କଠଉମାଲ ପଂଚାୟତ ଯାଦବ ସମାଜ ର ନୂତନ କମିଟି

 କଠଉମାଲ ପଂଚାୟତ ଯାଦବ ସମାଜ ର ନୂତନ କମିଟି

ଗାଇସିଲlଟ ବ୍ଲକ ର କଠଉମାଲ ଗ୍ରାମ ପଂଚାୟତ ର କଠଉମାଲ ଠାରେ ବ୍ଲକ ସଭାପତି ସପ୍ତସିନ୍ଧୁ ବଗର୍ତ୍ତି ଙ୍କ ସଭାପତିତ୍ବ ରେ ଯାଦବ ସମାଜ ର ପଞ୍ଚାୟତ ସ୍ତରୀୟ ସଭା ଅନୁଷ୍ଠିତ ହୋଇଥିଲା l ମାଁ ସମଲେଶ୍ୱରୀ ଓ ଭଗବାନ ଶ୍ରୀକୃଷ୍ଣ ଙ୍କ ପୂଜା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ଏହି ସଭାରେ ଗାଇସିଲାଟ ବ୍ଲକ ଯାଦବ ସମାଜ ର ଉପସଭାପତି ଚନ୍ଦ୍ରମଣି ଷlଣ୍ଢ, ସମ୍ପାଦକ ଛେଲିଆ ପୋଢ଼ , ସହ ସମ୍ପାଦକ ଜଳନ୍ଧର ବାଗ, ସୁବଳ ବଗର୍ତି, ଫଗୁନୁ ଚରଣ ବାଗ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ l ଯାଦବ ସମାଜ ର ପ୍ରତ୍ୟେକ ପରିବାର ର ଶିକ୍ଷା, ସାମାଜିକ ଓ ଅର୍ଥନୈତିକ ଉନ୍ନତି ବିଷୟରେ ଆଲୋଚନା ହୋଇଥିଲା l ଏହି ଅବସରରେ ନୂତନ ପଞ୍ଚାୟତ କମିଟି ଗଠନ କରା ଯାଇଥିଲା l ନୂତନ କମିଟି ର ସଭାପତି ଯୁଗେନ୍ଦ୍ର ବାଗ , ଉପ-ସଭାପତି ଗୁରୁ ପାଣ୍ଡେ , ସମ୍ପାଦକ କଏଁଟୁ ବାଗ , ସହ-ସମ୍ପାଦକ ଟେକାରୁ ବାଗ, କୋଷାଧକ୍ଷ ତ୍ରିଲୋଚନ ପୋଢ଼, କମିଟି ସଦସ୍ୟ ତେଜରାଜ ଭୋଇ, ସଞ୍ଜିବ ବଗର୍ତି, ପରକ୍ଷିତ ପରୁଆ, ଉଦେ ବାଗ, ପଳାଉ ଚନ୍ଦନ ଓ ରାତୁ ପରୁଆ ଭାବରେ ଚୟନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ କଠଉମାଲ ପଞ୍ଚାୟତ ଯାଦବ ସମାଜ ର ପୂର୍ବତନ ସମ୍ପାଦକ ଭର୍ତ୍ତୁହରି ମହାକୁର ଓ ବରିଷ୍ଠ ସଦସ୍ୟ ଦଇତାରୀ ଗହିର ପ୍ରମୁଖ ସହଯୋଗ କରିଥିଲେ l

Popular posts from this blog

ଛିନ୍ଦ୍ରାପାଲି ଠାରେ ଏମ ସି ଏଲ କମ୍ପାନୀର ମନମାନି ମାଟି ପରୀକ୍ଷଣ ଉପରେ ଦାବୀ ଜଣାଇଲେ ଗ୍ରାମବାସୀ ।

ପାର୍ବତୀ ଗିରି ଅନାଥା ବୃଦ୍ଧାଶ୍ରମରେ ଝିଅର ଜନ୍ମଦିନ ପାଳନ କଲେ ଶିକ୍ଷକ ଦମ୍ପତ୍ତି ।

ଗାଇସିଲେଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଆମ ଓଡିଶା ଓ ସମ୍ବାଦ ପକ୍ଷରୁ ରଜ୍ୟ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ