ଶାନ୍ତି ମୈତ୍ରି ଉଚ୍ଚ ବିଦ୍ୟାପୀଠ ,ପଲ୍ଳିବିକାଶ ର କ୍ରୀଡ଼ାପ୍ରତିଯୋଗିତା ଅନୁଷ୍ଠିତ ´
ଶାନ୍ତି ମୈତ୍ରି ଉଚ୍ଚ ବିଦ୍ୟାପୀଠ ,ପଲ୍ଳିବିକାଶ ର କ୍ରୀଡ଼ାପ୍ରତିଯୋଗିତା ଅନୁଷ୍ଠିତ ´
ଶାନ୍ତି ମୈତ୍ରୀ ଉଚ୍ଚ ବିଦ୍ୟାପୀଠ ପଲ୍ଳିବିକାଶ ବିଦ୍ୟାଲୟର ବାର୍ଷିକକ୍ରୀଡା ଉତ୍ସବ ଉତ୍ସବ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି | ପ୍ରଥମ ଦିନରେ ପ୍ରଧାନ ଶିକ୍ଷକ ଋକ୍ମଣ ଦିଶ୍ରୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସ୍କୁଲ ପରିଚଳନା କମିଟି ର ସଭାପତି ଦେବେନ୍ଦ୍ର ଯୋଷୀ ,ସମ୍ମନୀତ ଅତିଥି ରବିନ୍ଦ୍ର ଠାକୁର କିଶୋର ବନଛୋର ଯୋଗ ଦେଇ ଉଦଘାଟନ କରିଥିଲେ /ଦ୍ଵିତୀୟ ଦିନ ଶ୍ରୀ ଯୋଷୀ ଙ୍କ ସଭାପତିତ୍ୱ ରେ ଉଦଯାପନୀ ସଭାରେ ଗାଇସିଲାଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ ସାହୁ ମୁଖ୍ୟ ଅତିଥି , ସନ୍ଦିବାହାଲ ସରପଞ୍ଚ ସବିତା ପରିଡା ରବିନ୍ଦ୍ର ଠାକୁର କଂଧୁମୁଣ୍ଡା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ହୋତା କମିଟି ର ସଭ୍ୟ କିଶୋର ବନଛୋର ରାଧାକାନ୍ତ ଦୀପ ପ୍ରମୁଖ ଯୋଗଦାନ କରିଥିଲେ । ଏଥିରେ ବିଭିନ୍ନ ବିଭାଗରେ ଅନୁଷ୍ଠିତ ପ୍ରତିଯୋଗିତା ରେ କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ଟ୍ରଫି ଅତିଥି ମାନେ ପ୍ରଦାନ କରିଥିଲେ । | ବାଳକ ବିଭାଗରେ ଈଶ୍ୱର ସୁନା ଓ ବାଳିକା ବିଭାଗରେ ଯଶୋବନ୍ତି ସାହୁ ଙ୍କୁ ଚାମ୍ପିୟାନ ଟ୍ରଫି ପ୍ରଦାନ କରାଯାଇଥିଲା । ଖେଳ ଶିକ୍ଷକ ବାମନ ସାହୁ ବାର୍ଷିକ କ୍ରୀଡା କୁ ନିପୁଣ ଭାବେ ପରିଚାଳନା କରିଥିବାରୁ ତାଙ୍କୁ ବିଶେଷ ଭାବେ ସମ୍ମାନିତ କରାଯାଇଥିଲା / ଶିକ୍ଷକ ଡୋଲାମଣି ତରିଆ ଅତିଥିମାନଙ୍କୁ ସ୍ୱାଗତ ଭାଷଣ ଜଣାଇ ପରିଚୟ ପ୍ରଦାନ କରି ଥିବା ବେଳେ ପ୍ରଧାନ ଶିକ୍ଷକ ରୁକ୍ମଣ ଦିଶ୍ରୀ ବାର୍ଷିକ ବିବରଣୀ ପଠନ କରିଥିଲେ ।ଶିକ୍ଷକ ରାକେଶ ପୁରୋହିତ ଓ ଘନଶ୍ୟାମ ପାଣିଗ୍ରାହୀ ସଭା ପରିଚାଲନା କରିଥିବା ବେଲେ ଶିକ୍ଷକ ଜଗନ୍ନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଛାତ୍ରୀ ରୋଜି ବାଗ ଓ ଉଷା ସୁନାଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ରାକେଶ ପୁରୋହିତ ଗଙ୍ଗାଧର ସାହୁ କନ୍ଦର୍ପ ଜୁଆଡି ଗୁରୁରୁଦେବ ସେଠ ଗୁଣନିଧି ସାହୁ ପ୍ରମୁଖ ସହଯୋଗ କରିଥିଲେ |