କୋସଲ ଯୁବଶକ୍ତିର ପୁଷପୁନି
ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତ କଲଙ୍ଗାପାଲି ସାହୁ ସମାଜ କଲ୍ୟାଣ ମଣ୍ଡପ ଠାରେ କୋସଲ ଯୁବଶକ୍ତି ତରଫରୁ ପୁଷପୁନି ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗୀର, ସୋନପୁର ଓ ବରଗଡ ଜିଲ୍ଲାର କୋସଲ ଯୁବଶକ୍ତିର ସଦସ୍ୟ ବୃନ୍ଦ ଶହୀଦ ଛକ ଠାରେ ରୁଣ୍ଡ ହୋଇ ଶହୀଦ ସ୍ମାରକୀରେ ପୁଷ୍ପାଂଜଲି ଦେଇ ସେଠାରୁ
ଶୋଭାଯାତ୍ରାରେ ମଣ୍ଡପ ପର୍ଯ୍ୟନ୍ତ ପହଂଚିଥିଲେ । ସଭାରେ କୃଷ୍ଣଚନ୍ଦ୍ର ସାହୁଂକ ଦ୍ୱାରା ପ୍ରାରମ୍ଭିକ କୋସଲ ବନ୍ଦନା ଗାନ କରାଯାଇଥିଲା । ଅତିଥି ଭାବେ ଯୋଗଦେଇ ଲେଖକ ଶ୍ରୀ ସିଧ୍ଧେଶ୍ୱର ପାଣିଗ୍ରାହୀ କୋସଲି ଭାଷା ସଂସ୍କୃତିର ଇତିହାସ ବିଷୟରେ ଆଲୋଚନା କରିଥିଲେ ଏବଂ ଏହା ଅତ୍ୟନ୍ତ ସଂବୃଦ୍ଧ ତଥା ପ୍ରଚୀନ ବୋଲି ମତ ଦେଇଥିଲେ । ଅନୁଷ୍ଠାନର ସଭାପତି ଡ. ସାକେତ ଶ୍ରୀଭୁଷଣ ସାହୁ କୋସଲ ଏବଂ କୋସଲିର ସଂପର୍କ ଉପରେ ଆଲୋଚନା କରିଥିଲେ ଏବଂ ପରସ୍ପର ପରିପୂରକ ବୋଲି ମତ ଦେଇଥିଲେ । ପରେ ବୁଢାରଜା ଡାଲଖାଇ ଅନୁଷ୍ଠାନ ଭେଲୁଆଁପଦର ଦ୍ୱାରା ଡାଲଖାଇ ନୃତ୍ୟ ପରିବେଷଣ କରି ସମସ୍ତଙ୍କ ମନୋରଂଜନ କରିଥିଲେ । ଶେଷରେ ଲାଲାଜୀ ଝାଂକର ଧନ୍ୟବାଦ ଅର୍ପଣ କରିଥିବା ବେଲେ ବିର ସିଂ ବାହୁକ, ବିଷ୍ଣୁ ଦୀଶାରି, ଶିଶୁପାଳ ସାହୁ, କେଦାର ନାଥ ସାହୁ, ଦିବ୍ୟରଂଜନ ସାହୁ, ଜନାର୍ଦ୍ଧନ ଡନସନା, ନରେଶ ରଣା ପ୍ରମୁଖ ଭେଟଘାଟକୁ ସଫଳ କରିବା ପାଇଁ ସହଜୋଗ କରିଥିଲେ ।