ରକ୍ଷାବନ୍ଧନରେ ପୂର୍ବତନ ସମିତି ସଭ୍ୟଙ୍କ ବୃକ୍ଷରୋପଣ
ରକ୍ଷାବନ୍ଧନରେ ପୂର୍ବତନ ସମିତି ସଭ୍ୟଙ୍କ ବୃକ୍ଷରୋପଣ
ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ରାଇସଲପଦର ଗ୍ରାମ ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ବର୍ତ୍ତମାନ ର ସମିତି ପ୍ରତିନିଧି ଶଙ୍କର ନନ୍ଦ । ଗାଇସିଲେଟ ଅଞ୍ଚଳର ଜଣେ ଜଣା ଶୁଣା ସମାଜ ସେବୀ ଯୁବ ବିଜେଡି ନେତା ଶ୍ରୀଯୁକ୍ତ ଶଙ୍କର ନନ୍ଦ ରକ୍ଷା ବନ୍ଧନ ପର୍ବ ଉପଲକ୍ଷେ ବୃକ୍ଷ ରୋପଣ କରି ରାକ୍ଷୀ ବାନ୍ଧି ରକ୍ଷା ବନ୍ଧନ ପାଳନ କରୁଥିବା ଦେଖିବାକୁ ମିଳିଛି । ଭଉଣୀ ମାନଙ୍କୁ ବୃକ୍ଷ ରୋପଣ କରି ବୃକ୍ଷ କୁ ଯତ୍ନ ନେବା ପାଇଁ ପରିବେଶ ସୁରକ୍ଷା ର ବାର୍ତ୍ତା ଦେଇଛନ୍ତି । ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଶ୍ରୀ ନନ୍ଦ।