ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଶିଶୁ ଦିବସ ପାଳନ

ତା.୧୪/୧୧/୨୧ ରିଖ ସୋମବାର ଦିନ ଗାଇସିଲେଟସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିଶୁ ଦିବସ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ବାରିକ ଅତିଥି ପରିଚୟ ଏବଂ ସ୍ବାଗତ ଭାଷଣ ଦେଇଥିବା ବେଳେ ଝରଣା ମିଶ୍ର ଗୁରୁମା ଶିଶୁ ଦିବସ ବିଷୟରେ ଆଲୋକପାତ କରିଥିଲେ। ଏହା ସହିତ ଶିଶୁ ବାଟିକା ବିଭାଗର ଶିଶୁ ଶିବିର ଏବଂ ଷଷ୍ଠରୁ ଦଶମ ଶ୍ରେଣୀ ଭଉଣୀମାନଙ୍କର କନ୍ୟା ଶିବିର ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଶିଶୁ ବାଟିକା ବିଭାଗର ଶିଶୁ ଶିବିରରେ ଅଭିଭାବିକା ଶ୍ରୀମତୀ ଦିପ୍ତୀମୟୀ ପୁରୋହିତ ଏବଂ କନ୍ୟା ଶିବିରରେ ଅଭିଭାବିକା ଶ୍ରୀମତୀ ରିଙ୍କିରାଣୀ ପୁରୋହିତ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ମା' ବାକ୍ ଦେବୀଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି ଏହି କାର୍ଯ୍ୟକ୍ରମର ଶୁଭ ଉଦ୍ ଘାଟନ କରିଥିଲେ। ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ବାରିକ ଏକବିଂଶ ଶତାବ୍ଦୀ ହେଉଛି ନାରୀ ଶତାବ୍ଦୀ, ବିଷୟରେ  ଆଲୋକପାତ କରିଥିଲେ। ଏହାପରେ ଭଉଣୀମାନେ ସରସ୍ଵତୀ ପଦଯାତ୍ରା କରି ଦମକଲ କେନ୍ଦ୍ର ଏବଂ ଗ୍ରାମୀଣ ପାର୍କ, ଗାଇସିଲେଟକୁ ଭ୍ରମଣରେ ଯାଇଥିଲେ। ସେଠାରେ ଦମକଲ କେନ୍ଦ୍ରର ଅଧିକାରୀ ଯଦୁନାଥ ସାଏଙ୍କ ସହିତ ତାଙ୍କ ସହକାରୀ କାର୍ଯ୍ୟକର୍ତ୍ତା ବୃନ୍ଦ ଭଉଣୀମାନଙ୍କୁ ସ୍ବାଗତ କରିଥିଲେ ଏବଂ ଦମକଲ କେନ୍ଦ୍ରର କାର୍ଯ୍ୟ ବିଷୟରେ ଅତି ସରଳ ଭାବରେ ବୁଝାଇବା ସହିତ ନିଆଁ କିପରି ଲିଭାଯାଏ, ତାର ଡେମୋଗୁଡ଼ିକ ଦେଖାଇ ଥିଲେ। ପଦଯାତ୍ରାରୁ ଫେରିବା ପରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶେଷରେ ସମସ୍ତ ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ଶିଶୁ ବାଟିକା ବିଭାଗର ଭାଇ ଭଉଣୀମାନେ ଗାଇସିଲେଟ ନିକଟସ୍ଥ ଘୁଚେପାଲି ଶିବ ମନ୍ଦିରକୁ ଭ୍ରମଣରେ ଯାଇଥିଲେ ଏବଂ ସେଠାରେ ବଲାଙ୍ଗୀର ଜିଲ୍ଲାର ଜିଲ୍ଲା ପରିଷଦ ଚେୟାରମେନ ଶ୍ରୀମତୀ ଦେବକୀ ସାହୁ  ଶିଶୁ ଭାଇ ଭଉଣୀମାନଙ୍କ ନିମନ୍ତେ ବିସ୍କୁଟ ଓ ଜଳର ବ୍ୟବସ୍ଥା କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଶିଶୁ ଭାଇ ଭଉଣୀମାନଙ୍କ ସହିତ ପରିଚାଳନା ସମିତିର ମହିଳା ସଦସ୍ଯା ଶ୍ରୀମତୀ ବୃନ୍ଦାବତୀ ସାହୁ ଓ ଶ୍ରୀମତୀ ପଦ୍ମାବତୀ ସାହୁ କାର୍ଯ୍ୟକ୍ରମ ସରିବା ପର୍ଯ୍ୟନ୍ତ ରହିଥିଲେ।

Popular posts from this blog

ଛିନ୍ଦ୍ରାପାଲି ଠାରେ ଏମ ସି ଏଲ କମ୍ପାନୀର ମନମାନି ମାଟି ପରୀକ୍ଷଣ ଉପରେ ଦାବୀ ଜଣାଇଲେ ଗ୍ରାମବାସୀ ।

ପାର୍ବତୀ ଗିରି ଅନାଥା ବୃଦ୍ଧାଶ୍ରମରେ ଝିଅର ଜନ୍ମଦିନ ପାଳନ କଲେ ଶିକ୍ଷକ ଦମ୍ପତ୍ତି ।

ଗାଇସିଲେଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଆମ ଓଡିଶା ଓ ସମ୍ବାଦ ପକ୍ଷରୁ ରଜ୍ୟ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ