ପୃଷ୍ଟିକର ଖାଦ୍ୟ ଉପରେ କନ୍ଦୁମୁଣ୍ଡା ଠାରେ ସଚେତନତା କାର୍ଯ୍ୟକ୍ରମ


ପୁଷ୍ଟିକର ଖାଦ୍ଯ ଉପରେ ସଚେତନତା ଅଭିଯାନ
ସହର ହେଉ କି ଗାଁ, ଧନୀ ହେଉ କି ଗରିବ, ଯୁବାବସ୍ଥା ରୁ ମଧ୍ୟ ଛୋଟ ହେଉ ବଡ ଅନେକ ସ୍ବାସ୍ଥ୍ୟ ସମସ୍ଯା, ପୁଷ୍ଟିହୀନତା, ରକ୍ତହୀନତା,  ଗଣ୍ଠି ଯନ୍ତ୍ରଣା ସହିତ କେନସର, ରକ୍ତଚାପ, ମଧୁମେହ, ହୃଦଘାତ ଇତ୍ୟାଦି ମାରାତ୍ମକ ରୋଗ ସାଧାରଣ ହେଲାଣି । ଆମ ପାଖରେ ଡାକ୍ତରଖାନା ଏବଂ ଔଷଧ ଅଛି, କିନ୍ତୁ ମୁଳୁ ମାଇଲେ ଯିବ ସରି, ଦେବା ସସଙ୍ଗେ କିମ୍ବା କଳି ର ବିଚାର, ପୁରୁଣା ଦେଶୀ କୃଷି କୁ ବଞ୍ଚାଇ ରଖିବା, ସାମୁହିକ ଭାବରେ ସଂଗଠିତ ହୋଇ ଚାଷୀ କିପରି ଆତ୍ମନିର୍ଭରଶୀଳ ତଥା ସ୍ଵବଲମ୍ବୀ ହେବ, ତାହା  ନେଇ ଭିତ୍ତିଭୂମି ସେବା ସଂଗଠନ ତଥା ସ୍ବିସଏଡ (SwissAid) ସହାୟତାରେ ଏକ ଦେଶୀ ତଥା ପୁଷ୍ଟିକର ଦେଶୀ ଖାଦ୍ଯ ଉପରେ  ତା ୦୨ ନଭେମ୍ବର ୨୦୨୨ ରିଖ ଦିନ ଗାଈସିଲେଟ ବ୍ଲକ ର କନ୍ଧୁମୁଣ୍ଡା ଗ୍ରାମରେ ପୁଷ୍ଟିକର ଖାଦ୍ୟ  ଉପରେ ଏକ ସଚେତନତା ଅଭିଯାନର କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥରେ ଗ୍ରାମର ଶହ ଶହ ପୁରୁଷ ଏବଂ ମହିଳା ଚାଷୀ ମିଶି ଗ୍ରାମରେ ଦଣ୍ଡାନୁତ୍ୟ ଦଳ ସଙ୍ଗେ ଶୋଭାଯାତ୍ରା କରିଥିଲେ । ବିଷମୁକ୍ତ ତଥା ପାରମ୍ପାରିକ ଦେଶୀ ଖାଦ୍ୟ ଓ ଚାଷ ଉପରେ ବିଭିନ୍ନ
 ଲୋକଗୀତର ତାଳେ ତାଳେ ବିଭିନ୍ନ ଫସଲ ଯେପରିକି ମାଣ୍ଡିଆ, ଗୁରଜି, କୁଦୋ, ମୁଗ, କୋଳଥ, ରାଶି, ଝୁଲି ଚାଉଳ, କାଙ୍କଡ, ଶିମ୍ବ, ଶାଗ, ଖମ୍ବଆଳୁ,  କଲରା, ଜହ୍ନି, ସଜନା, ସାରୁ, ପିଜୁଳି, ଇତ୍ୟାଦି ସ୍ବାସ୍ଥ୍ୟଗତ ଲାଭ ଉପରେ ବିଭିନ୍ନ ସ୍ଲୋଗାନ ଦେଖାଇବା ସହିତ ଏହାର ପୋଷକତତ୍ଵ, ସ୍ୱାସ୍ଥ୍ୟ ଉପକାରିତା ଏବଂ ଏହାର ବିଭିନ୍ନ ସ୍ଵାଦିଷ୍ଟ ବ୍ୟଞ୍ଜନ ବିଧି ଉପରେ ପ୍ରଚାର କାଗଜ ବାଣ୍ଟିଥିଲେ ।  ଏହି ସାମଗ୍ରୀ ସହଜରେ ମିଳିପାରିବ ସେଥିପାଇଁ ନିକଟସ୍ଥ ଗାଇସିଲେଟ ସାପ୍ତାହିକ ବଜାର ରେ ସ୍ଥାନୀୟ ଜୈବିକ ଚାଷୀଙ୍କୁ ନେଇ ଏକ ସ୍ବତନ୍ତ୍ର ଦେଶୀ ହାଟ ର ଆରମ୍ଭ ଶୀଘ୍ର ହେବ ବୋଲି ଭିତ୍ତିଭୂମି ସେବା ସଂଗଠନ ର ବଜାର ସଂଯୋଜକ ପ୍ରହଲାଦ ପ୍ରଧାନ ସୂଚନା ଦେଇଥିଲେ । 
ଗ୍ରାମର ଶେଷରେ ଏକ ସଭା ଅନୁଷ୍ଟିତ ହୋଇଥିଲା । ଏହି ସଭାରେ ଉପସ୍ଥିତ ରିସର୍ଚ ସଂଯୋଜକ ବାବୁଲୁ ବଗର୍ତି, ଅହିଂଶା କ୍ଳବର ସମ୍ପାଦକ ଶିବ ପ୍ରସାଦ ସାହୁ, ପାଇକମାଳ ବ୍ଲକର ସଂଯୋଜକ ଗୌରଚରଣ ସାହୁ, ବିଶିଷ୍ଠ କଳାକାର ବିଦୁର ପୁଟେଲ, ବରିଷ୍ଠ ଜୈବିକ ଚାଷୀ ପ୍ରେମ ପ୍ରସାଦ ଏଡ଼ଗା, ସମାଜସେବୀ ବିପ୍ର ସାହୁ ଉପସ୍ଥିତ ରହି ଆଜି ଯେଉଁ ପୁଷ୍ଟିହୀନତା, ରୋଗ ଓ ସ୍ୱାସ୍ଥ୍ୟ ସମସ୍ୟା ଇତ୍ୟାଦିର ଆମ ଖାଦ୍ୟ ଅଭ୍ୟସ ପରିଣାମ ଅଟେ, ଆମେ ଆମ ଖାଦ୍ଯଥାଳି ରୁ ଅନେକ ଗୁରୁତ୍ୱପୂର୍ଣ ଖାଦ୍ୟଶସ୍ୟ ପନିପରିବା କୁ ଦୂରେଇ ଦେଇଛୁ ଯାହା ଅଧିକ ପୁଷ୍ଟିକର, ସ୍ବାସ୍ଥ୍ୟ ପାଇଁ ହିତକର ସେ ବିଷୟରେ ବୁଝାଇଥିଲେ। 


Popular posts from this blog

ଛିନ୍ଦ୍ରାପାଲି ଠାରେ ଏମ ସି ଏଲ କମ୍ପାନୀର ମନମାନି ମାଟି ପରୀକ୍ଷଣ ଉପରେ ଦାବୀ ଜଣାଇଲେ ଗ୍ରାମବାସୀ ।

ପାର୍ବତୀ ଗିରି ଅନାଥା ବୃଦ୍ଧାଶ୍ରମରେ ଝିଅର ଜନ୍ମଦିନ ପାଳନ କଲେ ଶିକ୍ଷକ ଦମ୍ପତ୍ତି ।

ଗାଇସିଲେଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଆମ ଓଡିଶା ଓ ସମ୍ବାଦ ପକ୍ଷରୁ ରଜ୍ୟ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ