ସୁରେନ୍ଦ୍ର ସାହୁଂକ ପ୍ରଥମ ଶ୍ରାଦ୍ଧବାର୍ଷିକରେ କୋସଲ ଯୁବଶକ୍ତି ତରଫରୁ ଚକ୍ଷୁ ପରୀକ୍ଷା ଶିବିର
ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ କୋସଲ ଯୁବଶକ୍ତି ତରଫରୁ ଗାଇସିଲେଟ ବ୍ଲକ ବୁରୋମୁଣ୍ଡା ଠାରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ସାହୁ ଆଇନଜୀବି, ସମାଜସେବୀ ତଥା ସାହିତ୍ୟିକ ଥିଲେ । ତ୍ରିନେତ୍ର ନେତ୍ରାଳୟ ସମ୍ବଲପୁରର ଟିମ ସହଯୋଗରେ ଅନୁଷ୍ଠିତ ଏହି ଶିବିରରେ ୧୦୫ ଜଣଂକୁ ଚକ୍ଷୁ ପରୀକ୍ଷା କରାଯାଇଥିଲା ଏବଂ ୪୫ ଜଣଂକୁ ଅପରେସନ ପାଇଁ ସମ୍ବଲପୁର ପଠାଯାଇଥିଲା । ଚକ୍ଷୁ ଶିବିରରେ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ, ସମିତି ସଭ୍ୟ ଦେବେନ୍ଦ୍ର ଯୋଷୀ, ସମିତି ସଭ୍ୟ ସରୋଜ ଶ୍ରୀଭୂଷଣ ସାହୁ, ଡ.ଶ୍ୟାମସୁନ୍ଦର ପାଣ୍ଡେ, ପ୍ରମୁଖ ଉପସ୍ଥିତ ଥିବା ବେଲେ କୋସଲ ଯୁବଶକ୍ତି ତରଫରୁ ଡ. ସାକେତ ଶ୍ରୀଭୁଷଣ ସାହୁ, ଲାଲାଜି ଝାଂକର, ସୁଜିତ ପାତ୍ର, କୁନା ଜୁଆଡି, ବଲ୍ଲଭ ସାହୁ, ଶିଶୁପାଲ ସାହୁ, ବୀରସିଂ ବାହୁକ, କେଦାରନାଥ ସାହୁ ପ୍ରମୁଖ ସହଜୋଗ କରିଥିଲେ ।