Posts

Showing posts from December, 2023

କୋଶଳ ସଂସ୍କୃତି ଅନୁଷ୍ଠାନ ଓ ସଂକ୍ରିପାଣି ଗ୍ରାମବାସୀଙ୍କ ତରଫରୁ ଆସନ୍ତା ମାଘ ଚତୁର୍ଦ୍ଦଶୀ ତାରିଖ -୨୨ଫେବୃଆରୀ ୨୦୨୪ରେ ହେବାକୁ ଥିବା ଜାଇଫୁଲ ଡୁଙ୍ଗୁରି ମହୋତ୍ସବ ପାଇଁ କଲାକାର ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା

Image
ଗତ ତାରିଖ-୨୫.୧୨.୨୦୨୩ ସୋମବାର ଦିନ କୋଶଳ ସଂସ୍କୃତି ଅନୁଷ୍ଠାନ ଓ ସଂକ୍ରିପାଣି ଗ୍ରାମବାସୀଙ୍କ ତରଫରୁ ଆସନ୍ତା ମାଘ ଚତୁର୍ଦ୍ଦଶୀ  ତାରିଖ -୨୨ଫେବୃଆରୀ ୨୦୨୪ରେ  ହେବାକୁ ଥିବା ଜାଇଫୁଲ ଡୁଙ୍ଗୁରି ମହୋତ୍ସବ ପାଇଁ କଲାକାର ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା ! ଉକ୍ତ କାର୍ଯ୍ୟକ୍ରମ ରେ ମହାରାଜ ରାବଣ ଭୂମିକାରେ ଶ୍ରୀଯୁକ୍ତ ଦେବେନ୍ଦ୍ର କନ୍ଧେର ଓ ତାଙ୍କ ଦଳ ର କଳାକାର ଶ୍ରୀ ଅଜୟ ସାହୁ,ରବି ନାରାୟଣ ବେହେରା, ସୁବାଷ ବାଗ,ନିମନ୍ତ୍ରିତ ଅତିଥି ସମାଜସେବୀ ଶ୍ରୀଯୁକ୍ତ ଲକ୍ଷ୍ମଣ ଡନସନା ଶ୍ରୀ ଶିଶୁପାଳ ସାହୁ, ଘାସିରାମ ବରିହା,ଗଜିନ୍ଦ୍ର ସାହୁ ଗୌନ୍ତିଆ ଭାବେ ଶ୍ରୀଯୁକ୍ତ ସନ୍ତୋଷ ସାହୁ,ଡୁଙ୍ଗୁରୀ ପୂଜକ ବାବା ସମାରୁ ସାହୁ ବଜନିଆ କଳାକାର କବିଚନ୍ଦ୍ର ହରିପାଲ, ଗରିବ ସୁନା, ଜଗନ୍ନାଥ ତାଣ୍ଡି, ପ୍ରଶ୍ନ ସୁନା, ପ୍ରଶାନ୍ତ ଙ୍କୁ ପୁଷ୍ପମାଲ୍ୟ ଦେଇ ବରଣକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା ! ଅନୁଷ୍ଠାନ ର କର୍ମକର୍ତ୍ତା ପବିତ୍ର ସାହୁ,ପଞ୍ଚାନନ ସାହୁ, ବୈଷ୍ଣବ ସାହୁ, ସହଯୋଗ କରିଥିଲେ ଏହି ସଭାରେ ଅନୁଷ୍ଠାନ ର ସମ୍ପାଦକ ତଥା ପ୍ରତିଷ୍ଠାତା ଶ୍ରୀ ପ୍ରମୋଦ ସାହୁ ସମସ୍ତ ଗ୍ରାମବାସୀ ଓ ଅନୁଷ୍ଠାନ ର କର୍ମକର୍ତ୍ତାଙ୍କୁ ଉତ୍ସାହର କରତାଳି ସହିତ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କଲେ

ଘାଏ ଦେଖତ କଲାପଟା ୯ବଛରକିଆ ପାଲନ ହୋଇଯାଇଛି

Image
ଆଏଜ ତା ୨୫- ୧୨ ୨୦୨୩ ସମାର ଦିନ ଆମର ଘାଏ ଦେଖତ କଲାପଟା ୯ବଛରକିଆ ପାଲନ କରାଯାଇ ଥିଲା। ଏଥିରେ ସ୍ଥାୟୀ ସଭାପତି ନିରଜଂନ ପଣ୍ଡା ସଭାପତି ରୂପେଁ ସୁଚାରୁ ରୂପେଁ ସଭା କୁ ସଫଲ କରିଥିଲେ। ସଂପାଦକ ବୈରାଗୀ ସାହୁ ବିବରଣୀ ପଛନ କରିଥିଲେ ାମୁଖିଆ କୁ ନୁଆଁ ମଂଜୁବାଲା ମେହେର ସମ୍ମାନିତ କୁନୁଆଁ ଦିଲ୍ଲପ କୁମାର ଦେବତା  ଉତ୍ପନ୍ନ ଭୋଇ ସାଗେଁ ମୁଖିଆ କହକା ଅଧ୍ଯାପକ ମା ଏନତା ସୁଶାନ୍ତ ମିଶ୍ର ମା ଏନତା ଅଧ୍ଯକ୍ଷ ଡ, ଜଏ କେତନ ତ୍ରୀପାଠୀ ଡ, ପ୍ରମୋଦ କୁ ପାଢ଼ୀ ସଭାର ଶୋଭା ବଢେଇ ଥିଲେ। କଲାପଟା ଶ୍ରୀ ସମ୍ମାନ ରେ ପ୍ରକୁତି ବନ୍ଧୁ ଅନନ୍ତ ମେହେର ସମ୍ମାନିତ ହେଇଥିଲେ। କଲାକାର ସମ୍ମାନ ସୁବଲ ଚନ୍ଦ୍ର ବଗର୍ତୀ ସମ୍ମାନିତ ହେଇଥିଲେ। କଲାପଟା କୁଟୁମ୍ ର ସଂଯୋଜକ ହେମନ୍ତ ପଣ୍ଡା ସୁନ୍ଦର ଭାବେ ସଂଯୋଜନା କରିଥିଲେ ଉପ ସଭାପତି ରଂଜନ କୁମାର ପଣ୍ଡା ସଂପାଦକ ଅଶେଷ କୁ ଦାଶ କୋଷାଧ୍ୟକ୍ଷ ପ୍ରମୋଦ କଲେ ଜୁଆନ କବି ଜୟନ୍ତ ସାହୁ କଂର ସହଯୋଗ ରେ ସଭା ସଫଲ ହେଇଥିଲା। କବି ଅଧିକାରୀ ସା କବି ରବିଚନ୍ଦ୍ର ସାହୁ ସବିତା ମହରା କବିତା ଆସର ସଫଲ କରେଇଥିଲେ ା

ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲେଟ ରେ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

Image
ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲେଟ ରେ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଗାଇସିଲେଟ (୨୩.୧୨)- ଗାଇସିଲେଟ ପଞ୍ଚାୟତ ସମିତି ମହାବିଦ୍ୟାଳୟ ର ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ତିନି ଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିବସରେ ମିନି ଷ୍ଟାଡିଅମ ଠାରେ ଓଡିଶା ସରକାରଙ୍କ ହସ୍ତତନ୍ତ୍ର ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ,ପଞ୍ଚାୟତ ସମିତି ଗାଇସିଲେଟ ର ଅଧକ୍ଷ୍ୟ ପ୍ରଣୟ କୁମାର ସାହୁ , ବିଡିଓ ଲକ୍ଷ୍ମଣ ମାଝୀ ଉଦଘାଟନ କରିଥିଲେ ଓ ପରେ ମହାବିଦ୍ୟାଳୟ ରେ ବକୃତା, ପ୍ରବନ୍ଧ, ରଙ୍ଗୋଲି, ଡ୍ରଇଂ, ମେହେନ୍ଦି, ନାଚ, ଗୀତ, ଫେସନ ଶୋ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଂସ୍କୃତିକ କାର୍ଯ୍ୟକ୍ରମର ସମାପନୀ ଉତ୍ସବରେ ଛାତ୍ରଛାତ୍ରୀ ମାନଙ୍କ ସ୍ଵାଗତ ସଂଗୀତ ପରିବେଷଣ ସହ ସଭାକାର୍ଯ୍ୟ ପ୍ରାରମ୍ଭ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଓଡିଶା ସରକାରଙ୍କ ହସ୍ତତନ୍ତ୍ର ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ, , ସ୍ଵତନ୍ତ୍ର ଅତିଥି ଭାବରେ ପୂର୍ବତନ ସାଂସଦ ତଥା ବରଗଡ ଜିଲ୍ଲା ବିଜୁ ଜନତା ଦଳ ସଭାପତି ଡ. ପ୍ରଭାସ ଚନ୍ଦ୍ର ସିଂ, ସମ୍ମାନୀତ ଅତିଥି ଜିଲ୍ଲା ପରିଷଦ ଅଧକ୍ଷ୍ୟା ମାନିନୀ ଭୋଇ, ଗାଇସିଲେଟ ବ୍ଲକ ଅଧକ୍ଷ୍ୟ ପ୍ରଣୟ କୁମାର ସାହୁ, ଗାଇସିଲେଟ ପଞ୍ଚାୟତ ସମିତି ମହାବିଦ୍ୟାଳୟ ର ପୂର୍ବତନ ସମ୍ପ...

ଶାନ୍ତି ମୈତ୍ରି ଉଚ୍ଚ ବିଦ୍ୟାପୀଠ ,ପଲ୍ଳିବିକାଶ ର କ୍ରୀଡ଼ାପ୍ରତିଯୋଗିତା ଅନୁଷ୍ଠିତ ´

Image
ଶାନ୍ତି ମୈତ୍ରି ଉଚ୍ଚ ବିଦ୍ୟାପୀଠ ,ପଲ୍ଳିବିକାଶ ର କ୍ରୀଡ଼ାପ୍ରତିଯୋଗିତା ଅନୁଷ୍ଠିତ ´             ଶାନ୍ତି ମୈତ୍ରୀ ଉଚ୍ଚ ବିଦ୍ୟାପୀଠ ପଲ୍ଳିବିକାଶ ବିଦ୍ୟାଲୟର ବାର୍ଷିକକ୍ରୀଡା ଉତ୍ସବ ଉତ୍ସବ  ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି  | ପ୍ରଥମ ଦିନରେ ପ୍ରଧାନ ଶିକ୍ଷକ ଋକ୍ମଣ ଦିଶ୍ରୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସ୍କୁଲ ପରିଚଳନା କମିଟି ର ସଭାପତି ଦେବେନ୍ଦ୍ର ଯୋଷୀ ,ସମ୍ମନୀତ ଅତିଥି  ରବିନ୍ଦ୍ର ଠାକୁର କିଶୋର ବନଛୋର ଯୋଗ ଦେଇ ଉଦଘାଟନ କରିଥିଲେ /ଦ୍ଵିତୀୟ ଦିନ ଶ୍ରୀ ଯୋଷୀ ଙ୍କ ସଭାପତିତ୍ୱ ରେ ଉଦଯାପନୀ ସଭାରେ ଗାଇସିଲାଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ ସାହୁ ମୁଖ୍ୟ ଅତିଥି ,   ସନ୍ଦିବାହାଲ ସରପଞ୍ଚ ସବିତା ପରିଡା ରବିନ୍ଦ୍ର ଠାକୁର କଂଧୁମୁଣ୍ଡା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ହୋତା କମିଟି ର ସଭ୍ୟ କିଶୋର ବନଛୋର ରାଧାକାନ୍ତ ଦୀପ  ପ୍ରମୁଖ ଯୋଗଦାନ କରିଥିଲେ । ଏଥିରେ ବିଭିନ୍ନ ବିଭାଗରେ ଅନୁଷ୍ଠିତ ପ୍ରତିଯୋଗିତା ରେ କୃତୀ ଛାତ୍ରଛାତ୍ରୀଙ୍କୁ  ପ୍ରମାଣପତ୍ର ଓ ଟ୍ରଫି ଅତିଥି ମାନେ ପ୍ରଦାନ କରିଥିଲେ ।  | ବାଳକ ବିଭାଗରେ ଈଶ୍ୱର ସୁନା ଓ ବାଳିକା ବିଭାଗରେ ଯଶୋବନ୍ତି ସାହୁ ଙ୍କୁ  ଚାମ୍ପିୟାନ ଟ୍ରଫି ପ୍ରଦାନ କରାଯାଇଥିଲା । ଖେଳ ଶିକ୍ଷକ ବାମନ ସାହୁ ବ...

ପଞ୍ଚାୟତ ସ୍ତରୀୟ ନୂଆଁ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପକ୍ଷରୁ କ୍ରିକେଟ ପ୍ରତିଯୋଗୀତା ଅନୁଷ୍ଠିତ

Image
ପଞ୍ଚାୟତ ସ୍ତରୀୟ ନୂଆଁ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପକ୍ଷରୁ କ୍ରିକେଟ ପ୍ରତିଯୋଗୀତା ଅନୁଷ୍ଠିତ ବରଗଡ ଜିଲ୍ଲା ବିଜେପୁର ବ୍ଲକ ତାଲପଦର ଠାରେ ନୂଆଁ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପକ୍ଷରୁ ପଞ୍ଚାୟତ ସ୍ତରୀୟ କ୍ରିକେଟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ର ଛଅ ଟି ଦଳ ଅଂଶ ଗ୍ରହଣ କରିଥିଲେ । ଉଦଘାଟନୀ ଉତ୍ସବରେ ପଞ୍ଚାନନ ମିଶ୍ର, ପାପଟ ଲାଲ ଭୋଇ ଜି ପି ଓ ସରପଞ୍ଚ ଏ ଓ ଶିଶୁପାଲ ପେଟ, ଉମେଶ ଭୋଇ, ମନୋଜ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ତାଲପଦର ଦଳ ବିଜୟୀ ହୋଇଥିବା ବେଳେ ବଳଣ୍ଡା ଦଳ ୱିନର ହୋଇଥିଲା ।

ସାତ ଲକ୍ଷ୍ୟ ଟଙ୍କାର କାର୍ଯ୍ୟକୁ ପଚାଶ ହଜାର ବିଲ କରିବାରୁ ଉତ୍ୟକ୍ତ ଗ୍ରାମବାସୀ

Image
ସାତ ଲକ୍ଷ୍ୟ ଟଙ୍କାର କାର୍ଯ୍ୟକୁ ପଚାଶ ହଜାର ବିଲ କରିବାରୁ ଉତ୍ୟକ୍ତ ଗ୍ରାମବାସୀ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ରାଇସଲପଦର ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଲାଗିଥିବା ବେଳେ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟକଳାପ ଉପରେ ଉତ୍ୟକ୍ତ ଗ୍ରାମବାସୀ । ଅଭିଯୋଗ ମୁତାବକ ରାଇସଲପଦର ଗ୍ରାମ ଠାରେ ମନ୍ଦିର ନିର୍ମାଣ ପାଇଁ ସାତ ଲକ୍ଷ୍ୟ ଟଙ୍କା ଗ୍ରାମବାସି ଖର୍ଚ୍ଚ କରିଥିବା ବେଳେ କନିଷ୍ଠ ଯନ୍ତ୍ରୀ ସମରେନ୍ଦ୍ର ବେହେରା ମାତ୍ର ପଚାଶ ହଜାର ଟଙ୍କା ବିଲ କରିଥିବା ଜାଣିବା ପରେ ଗ୍ରାମବାସୀ ଉତ୍ୟକ୍ତ ହୋଇ ଅଭିଯୋଗ କରିଛନ୍ତି । କିଛି ମାସ ପୂର୍ବରୁ ରାଜ୍ଯ ସରକାରଙ୍କ ପୂର୍ବତନ ମୂଖ୍ୟ ସଚିବ ଭି କେ ପାଣ୍ଡିଆନ ବରଗଡ ଗସ୍ତରେ ଆସିଥିବା ବେଳେ ଗ୍ରାମବାସୀ ମନ୍ଦୀର ନିର୍ମାଣ ପାଇଁ ଲେଖୀ ଜଣାଇଥିଲେ । କିଛି ଦିନ ପରେ ରାଜ୍ୟ ସରକାର ଏହି ମନ୍ଦିର ପାଇଁ କିଛି ଅଟକଳ ମୂଲ୍ୟ ପାଇଁ କାର୍ଯ୍ୟାଦେଶ ଦେଇଥିଲେ । କାର୍ଯ୍ୟାଦେଶ ପାଇବା ପରେ ଗ୍ରାମବାସୀ ମନ୍ଦିର କାର୍ଯ୍ୟ ଆଗକୁ ବଢାଇଥିଲେ । ଅଭିଯୋଗ ଅନୁସାରେ ସାତ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ କନିଷ୍ଠ ଯନ୍ତ୍ରୀ ସମରେନ୍ଦ୍ର ବେହେରା ମାତ୍ର ପଚାଶ ହଜାର ଟଙ୍କା ବିଲ କରିଛନ୍ତି ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେପଟେ ବିଲ ନ କରିବାରୁ ମନ୍ଦିର ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି । ତେବେ ଏଠି ପ୍ରଶ୍ନ ଉଠୁଛି ରାଜ୍ଯ ସରକା...