Posts

Showing posts from September, 2024

ଗାଇସିଲେଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଆମ ଓଡିଶା ଓ ସମ୍ବାଦ ପକ୍ଷରୁ ରଜ୍ୟ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ

Image
ଗାଇସିଲେଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଆମ ଓଡିଶା ଓ ସମ୍ବାଦ ପକ୍ଷରୁ ରଜ୍ୟ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ । ବରଗଡ଼ ଜିଲ୍ଲା ଗାଇସିଲେଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଆମ ଓଡିଶା ଓ ସମ୍ବାଦ ପକ୍ଷରୁ ରଜ୍ୟ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା ରବିବାର ସକାଳ ୧୦ ରୁ ଆରମ୍ଭ ହୋଇ ଅପରାହ୍ନ ୩:୩୦ ରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ, ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ହସ୍ତାକ୍ଷର ଓ ନବମ, ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା ରହିଥିଲା । ଏହି ଅବସରରେ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ଥିଲେ । ତାଙ୍କ ମଧ୍ୟରୁ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଙ୍କ ଦ୍ୱାରା । ମୁଖ୍ୟ ଅତିଥି ଭାବେ ଗାଇସିଲେଟ ବିଡ଼ିଓ ଲକ୍ଷ୍ମଣ ମାଝୀ , ସମ୍ମାନିତ ଅତିଥି ଭାବେ ସରୋଜ ଶ୍ରୀ ଭୁଷଣ ସାହୁ ଓ ରଞ୍ଜନ ପଣ୍ଡା ଯୋଗଦେଇଥିବା ବେଳେ ସମସ୍ତ ଓ ଏ ଭି ଷ୍ଟାଫ ଯୋଗଦେଇଥିଲେ । ଏହା ସହ ଧନ୍ୟବାଦ୍, ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ସଞ୍ଜୀବ ପୁରୋହିତ । ଏହି କାର୍ଯ୍ୟକ୍ରମ ରେ ଚିତ୍ରାଙ୍କନ ରେ ପୂର୍ବି ଭୋଇ, ସରସ୍ଵତୀ ଶିଶୁ ମନ୍ଦିର ପ୍ରଥମ ପୁରସ୍କାର ଗ୍ରହଣ କରିଥିଲେ ।ଭାନୁପ୍ରୀୟା ସାହୁ ସରସ୍...

ଗାଇସିଲେଟ ତହସିଲ ରୋଡ ନିକଟରେ ଶୁଭାରମ୍ଭ ହେଲା ଓକିଲ ଆକାଶ ନନ୍ଦଙ୍କ କାର୍ଯ୍ୟାଳୟ , ଯୋଗଦେଲେ ବିଡ଼ିଓ ।

Image
ଗାଇସିଲେଟ ତହସିଲ ରୋଡ ନିକଟରେ ଶୁଭାରମ୍ଭ ହେଲା ଓକିଲ ଆକାଶ ନନ୍ଦଙ୍କ କାର୍ଯ୍ୟାଳୟ , ଯୋଗଦେଲେ ବିଡ଼ିଓ । ବରଗଡ଼ ଜିଲ୍ଲା ଗାଇସିଲେଟ ତହସିଲ ଅଫିସ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ଅପରାହ୍ନ ୩ଟା ପାଖାପାଖି ରେ ଓକିଲ ଆକାଶ ନନ୍ଦଙ୍କ ଏକ ନୃତନ କାର୍ଯ୍ୟାଳୟର ଶୁଭାରମ୍ଭ ହୋଇଯାଇଛି । ସ୍ୱର୍ଗତ ରାଜନୀତିଜ୍ଞ ତଥା ସମାଜସେବୀ ଉତ୍ତମ ନନ୍ଦ ଙ୍କ ସୁପୁତ୍ର ପାଣ୍ଡବ ନନ୍ଧଙ୍କ ପୁତ୍ର ଆକାଶ ନନ୍ଧ କଟକ ଠାରେ ନିଜର ଓକିଲାତି ପାଠ ସାରି ଆଜି ଗାଇସିଲେଟ ତହସିଲ କାର୍ଯ୍ୟାଳୟ ନିକଟରେ ଲୋକଙ୍କ ହିତରେ ଏକ କାର୍ଯ୍ୟାଳୟ ଖୋଳିଛନ୍ତି ଯାହାକି ଲୋକଙ୍କ ବିଭିନ୍ନ ପ୍ରକାର କାର୍ଯ୍ୟରେ ଆସିବ ବୋଲି କହିଛନ୍ତି ଏହି ଅବସରରେ ଶୁଭାରମ୍ଭ ସମୟରେ ମୂଖ୍ୟ ଅତିଥି ଭାବେ ଗାଇସିଲେଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ ସାହୁ, ସମ୍ମାନିତ ଅତିଥି ଭାବେ ଗାଇସିଲେଟ ବିଡ଼ିଓ ଲକ୍ଷ୍ମଣ ମାଝୀ ଓକିଲ ମାନଙ୍କ ମଧ୍ୟରେ ପଦ୍ମପୁର ରୁ ରାଧାବଲ୍ଲଭ ପାଣିଗ୍ରାହି, ମଳୟ କୁମାର ଦାସ, ଭୋଜରାଜ ଡନସନା, ଉତ୍ତମ ନାୟକ, ମନୋଜ ପଧାନ ସମସ୍ତେ ସିଭିଲ କୋର୍ଟ ଓକିଲ ଯୋଗଦେଇଥିଲେ । ଏହା ସହ ବରିଷ୍ଠ ନାଗରିକ ଡକ୍ଟର ସୁନିଲ କୁମାର୍ ପଣ୍ଡା, ରବୀନ୍ଦ୍ର ପଣ୍ଡା, ସୁମନ୍ତ ପଣ୍ଡା , କୁମୁଦ ନାୟକ, ଗାଇସିଲେଟରୁ ଭାରତ ଦାସ, ଗୋପାଳ ଦାସ ମୋନୋଜ ଦାସ, ଚାଷୀ ନେତା କିଶୋର ଦେପ୍ତା, ପଶ୍ଚିମ ଓଡିଶା ତୈଲିକ ସାହୁ ସମାଜ ସଭାପତି ଚୈତନ୍ୟ ସାହୁ, କଠଉମାଲ ପ୍ୟକ୍ସ ସଭାପତି ଯତୀ...

ଜାମୁଟପାଲି ଠାରେ ସାରଙ୍ଗପୁରିଆ ବଂଶର ଏକାଠି ନୂଆଁଖାଇ ପର୍ବ ପାଳିତ ।

Image
ଜାମୁଟପାଲି ଗ୍ରାମ ର ସାରଙ୍ଗପୁରିଆ ଘରେ ବାରଙ୍ଗପାଳିଆ ପଧାନ ବଂଶଧର ଭାଇମାନେ ଦୀର୍ଘ ଦିନରୁ ନୂଆଁଖାଇ ପର୍ବକୁ ମିଳିମିଶି ଏକତ୍ର ହୋଇ 20 ଘର ପରିବାର ନୂଆଁଖାଇ ଆସୁଅଛନ୍ତି | ତାଙ୍କର ପୂର୍ବ ପୁରୁଷ ମହାଦେବ ପଧାନ ଆଜକୁ ୧୫୦ ବର୍ଷ ପୂର୍ବେ ସାରଙ୍ଗପୁର ଗ୍ରାମ ରୁ ନିଜର ସମସ୍ତ ସ୍ଥାଵର ଅସ୍ଥାବର ସମ୍ପତ୍ତି ପରିତ୍ୟାଗ କରି ଜାମୁଟପାଲି ଗ୍ରାମ କୁ ଆସିଥିଲେ | ସେତେବେଳେ ତାଙ୍କର ଗୋଟିଏ ମାତ୍ର ପୁଅ ଓ ଝିଅ ଟିଏ ହୋଇଥିଲେ | ପରେ ତାଙ୍କର ଅନ୍ୟ ଚାରୋଟି ପୁତ୍ର ଏପରି ସର୍ବମୋଟ ପାଞ୍ଚ ପୁତ୍ର ହୋଇଥିଲେ | ସେମାନେ ହେଲେ ଇଶ୍ଵର ପଧାନ, ବନମାଳୀ ପଧାନ, ଦୈତାରୀ ପଧାନ, ପାରେଶ୍ୱର ପଧାନ ଏବଂ ନୀଳ ପଧାନ | ସେତେବେଳେ ମାହେଶ୍ୱରୀ ଦେବୀ କୁ ପୂଜା କଲେ ଏବଂ କଳାସୀ ଯାତ୍ରା କଲେ ଏବଂ ଛଅ କୋର ଚଉରାଶି ଦେବୀ ପୂଜା କଲେ | ଯାହାକି ଆଜି ପର୍ଯ୍ୟନ୍ତ ଜାମୁଟପାଲି ଗ୍ରାମରେ କଳସୀ ଯାତ୍ରା ଚାଲିଅଛି | ଏହି ସମସ୍ତ ପାଞ୍ଚ ଭାଇଙ୍କର ସନ୍ତାନ ମାନେ, ନାତିମାନେ, ଅଣ ନାତି ମାନେ ମିଳିମିଶି ଏକାଠି ନୂଆଁଖାଇ ପର୍ବ ପାଳନ କରୁଛନ୍ତି | ଯାହାକି ଏକ ଭାଇଚାରା ର ସମ୍ବନ୍ଧ ସୃଷ୍ଟି କରୁଅଛି | ଏହି ପର୍ବ କୁ ସେମାନେ ଦୁଇଦିନ ଧରି ଏକାଠି ପାଳନ କରିବା ସହ ଖାଇବା ପିଇବା ଏକାଠି କରିଥାଆନ୍ତି | Ad... ଏହି ପର୍ବ ପାଳନ ସମୟରେ ତାଙ୍କ ସମସ୍ତ ଙ୍କ ମନରେ ଏକତା ଭାବ ପରିଲକ୍ଷିତ ହୁଏ | ପରସ୍ପର ମଧ୍ୟରେ ଆତ୍ମ ସ୍ୱଜନ ପରିବାର ଭାବ...