାୟତରେ କେସରେକର୍ଡ ଅଡିଟପାଇଁ ଦିଆଯାଇଥିବାବେଳେ ଓ୍ବାଟରସେଡ ଓ ଜଂଗଳ ବିଭାଗ କେଶରେକର୍ଡ ଦେଇନଥିଲେ ।ଚରମ ସୀମାରେ ଦୁର୍ନିତୀର ଅଭିଯୋଗ ଓ୍ବାଟରସେଡ ରୁ ଆସିଥିଲା । ହଁ ଆଜ୍ଞା ସବୁଠୁ ଗୁରୁତର କଥା ଯେ ଫାର୍ମପଣ୍ଡରେ ହ୍ୟୁମପାଇପ ଲାଗିଥିବା ବିଲକରିଛନ୍ତି ଆଉ ପେମେଣ୍ଟ ଭେଣ୍ଡର ଜରିଆରେ କରାଯାଇଛି । ମାତ୍ର ତାହା ସରଜମିନ ତଦନ୍ତରେ ନଥିବା , ସୂଚନା ଫଳକ ନଥାଇ ବିଲ ହୋଇଥିବା ବି କୁହାଯାଉଛି । ପ୍ରକଳ୍ପ ଖନନ ବେଳେ ଶ୍ରମିକ ମାନେ ପିଇବା ପାଇଁ ପାନିୟ ଜଳର ବ୍ୟବସ୍ଥା ନିୟମ ଅନୁସାରେ କରାଯାଇଛି ମାତ୍ର ପେମେଣ୍ଟ ଭେଣ୍ଡର ଜରିଆରେ କରାଯାଇଛିବୋଲି କୁହାଯାଉଛି ।ପ୍ରଶ୍ନ ଉଠେ ମଷ୍ଟର ରୋଲ ଜରିଆରେ ପାଉଣା ହେବାର ନିୟମକୁ ଭଂଗକରି କାହିଁକି ସେ ପ୍ରାପ୍ୟ ଭେଣ୍ଡରକୁ ଦିଆ ଯାଇଛି । BSA ଙ୍କ ପାଖରୁ ମିଳିଥିବା ତଥ୍ୟ ଅନୁସାରେ ସର୍ବାଧିକ ହେରଫେର ଡାଙ୍ଗବାହାଳ ଓ ଚାଣ୍ଟିପାଲି ଗ୍ରାମ ପଂଚାୟତର ହୋଇଛି । ଚାଣ୍ଟିପାଲିରେ ୨୪ଟିପ୍ରକଳ୍ପରେ ୯୬ ହଜାର ଟଂକା ପାନିୟ ଜଳ ବାବଦରେ ସୁଲିସ ବାବଦରେ ୫,୦୫୯୦୬ ଟଂକା ପ୍ରଦାନ କରାଯାଇଥିବା ବେଳେ ଡାଂଗବାହାଲରେ ୫ଜଣଙ୍କ ଫାର୍ମପଣ୍ଡ ନଥାଇ ପେମେଣ୍ଟ ଦିଆଯିବା . ୨ଟି ପୁରୁଣା ଫାର୍ମପଣ୍ଡର ପେମେଣ୍ଟ କରିବା ସହିତ ଏକସେସ ପେମେଣ୍ଟ ହୋଇଥିବାର ସୂଚନା ମିଳେ । ଦେଖାଯାଉ ଆଗକୁ କଣ ହେଉଛି ।

Popular posts from this blog

ଛିନ୍ଦ୍ରାପାଲି ଠାରେ ଏମ ସି ଏଲ କମ୍ପାନୀର ମନମାନି ମାଟି ପରୀକ୍ଷଣ ଉପରେ ଦାବୀ ଜଣାଇଲେ ଗ୍ରାମବାସୀ ।

ପାର୍ବତୀ ଗିରି ଅନାଥା ବୃଦ୍ଧାଶ୍ରମରେ ଝିଅର ଜନ୍ମଦିନ ପାଳନ କଲେ ଶିକ୍ଷକ ଦମ୍ପତ୍ତି ।

ଗାଇସିଲେଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଆମ ଓଡିଶା ଓ ସମ୍ବାଦ ପକ୍ଷରୁ ରଜ୍ୟ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ