Posts

Showing posts from November, 2023

ଗାଇସିଲାଟ ମହାବିଦ୍ୟାଳୟରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ଯୋଗଦେଲେ ମନ୍ତ୍ରୀ ରୀତା ସାହୁ

Image
ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲାଟ ର ମିନିଷ୍ଟାଡିୟମ୍ ଠାରେ ୪ ଦିନ ନ ଧରି ଚାଲିବ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ । ଆଜି ସକାଳ ୧୦ଟା ରୁ ଆରମ୍ଭ ହୋଇ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ଯ ଅତିଥି ଭାବରେ ଓଡ଼ିଶା ସରକାରଙ୍କ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ଯୋଗଦାନ କରିଥିଲେ। ଗାଇସିଲାଟ ବ୍ଲକ ଅଧ୍ଯକ୍ଷ ଶ୍ରୀଯୁକ୍ତ ପ୍ରଣୟ କୁମାର ସାହୁ, ଦେବେନ ଯୋଶୀ,ପୂର୍ବତନ ପରିଚାଳନା କମିଟି ସଂପାଦକ ଅମ୍ବିକା ପ୍ରସାଦ ତ୍ରିବେଦୀ, ସରୋଜ ଶ୍ରୀ ଭୁଷଣ ସାହୁ, ମହାବିଦ୍ୟାଳୟର ପ୍ରାଧ୍ୟାପକ ଡକ୍ଟର ଜୟକେତନ ତ୍ରିପାଠୀ, ନାରାୟଣ ମିଶ୍ର, କ୍ରିଡା କାର୍ଯ୍ୟକ୍ରମ ର ସଂଯୋଜକ ସୁଦୀପ୍ତ କୁମାର ଦାସ, ସୁବାଷ ଚନ୍ଦ୍ର ମାଝୀ,ହେମନ୍ତ କୁମାର ପଣ୍ଡା, ବିଶ୍ବନାଥ ସାହୁ, ବାଚସ୍ପତି ପଧାନ, ଭାରାପ୍ରାପ୍ତ ଅଧ୍ଯକ୍ଷ ଶ୍ରୀଯୁକ୍ତ ମନୋଜ କୁମାର ପଣ୍ଡା, ମଞ୍ଚାସୀନ ଥିଲେ।

ବରିହାପୁଖାପାଣି ଠାରେ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ

Image
ବରିହାପୁଖାପାଣି ଠାରେ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ  ଗାଈସିଲାଟ ବ୍ଳକ ସ୍ରରୀୟ 28ତମ ବିଜ୍ଞାନ ମେଳା ପଲ୍ଲୀ ପ୍ରଗତି ପାଞ୍ଚଗାଁ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଗାଇସିଲଟ ବ୍ଲକ ଶିକ୍ଷା ଅଧିକାରୀ ରାମଲାଲ ବରିହା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ ଏଡିଇଓ ଛାତ୍ରପତି ସାହୁ ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧୀରୋଜ ପଟ୍ଟନାୟକ ବ୍ଲକ ଉପାଧ୍ୟାକ୍ଷା ଯଶୋବନ୍ତୀ ସାହୁଙ୍କ ଉପସ୍ଥିତିରେ ଏହାକୁ ଉଦ୍ଙାଟନ କରିଥିଲେ । ଏଥିରେ ମୋଟ ୧୬୯  ଟି ପ୍ରକଲ୍ପ ସ୍ଥାନ ପାଇଥିବା ବେଲେ ବିଭିନ୍ନ ବିଭାଗରେ ୯ଟି ଶ୍ରେଷ୍ଠ ପକଲ୍ପ ପୁରସ୍କୃତ ହୋଇଥିଲା । ପ୍ରାଥମିକ ସ୍ତର ରେ ପହେଚନ ବିଦ୍ୟାଳୟ ର ସ୍ୱରୂପ କୁମାର ପୁରୋହିତ ଉମରାଦ ବିଦ୍ୟାଳୟ ର ଭୀଷ୍ମଦେବ ମାଝୀ କୁଣ୍ଡାଖାଇ ପ୍ରାଥମିକ ବିଦ୍ୟାଳୟ ର ହେମନନ୍ଦ ପଧାନ ଉଚ୍ଚପ୍ରାଥମିକ ସ୍ତର ରୁ ଓଏଭି ଗାଇସିଲଟ ର ଝରଣା ନାଏକ ଜାମୁଟପାଲି ପ୍ରାଥମିକ ବିଦ୍ୟାଳୟ ର ବିଭୁତି ପଧାନ ସାଉଁଟିଖଣ୍ଡି ବିଦ୍ୟାଳୟ ର ଅନିଲ ସାହୁ ଓ ମାଧ୍ୟମିକ ସ୍ତର ରୁ ଗୌରନମୁଣ୍ଡା ବିଦ୍ୟାଳୟର ସଳିତା କୁମ୍ଭାର କାଠଉମାଲ ବିଦ୍ୟାଳୟର ମାନସୀ ପ୍ରିୟଦର୍ଶିନୀ ଓଏଭି ଗାଇସିଲଟର ସାନ୍ନିଧ୍ୟ ଶେଖର ଙ୍କ ପ୍ରକଲ୍ପକୁ ଜିଲ୍ଲାସ୍ତରକୁ ମନୋନୀତ କରାଯାଇଥିବା ବେଲେ ବ୍ଳକ୍ ସ୍ତରରେ ରେ ସେହି ପ୍ରକଲ୍ପକୁ ପୁରସ୍କୃତ କରାଯାଇଥିଲା...

ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଭିନ୍ନ ଯୋଜନାରେ ଦୁର୍ନୀତି, ଭ୍ରଷ୍ଟାଚାର ବିରୁଦ୍ଧରେ ଜନ ଆକ୍ରୋଶ ବ୍ଲକ ଘେରାଉ

Image
ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଭିନ୍ନ ଯୋଜନାରେ ଦୁର୍ନୀତି, ଭ୍ରଷ୍ଟାଚାର ବିରୁଦ୍ଧରେ ଜନ ଆକ୍ରୋଶ ବ୍ଲକ ଘେରାଉ ଗାଇସିଲାଟ/ମନ ଡନସନା- ଭାରତୀୟ ଜନତା ପାର୍ଟି ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକ ତରଫରୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୁଦ୍ଧରେ ଜନ ଆକ୍ରୋଶ ବ୍ଲକ ଘେରାଉ ଅନୁଷ୍ଠିତ ହୋଇଯାଇଛି lସ୍ଥାନୀୟ ମିନିଷ୍ଟାଡିୟମ୍ ଏକତ୍ରୀତ ହୋଇ ଶତାଧିକ ବିଜେପି କର୍ମୀ ନାରାବାଜି କରି ବ୍ଲକ ସମ୍ମୁଖ ରେ ପହଞ୍ଚି ଥିଲେ। ଗାଇସିଲାଟ ବ୍ଲକ ମଣ୍ଡଳ ସଭାପତି ଆନନ୍ଦ ମଟାରୀ ଙ୍କ ସଭାପତିତ୍ବରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।ଉକ୍ତ ସଭାରେ ମୁଖ୍ଯ ଅତିଥି ଭାବରେ ଡକ୍ଟର ଡି ମୁରଲି କ୍ର୍ରିଷ୍ଣା ରାଜ୍ଯ କାର୍ୟ୍ଯକାରୀଣି ସଦସ୍ୟ, ରାଜ୍ୟ କାର୍ୟ୍ଯକାରୀଣି ସଦସ୍ୟ ସନତ ଗଜତିଆ  ଜିଲ୍ଲା ପରିଷଦ ସଦସ୍ୟା  ଝରଣା ପାଣିଗ୍ରାହୀ ଜିଲ୍ଲା ଉପସଭାପତି ପ୍ରବୀଣ ପାଣୀଗ୍ରାହି,ପୂର୍ବତନ  ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମଦନ ଦୀପ ପୂର୍ତତନ  ଜିଲ୍ଲା ପରିଷଦ ଘନଶ୍ୟାମ ସାହୁ, ବିଜେପୁର ମିଡିଆ ସେଲ୍ ପ୍ରଭାରୀ ଝସକେତନ ସାହୁ ପ୍ରମୁଖ ଉଦବୋଧନ ଦେଇ 23 ବର୍ଷ ବିଜେଡି ସରକାରରେ ଅଫିସର -ଠିକାଦାର -ବ୍ୟବସାୟୀ ମଧୁଚନ୍ଦ୍ରିକା ଫଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଘରୋଇ ପାଇଖାନା, ପାନୀୟ ଜଳ, କିଷାନ ସମ୍ମାନ ନିଧି, କାଳିଆ ଯୋଜନା, ବିଧବା /ବାର୍ଦ୍ଧକ୍ୟଭତ୍ତା ଆଦିରେ ବ୍ୟାପକ ...

କଠଉମାଲ ପଂଚାୟତ ଯାଦବ ସମାଜ ର ନୂତନ କମିଟି

Image
 କଠଉମାଲ ପଂଚାୟତ ଯାଦବ ସମାଜ ର ନୂତନ କମିଟି ଗାଇସିଲlଟ ବ୍ଲକ ର କଠଉମାଲ ଗ୍ରାମ ପଂଚାୟତ ର କଠଉମାଲ ଠାରେ ବ୍ଲକ ସଭାପତି ସପ୍ତସିନ୍ଧୁ ବଗର୍ତ୍ତି ଙ୍କ ସଭାପତିତ୍ବ ରେ ଯାଦବ ସମାଜ ର ପଞ୍ଚାୟତ ସ୍ତରୀୟ ସଭା ଅନୁଷ୍ଠିତ ହୋଇଥିଲା l ମାଁ ସମଲେଶ୍ୱରୀ ଓ ଭଗବାନ ଶ୍ରୀକୃଷ୍ଣ ଙ୍କ ପୂଜା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ଏହି ସଭାରେ ଗାଇସିଲାଟ ବ୍ଲକ ଯାଦବ ସମାଜ ର ଉପସଭାପତି ଚନ୍ଦ୍ରମଣି ଷlଣ୍ଢ, ସମ୍ପାଦକ ଛେଲିଆ ପୋଢ଼ , ସହ ସମ୍ପାଦକ ଜଳନ୍ଧର ବାଗ, ସୁବଳ ବଗର୍ତି, ଫଗୁନୁ ଚରଣ ବାଗ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ l ଯାଦବ ସମାଜ ର ପ୍ରତ୍ୟେକ ପରିବାର ର ଶିକ୍ଷା, ସାମାଜିକ ଓ ଅର୍ଥନୈତିକ ଉନ୍ନତି ବିଷୟରେ ଆଲୋଚନା ହୋଇଥିଲା l ଏହି ଅବସରରେ ନୂତନ ପଞ୍ଚାୟତ କମିଟି ଗଠନ କରା ଯାଇଥିଲା l ନୂତନ କମିଟି ର ସଭାପତି ଯୁଗେନ୍ଦ୍ର ବାଗ , ଉପ-ସଭାପତି ଗୁରୁ ପାଣ୍ଡେ , ସମ୍ପାଦକ କଏଁଟୁ ବାଗ , ସହ-ସମ୍ପାଦକ ଟେକାରୁ ବାଗ, କୋଷାଧକ୍ଷ ତ୍ରିଲୋଚନ ପୋଢ଼, କମିଟି ସଦସ୍ୟ ତେଜରାଜ ଭୋଇ, ସଞ୍ଜିବ ବଗର୍ତି, ପରକ୍ଷିତ ପରୁଆ, ଉଦେ ବାଗ, ପଳାଉ ଚନ୍ଦନ ଓ ରାତୁ ପରୁଆ ଭାବରେ ଚୟନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ କଠଉମାଲ ପଞ୍ଚାୟତ ଯାଦବ ସମାଜ ର ପୂର୍ବତନ ସମ୍ପାଦକ ଭର୍ତ୍ତୁହରି ମହାକୁର ଓ ବରିଷ୍ଠ ସଦସ୍ୟ ଦଇତାରୀ ଗହିର ପ୍ରମୁଖ ସହଯୋଗ କରିଥିଲେ l

ଆନ୍ତର୍ଜାତୀୟ ମାଣ୍ଡିଆ ଦିବସରେ ସମ୍ମାନିତ

Image
ଆନ୍ତର୍ଜାତୀୟ ମାଣ୍ଡିଆ ଦିବସରେ ସମ୍ମାନିତ ଗାଇସିଲାଟ/ଆନ୍ତର୍ଜାତୀୟ ମାଣ୍ଡିଆ ଦିବସ ପାଳନ ସମାରୋହ ଅବସରରେ ଦେବଦତ୍ତ କ୍ଲବ ଦ୍ଵାରା କୋଦୋ ଚାଷ କରି ଭୁବନେଶ୍ୱର ଜନତା ମଇଦାନ ରେ ବରଗଡ ଜ଼ିଲ୍ଲା,  ଗାଇସିଲେଟ ବ୍ଲକ, ସାନସାଜବହାଲ ର ଚିଦାନନ୍ଦ ପଧାନ କ୍ଷୁଦ୍ର ଦାନା ଶସ୍ଯ ଚାଷ କରି ରାଜ୍ୟ ରେ ଦ୍ୱତୀୟ ପୁରସ୍କାର ପାଇଛନ୍ତି। ସେ ବରଗଡ଼ ଜିଲ୍ଲା ତଥା ଗାଇସିଲାଟ ବ୍ଲକ ପାଇଁ ଗୌରବ ଅର୍ଜନ କରିଛନ୍ତି।