ବୃଷଭ ଓ ଶିବଲିଙ୍ଗ ସ୍ଥାପନ

ବୃଷଭ ଓ ଶିବଲିଙ୍ଗ ସ୍ଥାପନ

ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଫିରିଙ୍ଗି ମାଲ ର ଦକ୍ଷିଣ ଦିଗରେ ଥିବା ଘଡଘଡି ପାହାଡ଼ ର୍ ପାଦ ଦେଶରେ ଥିବା ଝରି ଆସୁଥିବା ଝରଣା ପାଣିକୁ ନିର୍ମାଣ ହୋଇଥିବା ପୋଖରୀ ର୍ ହିଡ ଉପରେ ଭଗବାନ ଶିବଙ୍କ ଲିଙ୍ଗ ସ୍ଥାପନ କରାଯାଇଥିଲା।ଏହି ସୌନ୍ଦର୍ଯ୍ୟ ବନ ଜଙ୍ଗଲ କୁ ଅନେକ ଦୂରଦୂରାନ୍ତରୁ ଲୋକମାନେ ମଧ୍ୟ ଆସିଥାନ୍ତି। ଏହି ସୁନ୍ଦର ପରିବେଶରେ ସୌନ୍ଦର୍ଯ୍ୟ କରଣ  ବଢାଇବା ପାଇଁ ନବ ନିର୍ବାଚିତ ସରପଞ୍ଚ ଶ୍ରୀ ପହିଲ ମାନ ସିଂ ବରିହା,ପୂର୍ବତନ ନାଏବ ସରପଞ୍ଚ ସୁରେନ୍ଦ୍ର ସାହୁ,ଯୋଗଦାନ କରି ପରିବେଶର ଉନ୍ନତି କାର୍ଯ୍ୟ କିପରି ହୋଇପାରିବ ସେ ବିଷୟରେ ବଖାଣି ଥିଲେ।ଏବଂ ଆଗାମୀ ଦିନରେ ସେଠାରେ ଏକ ମନ୍ଦିର,ଏବଂ ଧର୍ମଶାଳା ନିର୍ମାଣ କରିବାକୁ ଲକ୍ଷ୍ୟ କରିଥିଲେ।
ଏହି ଶିବଲିଙ୍ଗକୁ ଏବଂ ବୃଷଭ କୁ ଫିରିଙ୍ଗି ମାଲ ର୍ ହରି ଡନସନା ଓ ପଦ୍ମିନୀ ଡନସନା କର୍ମକର୍ତ୍ତା ହିସାବରେ ତୁଲାଇଥିଲେ।ଏହି ଶୁଭ କାର୍ଯ୍ୟ ରେ ଫିରିଙ୍ଗି ମାଲ ର୍ ଅନେକ ମହିଳା ଭକ୍ତ ଓ ପୁରୁଷ ଭକ୍ତ ଯୋଗ ଦେଇଥିଲେ,ଲିଙ୍ଗରାଜ ସାହୁ,ପୀତବାସ ସାହୁ,କାର୍ତ୍ତିକ ଡନସନା,ହର ଡନସନା,ଜଗବନ୍ଧୁ ସାହୁ,ଭିକାରି ସାହୁ,ପ୍ରମୁଖ ଉପସ୍ଥିତ ରହି କାର୍ତ୍ତିକ ଚତୁର୍ଦ୍ଦଶୀ ର ପୂଜାକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Popular posts from this blog

ଛିନ୍ଦ୍ରାପାଲି ଠାରେ ଏମ ସି ଏଲ କମ୍ପାନୀର ମନମାନି ମାଟି ପରୀକ୍ଷଣ ଉପରେ ଦାବୀ ଜଣାଇଲେ ଗ୍ରାମବାସୀ ।

ପାର୍ବତୀ ଗିରି ଅନାଥା ବୃଦ୍ଧାଶ୍ରମରେ ଝିଅର ଜନ୍ମଦିନ ପାଳନ କଲେ ଶିକ୍ଷକ ଦମ୍ପତ୍ତି ।

ଗାଇସିଲେଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଆମ ଓଡିଶା ଓ ସମ୍ବାଦ ପକ୍ଷରୁ ରଜ୍ୟ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ