ଗାଇସିଲେଟ ଠାରେ ସ୍ଵାଧୀନତା ଦିବସ ଧୁମ୍ ଧାମରେ ପାଲିତ ହୋଇଯାଇଛି

ଗାଇସିଲେଟ ଠାରେ ସ୍ଵାଧୀନତା ଦିବସ ଧୁମ୍ ଧାମରେ ପାଲିତ ହୋଇଯାଇଛି ।  ବରଗଡ଼ ଜିଲ୍ଲା ଗାଇସିଲେଟ ମିନି ଷ୍ଟାଡିୟମ ଠାରେ ଗୁରୁବାର ପୂର୍ବାହ୍ନ ରୁ ସକାଳ ୧୧ ଟା ପର୍ଯ୍ୟନ୍ତ ସ୍ଵାଧୀନତା ଦିବସ ପାଳନ ହୋଇଯାଇଛି । ଏନେଇ ଏହି କାର୍ଯ୍ୟକ୍ରମରେ ବ୍ଲକ ର ବିଭିନ୍ନ ବିଭାଗ ର ଅଧିକାରୀଙ୍କୁ ସମ୍ମାନିତ କରଯାଇଛି । ପ୍ରଥମେ ବ୍ଲକ ସ୍ତରରେ ଭଲ ଶିକ୍ଷକ ଭାବେ ସ୍ନିଗ୍ଧାରାଣୀ ଦାସ ବିଜ୍ଞାନ ଶିକ୍ଷକ ଗାଇସିଲେଟ ନୋଡାଲ ସ୍କୁଲ୍ ରୁ ସମ୍ମାନିତ କରାଯାଇଛି । ପରେ ରମେଶ ସାହୁ ଗନିଆ ପାଲି, ବେଦବ୍ୟାସ ସାହୂ ଶିଶୁମନ୍ଧିର ଆଚାର୍ଯ୍ୟ, ସହଦେବ ନନ୍ଧ ଖୋଲା ମଞ୍ଚ କଳାକାର ଭାବେ ସମ୍ମାନିତ ହୋଇଥିବା ବେଳେ, ନବୀନ ଦାସ ନାଟ୍ୟ କଳାକାର, ରାଧେଶ୍ୟାମ ତ୍ରିପାଠୀ, ଦୂରଦର୍ଶନ କଳାକାର, ହେମନ୍ତ ପଣ୍ଡା ପଞ୍ଚାୟତ ସମିତି କଲେଜ ଗାଇସିଲେଟ ପି ଇ ଟି , ସୁରମା କୁମ୍ଭାର କୁଣ୍ଡାଖାଇ ଅଙ୍ଗନୱାଡ଼ି କର୍ମୀ  ପ୍ରମୁଖ ଆଜି ସମ୍ମାନିତ ହୋଇଥିବା ବେଳେ ମଞ୍ଚାସୀନ ଥିଲେ ବ୍ଲକ ଅଧକ୍ଷ ପ୍ରଣୟ ସାହୁ, ବିଡ଼ିଓ ଲକ୍ଷ୍ମଣ ମାଝୀ, ତହସିଲଦାର ଟିଟସ ମହାନନ୍ଦିଆ, ଅତିରିକ୍ତ ତହସିଲଦାର ସଙ୍ଗୀତା ବଢ଼ାଇକ, ସବ ଇନ୍ସପେକ୍ଟର ତ୍ରିପାଠୀ ବାବୁ, ୟୁଥ କ୍ଲବ୍ ସଭାପତି ତଥା କଳାକାର ସଂଘ ସଭାପତି ରଞ୍ଜନ କୁମାର୍ ପଣ୍ଡା, ପ୍ରଦୀପ ପାଣିଗ୍ରାହି, ଅମ୍ବିକା ତ୍ରିବେଦି, ମିହିର କୁମାର୍ ଦାସ, ଅରବିନ୍ଦ ପଣ୍ଡା, ସୁନିଲ କୁମାର ପଣ୍ଡା, ରବୀନ୍ଦ୍ର ପଣ୍ଡା, କଳଙ୍ଗା ପାଲି ପ୍ରମୋଦ କୁମାର ସାହୁ ପ୍ରମୁଖ ମଞ୍ଚଷିନ ଥିବା ବେଳେ ଗାଇସିଲେଟ ବ୍ଲକ ହାଇ ସ୍କୁଲ ଟପ୍ପର ୨୫ ଜଣ ଛାତ୍ରଛାତ୍ରି ଙ୍କୁ ଟ୍ରଫି ସହ ଉପଢୌକନ ଦେଇ ସମ୍ମାନିତ କରଯାଇଥିଲା ଏହା ସହ ୧୩୦ ଜଣ ବ୍ଲକ୍ ସ୍ତରୀୟ ଛାତ୍ରଛାତ୍ରୀ ଙ୍କୁ ମଧ୍ଯ ପୁରସ୍କାର ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ସଫଲ ଭାବେ ସୂ ପରିଚାଳିତ କରିଛନ୍ତି ସ୍ଥାନୀୟ ସରପଞ୍ଚ ଶରତ କାଲୋ ଓ ବ୍ଲକ ଜି ପି ଓ ପାଣ୍ଡବ ନନ୍ଧ ।

Popular posts from this blog

ଛିନ୍ଦ୍ରାପାଲି ଠାରେ ଏମ ସି ଏଲ କମ୍ପାନୀର ମନମାନି ମାଟି ପରୀକ୍ଷଣ ଉପରେ ଦାବୀ ଜଣାଇଲେ ଗ୍ରାମବାସୀ ।

ପାର୍ବତୀ ଗିରି ଅନାଥା ବୃଦ୍ଧାଶ୍ରମରେ ଝିଅର ଜନ୍ମଦିନ ପାଳନ କଲେ ଶିକ୍ଷକ ଦମ୍ପତ୍ତି ।

ଗାଇସିଲେଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଆମ ଓଡିଶା ଓ ସମ୍ବାଦ ପକ୍ଷରୁ ରଜ୍ୟ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ