Posts

Showing posts from November, 2022

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଶିଶୁ ଦିବସ ପାଳନ

Image
ତା.୧୪/୧୧/୨୧ ରିଖ ସୋମବାର ଦିନ ଗାଇସିଲେଟସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିଶୁ ଦିବସ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ବାରିକ ଅତିଥି ପରିଚୟ ଏବଂ ସ୍ବାଗତ ଭାଷଣ ଦେଇଥିବା ବେଳେ ଝରଣା ମିଶ୍ର ଗୁରୁମା ଶିଶୁ ଦିବସ ବିଷୟରେ ଆଲୋକପାତ କରିଥିଲେ। ଏହା ସହିତ ଶିଶୁ ବାଟିକା ବିଭାଗର ଶିଶୁ ଶିବିର ଏବଂ ଷଷ୍ଠରୁ ଦଶମ ଶ୍ରେଣୀ ଭଉଣୀମାନଙ୍କର କନ୍ୟା ଶିବିର ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଶିଶୁ ବାଟିକା ବିଭାଗର ଶିଶୁ ଶିବିରରେ ଅଭିଭାବିକା ଶ୍ରୀମତୀ ଦିପ୍ତୀମୟୀ ପୁରୋହିତ ଏବଂ କନ୍ୟା ଶିବିରରେ ଅଭିଭାବିକା ଶ୍ରୀମତୀ ରିଙ୍କିରାଣୀ ପୁରୋହିତ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ମା' ବାକ୍ ଦେବୀଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି ଏହି କାର୍ଯ୍ୟକ୍ରମର ଶୁଭ ଉଦ୍ ଘାଟନ କରିଥିଲେ। ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ବାରିକ ଏକବିଂଶ ଶତାବ୍ଦୀ ହେଉଛି ନାରୀ ଶତାବ୍ଦୀ, ବିଷୟରେ  ଆଲୋକପାତ କରିଥିଲେ। ଏହାପରେ ଭଉଣୀମାନେ ସରସ୍ଵତୀ ପଦଯାତ୍ରା କରି ଦମକଲ କେନ୍ଦ୍ର ଏବଂ ଗ୍ରାମୀଣ ପାର୍କ, ଗାଇସିଲେଟକୁ ଭ୍ରମଣରେ ଯାଇଥିଲେ। ସେଠାରେ ଦମକଲ କେନ୍ଦ୍ରର ଅଧିକାରୀ ଯଦୁନାଥ ସାଏଙ୍କ ସହିତ ତାଙ୍କ ସହକାରୀ କାର୍ଯ୍ୟକର୍ତ୍ତା ବୃନ୍ଦ ଭଉଣୀମାନଙ୍କୁ ସ୍ବାଗତ କରିଥିଲେ ଏବଂ ଦମକଲ କେନ୍ଦ୍ରର କାର୍ଯ୍ୟ ବିଷୟରେ ଅତି ସରଳ ଭାବରେ ବୁଝାଇବା ସହିତ ନିଆଁ କି...

ବୃଷଭ ଓ ଶିବଲିଙ୍ଗ ସ୍ଥାପନ

Image
ବୃଷଭ ଓ ଶିବଲିଙ୍ଗ ସ୍ଥାପନ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଫିରିଙ୍ଗି ମାଲ ର ଦକ୍ଷିଣ ଦିଗରେ ଥିବା ଘଡଘଡି ପାହାଡ଼ ର୍ ପାଦ ଦେଶରେ ଥିବା ଝରି ଆସୁଥିବା ଝରଣା ପାଣିକୁ ନିର୍ମାଣ ହୋଇଥିବା ପୋଖରୀ ର୍ ହିଡ ଉପରେ ଭଗବାନ ଶିବଙ୍କ ଲିଙ୍ଗ ସ୍ଥାପନ କରାଯାଇଥିଲା।ଏହି ସୌନ୍ଦର୍ଯ୍ୟ ବନ ଜଙ୍ଗଲ କୁ ଅନେକ ଦୂରଦୂରାନ୍ତରୁ ଲୋକମାନେ ମଧ୍ୟ ଆସିଥାନ୍ତି। ଏହି ସୁନ୍ଦର ପରିବେଶରେ ସୌନ୍ଦର୍ଯ୍ୟ କରଣ  ବଢାଇବା ପାଇଁ ନବ ନିର୍ବାଚିତ ସରପଞ୍ଚ ଶ୍ରୀ ପହିଲ ମାନ ସିଂ ବରିହା,ପୂର୍ବତନ ନାଏବ ସରପଞ୍ଚ ସୁରେନ୍ଦ୍ର ସାହୁ,ଯୋଗଦାନ କରି ପରିବେଶର ଉନ୍ନତି କାର୍ଯ୍ୟ କିପରି ହୋଇପାରିବ ସେ ବିଷୟରେ ବଖାଣି ଥିଲେ।ଏବଂ ଆଗାମୀ ଦିନରେ ସେଠାରେ ଏକ ମନ୍ଦିର,ଏବଂ ଧର୍ମଶାଳା ନିର୍ମାଣ କରିବାକୁ ଲକ୍ଷ୍ୟ କରିଥିଲେ। ଏହି ଶିବଲିଙ୍ଗକୁ ଏବଂ ବୃଷଭ କୁ ଫିରିଙ୍ଗି ମାଲ ର୍ ହରି ଡନସନା ଓ ପଦ୍ମିନୀ ଡନସନା କର୍ମକର୍ତ୍ତା ହିସାବରେ ତୁଲାଇଥିଲେ।ଏହି ଶୁଭ କାର୍ଯ୍ୟ ରେ ଫିରିଙ୍ଗି ମାଲ ର୍ ଅନେକ ମହିଳା ଭକ୍ତ ଓ ପୁରୁଷ ଭକ୍ତ ଯୋଗ ଦେଇଥିଲେ,ଲିଙ୍ଗରାଜ ସାହୁ,ପୀତବାସ ସାହୁ,କାର୍ତ୍ତିକ ଡନସନା,ହର ଡନସନା,ଜଗବନ୍ଧୁ ସାହୁ,ଭିକାରି ସାହୁ,ପ୍ରମୁଖ ଉପସ୍ଥିତ ରହି କାର୍ତ୍ତିକ ଚତୁର୍ଦ୍ଦଶୀ ର ପୂଜାକୁ ସାଫଲ୍ୟ ମଣ୍ଡିତ କରିଥିଲେ।

କଳଙ୍ଗାପାଲି ଠାରେ କାର୍ତ୍ତିକ ଚତୁର୍ଦ୍ଦଶୀ ପାଳନ ହୋଇଯାଇଛି

Image
କଲଗାଂପାଲି ଠାରେ ମହା ସମାରୋହ ରେ କାର୍ତ୍ତିକ ଚତୁର୍ଦଶୀ ପାଲନ ହୋଇଥିଲା ମାସେ ପର୍ୟ୍ଯନ୍ତ ଭାଗବତ ଏକାଦଶସ୍କନ୍ଧ ଓ କାରତିକ ମାହାତ୍ମ୍ଯ ଗାନ କରାହେଇଥିଲା ।  ଗାହାକ ପଦ୍ମନାଭ ସାହୁ ଗାୟିକା ଭଗବତୀ ସାହୁ ବାୟକ ଭୁବନ ସାହୁ ଓ ବୈରାଗୀ ସାହୁ ମହେନ୍ଦ୍ର ସାହୁ  ପିଠାଚୋର ମିନୁ କାଟୁ  ସଂଘମିତ୍ରା କୌଶଲ୍ୟା ସୌଦାମିନୀ ଜୋସ୍ନା ସତ୍ଯଭାମା  ଅଂଜଲି ପୁଷ୍ପା କୈଶଲ୍ଯା ଅର୍ଚନା ମାଲତି ରେବତୀ କଂ ଉଦ୍ଯମ ରେ ସୁରୁଖୁରୁରେ ପାଲିତ ହେଇଥିଲା । ଭକତି ରସ ରେ ରସି ଭଗବାନ କଂ ନାମ ଗାନ କରା ଯାଇ ଥିଲା।

ପୃଷ୍ଟିକର ଖାଦ୍ୟ ଉପରେ କନ୍ଦୁମୁଣ୍ଡା ଠାରେ ସଚେତନତା କାର୍ଯ୍ୟକ୍ରମ

Image
ପୁଷ୍ଟିକର ଖାଦ୍ଯ ଉପରେ ସଚେତନତା ଅଭିଯାନ ସହର ହେଉ କି ଗାଁ, ଧନୀ ହେଉ କି ଗରିବ, ଯୁବାବସ୍ଥା ରୁ ମଧ୍ୟ ଛୋଟ ହେଉ ବଡ ଅନେକ ସ୍ବାସ୍ଥ୍ୟ ସମସ୍ଯା, ପୁଷ୍ଟିହୀନତା, ରକ୍ତହୀନତା,  ଗଣ୍ଠି ଯନ୍ତ୍ରଣା ସହିତ କେନସର, ରକ୍ତଚାପ, ମଧୁମେହ, ହୃଦଘାତ ଇତ୍ୟାଦି ମାରାତ୍ମକ ରୋଗ ସାଧାରଣ ହେଲାଣି । ଆମ ପାଖରେ ଡାକ୍ତରଖାନା ଏବଂ ଔଷଧ ଅଛି, କିନ୍ତୁ ମୁଳୁ ମାଇଲେ ଯିବ ସରି, ଦେବା ସସଙ୍ଗେ କିମ୍ବା କଳି ର ବିଚାର, ପୁରୁଣା ଦେଶୀ କୃଷି କୁ ବଞ୍ଚାଇ ରଖିବା, ସାମୁହିକ ଭାବରେ ସଂଗଠିତ ହୋଇ ଚାଷୀ କିପରି ଆତ୍ମନିର୍ଭରଶୀଳ ତଥା ସ୍ଵବଲମ୍ବୀ ହେବ, ତାହା  ନେଇ ଭିତ୍ତିଭୂମି ସେବା ସଂଗଠନ ତଥା ସ୍ବିସଏଡ (SwissAid) ସହାୟତାରେ ଏକ ଦେଶୀ ତଥା ପୁଷ୍ଟିକର ଦେଶୀ ଖାଦ୍ଯ ଉପରେ  ତା ୦୨ ନଭେମ୍ବର ୨୦୨୨ ରିଖ ଦିନ ଗାଈସିଲେଟ ବ୍ଲକ ର କନ୍ଧୁମୁଣ୍ଡା ଗ୍ରାମରେ ପୁଷ୍ଟିକର ଖାଦ୍ୟ  ଉପରେ ଏକ ସଚେତନତା ଅଭିଯାନର କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥରେ ଗ୍ରାମର ଶହ ଶହ ପୁରୁଷ ଏବଂ ମହିଳା ଚାଷୀ ମିଶି ଗ୍ରାମରେ ଦଣ୍ଡାନୁତ୍ୟ ଦଳ ସଙ୍ଗେ ଶୋଭାଯାତ୍ରା କରିଥିଲେ । ବିଷମୁକ୍ତ ତଥା ପାରମ୍ପାରିକ ଦେଶୀ ଖାଦ୍ୟ ଓ ଚାଷ ଉପରେ ବିଭିନ୍ନ  ଲୋକଗୀତର ତାଳେ ତାଳେ ବିଭିନ୍ନ ଫସଲ ଯେପରିକି ମାଣ୍ଡିଆ, ଗୁରଜି, କୁଦୋ, ମୁଗ, କୋଳଥ, ରାଶି, ଝୁଲି ଚାଉଳ, କାଙ୍କଡ, ଶିମ୍ବ, ଶାଗ, ଖମ୍ବଆଳୁ,  କଲରା, ଜହ୍ନି, ସଜନା, ସାରୁ, ପିଜୁ...

ସୁରେନ୍ଦ୍ର ସାହୁଂକ ପ୍ରଥମ ଶ୍ରାଦ୍ଧବାର୍ଷିକରେ କୋସଲ ଯୁବଶକ୍ତି ତରଫରୁ ଚକ୍ଷୁ ପରୀକ୍ଷା ଶିବିର

Image
ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ କୋସଲ ଯୁବଶକ୍ତି ତରଫରୁ ଗାଇସିଲେଟ ବ୍ଲକ ବୁରୋମୁଣ୍ଡା ଠାରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ସାହୁ ଆଇନଜୀବି, ସମାଜସେବୀ ତଥା ସାହିତ୍ୟିକ ଥିଲେ । ତ୍ରିନେତ୍ର ନେତ୍ରାଳୟ ସମ୍ବଲପୁରର ଟିମ ସହଯୋଗରେ ଅନୁଷ୍ଠିତ ଏହି ଶିବିରରେ ୧୦୫ ଜଣଂକୁ ଚକ୍ଷୁ ପରୀକ୍ଷା କରାଯାଇଥିଲା ଏବଂ ୪୫ ଜଣଂକୁ ଅପରେସନ ପାଇଁ ସମ୍ବଲପୁର ପଠାଯାଇଥିଲା । ଚକ୍ଷୁ ଶିବିରରେ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ, ସମିତି ସଭ୍ୟ ଦେବେନ୍ଦ୍ର ଯୋଷୀ, ସମିତି ସଭ୍ୟ ସରୋଜ ଶ୍ରୀଭୂଷଣ ସାହୁ, ଡ.ଶ୍ୟାମସୁନ୍ଦର ପାଣ୍ଡେ, ପ୍ରମୁଖ ଉପସ୍ଥିତ ଥିବା ବେଲେ କୋସଲ ଯୁବଶକ୍ତି ତରଫରୁ ଡ. ସାକେତ ଶ୍ରୀଭୁଷଣ ସାହୁ, ଲାଲାଜି ଝାଂକର, ସୁଜିତ ପାତ୍ର, କୁନା ଜୁଆଡି, ବଲ୍ଲଭ ସାହୁ, ଶିଶୁପାଲ ସାହୁ, ବୀରସିଂ ବାହୁକ, କେଦାରନାଥ ସାହୁ ପ୍ରମୁଖ ସହଜୋଗ କରିଥିଲେ ।

ଗାଇସିଲେଟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ମତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି

Image
ଗାଇସିଲେଟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ମତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବରଗଡ ଜିଲ୍ଲା ଗାଇସିଲେଟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ମତ କର୍ମଶାଳା ଶିଶୁ ବାଟିକା ବିଭାଗ ରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଶ୍ରୀମତୀ ପ୍ରତୀକ୍ଷା ଡନସନା ଇଂରାଜୀ ଅଧ୍ୟାପିକା ଯୁକ୍ତ ତିନି କଲେଜ ଗାଇସିଲେଟ । ଶିଶୁ ବାଟିକା ପାଠ୍ୟକ୍ରମ କ୍ରିୟା କଲାପ ବିଷୟରେ ଆଲୋକପାତ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଅଶ୍ୱିନୀ କୁମାର ବାରିକ ସ୍ଵାଗତ ଓ ପରିଚୟ ପ୍ରଦାନ କରିଥିଲେ । ଆଚାର୍ଯ୍ୟ ବେଦବ୍ୟାସ ପଧାନ ମତ କର୍ମଶାଳା ର ଉଦ୍ୟେଶ ଜ୍ଞାପନ କରିଥିଲେ । ସରୋଜିନୀ ଗୁରୁମା ଧନ୍ୟବାଦ୍ ଅର୍ପଣ କରିଥଲେ । ମା ଓ ଶିଶୁ ଙ୍କ ସଂଖ୍ୟା ୧୫୦ ଜଣ ଥିବା ବେଳେ ପ୍ରଥମ କ୍ଲାସ ରେ ବନ୍ଦନା ଓ ଶାରୀରିକ କାର୍ଯ୍ୟକ୍ରମ ଦ୍ୱିତୀୟ କ୍ଲାସ ରେ ଉପକରଣ ମାଧ୍ୟମ ରେ ଅଙ୍ଗ ଚାଳନା ତୃତୀୟ କ୍ଲାସ୍ ରେ ଉପକରଣ ଆଧାରିତ ପ୍ରାଣାୟମ ଚତୁର୍ଥ ରେ ସ୍ୱର ସାଧନା ପଞ୍ଚମ ରେ ପ୍ରୋଜେକ୍ଟର ପ୍ରଦର୍ଶନ କରାଯାଇଥିଲା । ତେବେ ସମାରୋପ ସୁରେଶ୍ଵର ଭୋଇ କରିଥଲେ। ଶେଷରେ ଆଶିର୍ବଚନ ପ୍ରଦାନ କରିଥିଲେ ।

ଗାଇସିଲେଟ ବ୍ଲକ ସ୍ତରୀୟ ଜନଶୁଣାଣି ରେ ମନରେଗା କୁ ନେଇ ଜନସାଧାରଣ ଙ୍କ ଅଭିଯୋଗ

Image
ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକରେ ବ୍ଲକ ସ୍ତରିୟ ଜନ ଶୁଣାଣି ଅନୁଷ୍ଠିତ । ସାମନା କୁ ଆସିଲା ଭୟଂକର ତଥ୍ୟ । ଭୂତ ନେଇଛି ଭତ୍ତା ଟଂକା । ଲାଇନ ଡିପାର୍ଟ ମେଣ୍ଟରେ ଦୁର୍ନିତି ମଧ୍ୟ ସାମନାକୁ ଆସିଛି ।ଗାଇସିଲାଟ ବିଡିଓ ମନୋଜ କୁମାର ଦେବତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମିକ୍ଷା ବୈଠକରେ ମୂଖ୍ଯ ଅତିଥି ଭାବରେ ବରଗଡ ପିଡି ଆଦିତ୍ୟ ଗୋୟଲ IAS ,ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ . ସାଂସଦ ପ୍ରତିନିଧି ପ୍ରବିଣ କୁମାର ପାଣିଗ୍ରାହି , ଉପାଧ୍ୟକ୍ଷ ଯଶୋବନ୍ତି ପଧାନ , ଜିଲ୍ଲାପରିସଦ ସଭ୍ୟା ଝରଣା ପାଣିଗ୍ରାହି . ଜିଲ୍ଲାପରିସଦ ସଭ୍ଯ ନିଳମଣି ବରିହା , ଜିଲ୍ଲା ସୋସିଆଳ ଅଡିଟର ଆନଂଦ ପଧାନ , ABDO ପ୍ରତାପ ସିଂ ନାୟକ ମଂଚାସିନ ଥିଲେ । ୨୦୨୧-୨୦୨୨ ଆର୍ଥିକ ବର୍ଷରେ ମୋଟରେ ୭୮୭୨ଟି ପ୍ରକଳ୍ପ ନିଆଯାଇ ୪୯୩୦ଟି ସଂପୂର୍ଣ ହୋଇଛି । ୨୩୫୨୯ ଟି ପରିବାର ପଂଜିକୃତ ହୋଇଥିବା ବେଳେ ୧୬୪୭୭ଟି ପରିବାର କାମ ମାଗିଥିଲେ ଓ କାମ ଯୋଗାଇ ଦିଆ ଯାଇଥିଲା । ୩୬୮୩ ଜଣ ୧୦୦ ଦିନ ପୁରା କରିଥିବା ବେଳେ ୬୬୬ ପରିବାର ୨୦୦ ଦିନ ଓ ୨୪ ପରିବାର ୩୦୦ଦିନ କାମ କରିଛନ୍ତି । ତେବେ ମଲା ଲୋକ ଭତ୍ତା ନେଇଥିବାର ଅଭିଯୋଗ ହୋଇଥିଲା ।ହଁ ଆଜ୍ଞା ମାସେକି ଦୁଇମାସ ନୁହେଁ - ମଲା ମଣିଷର ବର୍ଷ ବର୍ଷ ଧରି ଉଠିଛି ଟଂକା । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଏହା ଯେ ହିତାଧିକାରିର ପରିବାର ଏଥିରେ ସଂପୃକ୍ତ ନୁହଁନ୍ତି । ଘଟଣା ସଂପର୍କରେ ସେମାନ...