ଜାମୁଟପାଲି ଠାରେ ସାରଙ୍ଗପୁରିଆ ବଂଶର ଏକାଠି ନୂଆଁଖାଇ ପର୍ବ ପାଳିତ ।

ଜାମୁଟପାଲି ଗ୍ରାମ ର ସାରଙ୍ଗପୁରିଆ ଘରେ ବାରଙ୍ଗପାଳିଆ ପଧାନ ବଂଶଧର ଭାଇମାନେ ଦୀର୍ଘ ଦିନରୁ ନୂଆଁଖାଇ ପର୍ବକୁ ମିଳିମିଶି ଏକତ୍ର ହୋଇ 20 ଘର ପରିବାର ନୂଆଁଖାଇ ଆସୁଅଛନ୍ତି | ତାଙ୍କର ପୂର୍ବ ପୁରୁଷ ମହାଦେବ ପଧାନ ଆଜକୁ ୧୫୦ ବର୍ଷ ପୂର୍ବେ ସାରଙ୍ଗପୁର ଗ୍ରାମ ରୁ ନିଜର ସମସ୍ତ ସ୍ଥାଵର ଅସ୍ଥାବର ସମ୍ପତ୍ତି ପରିତ୍ୟାଗ କରି ଜାମୁଟପାଲି ଗ୍ରାମ କୁ ଆସିଥିଲେ | ସେତେବେଳେ ତାଙ୍କର ଗୋଟିଏ ମାତ୍ର ପୁଅ ଓ ଝିଅ ଟିଏ ହୋଇଥିଲେ | ପରେ ତାଙ୍କର ଅନ୍ୟ ଚାରୋଟି ପୁତ୍ର ଏପରି ସର୍ବମୋଟ ପାଞ୍ଚ ପୁତ୍ର ହୋଇଥିଲେ | ସେମାନେ ହେଲେ ଇଶ୍ଵର ପଧାନ, ବନମାଳୀ ପଧାନ, ଦୈତାରୀ ପଧାନ, ପାରେଶ୍ୱର ପଧାନ ଏବଂ ନୀଳ ପଧାନ | ସେତେବେଳେ ମାହେଶ୍ୱରୀ ଦେବୀ କୁ ପୂଜା କଲେ ଏବଂ କଳାସୀ ଯାତ୍ରା କଲେ ଏବଂ ଛଅ କୋର ଚଉରାଶି ଦେବୀ ପୂଜା କଲେ | ଯାହାକି ଆଜି ପର୍ଯ୍ୟନ୍ତ ଜାମୁଟପାଲି ଗ୍ରାମରେ କଳସୀ ଯାତ୍ରା ଚାଲିଅଛି | ଏହି ସମସ୍ତ ପାଞ୍ଚ ଭାଇଙ୍କର ସନ୍ତାନ ମାନେ, ନାତିମାନେ, ଅଣ ନାତି ମାନେ ମିଳିମିଶି ଏକାଠି ନୂଆଁଖାଇ ପର୍ବ ପାଳନ କରୁଛନ୍ତି | ଯାହାକି ଏକ ଭାଇଚାରା ର ସମ୍ବନ୍ଧ ସୃଷ୍ଟି କରୁଅଛି | ଏହି ପର୍ବ କୁ ସେମାନେ ଦୁଇଦିନ ଧରି ଏକାଠି ପାଳନ କରିବା ସହ ଖାଇବା ପିଇବା ଏକାଠି କରିଥାଆନ୍ତି |
Ad...
ଏହି ପର୍ବ ପାଳନ ସମୟରେ ତାଙ୍କ ସମସ୍ତ ଙ୍କ ମନରେ ଏକତା ଭାବ ପରିଲକ୍ଷିତ ହୁଏ | ପରସ୍ପର ମଧ୍ୟରେ ଆତ୍ମ ସ୍ୱଜନ ପରିବାର ଭାବ ସୃଷ୍ଟି ହୁଏ | ଏହା ଦ୍ୱାରା ସମାଜ ଉପରେ ମଧ୍ୟ ଭଲ ପ୍ରଭାବ ପକାଇ ପାରିବ ବୋଲି ସେମାନେ ଆଶା ଓ ବିଶ୍ୱାସ କରନ୍ତି।

Popular posts from this blog

ଛିନ୍ଦ୍ରାପାଲି ଠାରେ ଏମ ସି ଏଲ କମ୍ପାନୀର ମନମାନି ମାଟି ପରୀକ୍ଷଣ ଉପରେ ଦାବୀ ଜଣାଇଲେ ଗ୍ରାମବାସୀ ।

ପାର୍ବତୀ ଗିରି ଅନାଥା ବୃଦ୍ଧାଶ୍ରମରେ ଝିଅର ଜନ୍ମଦିନ ପାଳନ କଲେ ଶିକ୍ଷକ ଦମ୍ପତ୍ତି ।

ଗାଇସିଲେଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଆମ ଓଡିଶା ଓ ସମ୍ବାଦ ପକ୍ଷରୁ ରଜ୍ୟ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ