ବରିହାପୁଖାପାଣି ଠାରେ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ
ବରିହାପୁଖାପାଣି ଠାରେ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ
ଗାଈସିଲାଟ ବ୍ଳକ ସ୍ରରୀୟ 28ତମ ବିଜ୍ଞାନ ମେଳା ପଲ୍ଲୀ ପ୍ରଗତି ପାଞ୍ଚଗାଁ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଗାଇସିଲଟ ବ୍ଲକ ଶିକ୍ଷା ଅଧିକାରୀ ରାମଲାଲ ବରିହା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ ଏଡିଇଓ ଛାତ୍ରପତି ସାହୁ ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧୀରୋଜ ପଟ୍ଟନାୟକ ବ୍ଲକ ଉପାଧ୍ୟାକ୍ଷା ଯଶୋବନ୍ତୀ ସାହୁଙ୍କ ଉପସ୍ଥିତିରେ ଏହାକୁ ଉଦ୍ଙାଟନ କରିଥିଲେ । ଏଥିରେ ମୋଟ ୧୬୯
ଟି ପ୍ରକଲ୍ପ ସ୍ଥାନ ପାଇଥିବା ବେଲେ ବିଭିନ୍ନ ବିଭାଗରେ ୯ଟି ଶ୍ରେଷ୍ଠ ପକଲ୍ପ ପୁରସ୍କୃତ ହୋଇଥିଲା । ପ୍ରାଥମିକ ସ୍ତର ରେ ପହେଚନ ବିଦ୍ୟାଳୟ ର ସ୍ୱରୂପ କୁମାର ପୁରୋହିତ ଉମରାଦ ବିଦ୍ୟାଳୟ ର ଭୀଷ୍ମଦେବ ମାଝୀ କୁଣ୍ଡାଖାଇ ପ୍ରାଥମିକ ବିଦ୍ୟାଳୟ ର ହେମନନ୍ଦ ପଧାନ ଉଚ୍ଚପ୍ରାଥମିକ ସ୍ତର ରୁ ଓଏଭି ଗାଇସିଲଟ ର ଝରଣା ନାଏକ ଜାମୁଟପାଲି ପ୍ରାଥମିକ ବିଦ୍ୟାଳୟ ର ବିଭୁତି ପଧାନ ସାଉଁଟିଖଣ୍ଡି ବିଦ୍ୟାଳୟ ର ଅନିଲ ସାହୁ ଓ ମାଧ୍ୟମିକ ସ୍ତର ରୁ ଗୌରନମୁଣ୍ଡା ବିଦ୍ୟାଳୟର ସଳିତା କୁମ୍ଭାର କାଠଉମାଲ ବିଦ୍ୟାଳୟର ମାନସୀ ପ୍ରିୟଦର୍ଶିନୀ ଓଏଭି ଗାଇସିଲଟର ସାନ୍ନିଧ୍ୟ ଶେଖର ଙ୍କ ପ୍ରକଲ୍ପକୁ ଜିଲ୍ଲାସ୍ତରକୁ ମନୋନୀତ କରାଯାଇଥିବା ବେଲେ ବ୍ଳକ୍ ସ୍ତରରେ ରେ ସେହି ପ୍ରକଲ୍ପକୁ ପୁରସ୍କୃତ କରାଯାଇଥିଲା ଓ ୫ ଟି ପ୍ରକଳ୍ପ କୁ ଜିଲ୍ଲା ସ୍ତରକୁ ମନୋନୀତ କରାଯାଇଛି। ବିଜ୍ଞାନ ଶିକ୍ଷକ ଧର୍ମରାଜ ପ୍ରଧାନ, ସଞ୍ଜୀବ କୁମାର ପ୍ରଧାନ, ଲକ୍ଷ୍ମୀ ନାରାୟଣ ସାହା , ଅନୀଲ କୁମାର ସାହୁ, ପ୍ରିୟ ବ୍ରତ ସାହୁ, ଓ ସୁବୋଧ କୁମାର ସାହୁ ବିଚାରକ ରୂପେ ଯୋଗଦାନ କରିଥିଲେ।ବି.ଇ.ଓ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ସଭାରେ ଗାଇସିଲେଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଲେ ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରସନ୍ନ ବେହେରା ମୁଖ୍ୟବକ୍ତା ଏବିଇଓ ନେହେରୁ ଦାଶ ଧବଳେଶ୍ୱର ବରିହା ସମ୍ମାନିତ ଅତିଥି ଭାବେ ଯୋଗଦାନ କରି କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଗାଇସିଲଟ ବ୍ଲକ ର ବିଭିନ୍ନ ବିଦ୍ୟାଲୟର ଛାତ୍ରଛାତ୍ରୀ ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସମସ୍ତ ସି.ଆର.ସି.ସି , ସମସ୍ତ ବିଦ୍ୟାଲୟ ର ପ୍ରଧାନଶିକ୍ଷକ, ବିଜ୍ଞାନ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ । ମୋହନ ରଣା ସ୍ୱାଗତ କରିଥିବା ବେଲେ ନୋଡାଲ ଉଚ୍ଚବିଦ୍ୟାଲୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନୀଲ ବେହେରା ବୀବରଣୀ ପଠନ କରିଥିଲେ । ପରିଶେଷରେ ଏବିଓ ଅମୁଲ୍ୟ କୁମାର ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ l ନବୀନ ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ସୁଦର୍ଶନ ବାରିକ ସାଂକୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l