ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଭିନ୍ନ ଯୋଜନାରେ ଦୁର୍ନୀତି, ଭ୍ରଷ୍ଟାଚାର ବିରୁଦ୍ଧରେ ଜନ ଆକ୍ରୋଶ ବ୍ଲକ ଘେରାଉ

ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଭିନ୍ନ ଯୋଜନାରେ ଦୁର୍ନୀତି, ଭ୍ରଷ୍ଟାଚାର ବିରୁଦ୍ଧରେ ଜନ ଆକ୍ରୋଶ ବ୍ଲକ ଘେରାଉ


ଗାଇସିଲାଟ/ମନ ଡନସନା- ଭାରତୀୟ ଜନତା ପାର୍ଟି ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକ ତରଫରୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୁଦ୍ଧରେ ଜନ ଆକ୍ରୋଶ ବ୍ଲକ ଘେରାଉ ଅନୁଷ୍ଠିତ ହୋଇଯାଇଛି lସ୍ଥାନୀୟ ମିନିଷ୍ଟାଡିୟମ୍ ଏକତ୍ରୀତ ହୋଇ ଶତାଧିକ ବିଜେପି କର୍ମୀ ନାରାବାଜି କରି ବ୍ଲକ ସମ୍ମୁଖ ରେ ପହଞ୍ଚି ଥିଲେ। ଗାଇସିଲାଟ ବ୍ଲକ ମଣ୍ଡଳ ସଭାପତି ଆନନ୍ଦ ମଟାରୀ ଙ୍କ ସଭାପତିତ୍ବରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।ଉକ୍ତ ସଭାରେ ମୁଖ୍ଯ ଅତିଥି ଭାବରେ ଡକ୍ଟର ଡି ମୁରଲି କ୍ର୍ରିଷ୍ଣା ରାଜ୍ଯ କାର୍ୟ୍ଯକାରୀଣି ସଦସ୍ୟ, ରାଜ୍ୟ କାର୍ୟ୍ଯକାରୀଣି ସଦସ୍ୟ ସନତ ଗଜତିଆ  ଜିଲ୍ଲା ପରିଷଦ ସଦସ୍ୟା  ଝରଣା ପାଣିଗ୍ରାହୀ ଜିଲ୍ଲା ଉପସଭାପତି ପ୍ରବୀଣ ପାଣୀଗ୍ରାହି,ପୂର୍ବତନ  ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମଦନ ଦୀପ ପୂର୍ତତନ  ଜିଲ୍ଲା ପରିଷଦ ଘନଶ୍ୟାମ ସାହୁ, ବିଜେପୁର ମିଡିଆ ସେଲ୍ ପ୍ରଭାରୀ ଝସକେତନ ସାହୁ ପ୍ରମୁଖ ଉଦବୋଧନ ଦେଇ 23 ବର୍ଷ ବିଜେଡି ସରକାରରେ ଅଫିସର -ଠିକାଦାର -ବ୍ୟବସାୟୀ ମଧୁଚନ୍ଦ୍ରିକା ଫଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଘରୋଇ ପାଇଖାନା, ପାନୀୟ ଜଳ, କିଷାନ ସମ୍ମାନ ନିଧି, କାଳିଆ ଯୋଜନା, ବିଧବା /ବାର୍ଦ୍ଧକ୍ୟଭତ୍ତା ଆଦିରେ ବ୍ୟାପକ ଅନିୟମିତତା, ପ୍ରିୟାପ୍ରିତି ତୋଷଣ, ପକ୍ଷପାତିତା ଓ ବ୍ୟାପକ ଦୁର୍ନୀତି କରାଯାଉଛି l ପ୍ରତି ସରକାରୀ କାର୍ଯ୍ୟାଳୟ ଦୁର୍ନୀତିର ଗନ୍ତାଘର lମୋ ଓଡିଶା - ନବୀନ ଓଡିଶା କାର୍ଯ୍ୟକ୍ରମ ରେ ଗଣତନ୍ତ୍ର କୁ ହତ୍ୟା କରାଯାଇ ବିନା ପଲ୍ଲିସଭା, ଗ୍ରାମସଭାରେ ପ୍ରତି ଗ୍ରାମପଂଚାୟତରେ ସରକାରୀ ଅର୍ଥକୁ ଆଗାମୀ 2024 ନିର୍ବାଚନ ପାଇଁ ଦଳୀୟକର୍ମୀ ମାନଙ୍କ ପକେଟକୁ ସିଧାସଳଖ ପଠେଇବାର ବ୍ୟବସ୍ଥା କରାଯାଇଛି l ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ବିପର୍ଯ୍ୟସ୍ତ l ଅନେକ ହତ୍ୟା, ଧର୍ଷଣ, ଅପହରଣ ରେ ବିଜେଡିର ଏକାଧିକ ମନ୍ତ୍ରୀ, ବିଧାୟକ ଓ କର୍ମୀ ସିଧାସଳଖ ବିଜେପି ଅଭିଯୋଗ କରିଛି। ଉକ୍ତ କାର୍ୟ୍ଯକ୍ରମରେ ଗୁଦେରପାଲି ମଣ୍ଡଳ ସଭାପତି,ବିପିନ ବିହାରୀ ସାହୁ ମହେଶ ଦେବତା,ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l

Popular posts from this blog

ଛିନ୍ଦ୍ରାପାଲି ଠାରେ ଏମ ସି ଏଲ କମ୍ପାନୀର ମନମାନି ମାଟି ପରୀକ୍ଷଣ ଉପରେ ଦାବୀ ଜଣାଇଲେ ଗ୍ରାମବାସୀ ।

ପାର୍ବତୀ ଗିରି ଅନାଥା ବୃଦ୍ଧାଶ୍ରମରେ ଝିଅର ଜନ୍ମଦିନ ପାଳନ କଲେ ଶିକ୍ଷକ ଦମ୍ପତ୍ତି ।

ଗାଇସିଲେଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଆମ ଓଡିଶା ଓ ସମ୍ବାଦ ପକ୍ଷରୁ ରଜ୍ୟ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ